LIVE TV

୩୦ ଯାଏଁ କଳିଙ୍ଗା ଘାଟି ରାସ୍ତା ବନ୍ଦ, ୨ୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ନିଷ୍ପତ୍ତି

NEWS7
Kalinga ghati

ଜି.ଉଦୟଗିରି ୨୩।୦୯ : ଆସନ୍ତା ୩୦ ତାରିଖ ଯାଏ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। କଳିଙ୍ଗା ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଭଞ୍ଜନଗର ଓ ସୋନପୁରରୁ ୨ଟି ଏକ୍ସପର୍ଟ ଟିମ୍‌ ଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଖବର ଅନୁଯାୟୀ, ଭୂସ୍ଖଳନ ଲାଗି କଳିଙ୍ଗା ଘାଟିରେ ଧୋଇଯାଇଥିଲା ରାସ୍ତା । ଯାହାଫଳରେ ଘାଟିରେ ଯିବାଆସିବା ବନ୍ଦ ରହିଥିଲା । ପ୍ରାୟ ୭ଦିନରୁ ଅଧିକ ସମୟ ହେବ କଳିଙ୍ଗା ଘାଟି ରାସ୍ତାରେ ଗାଡ଼ିମୋଟର ଯିବାଆସିବା କରୁନାହିଁ। ଶେଷରେ ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତା କାମ ସରିଥିଲା । ହେଲେ ସୋମବାର ଦିନ ଲଗାଣ ବର୍ଷା ଲାଗି ପୁଣି ଥରେ ଭୂସ୍ଖଳନ ହୋଇଥିଲା । ଯାହାଫଳରେ କାମ ହୋଇଥିବା ରାସ୍ତା ପୁଣି ଥରେ ଧୋଇଯାଇଥିଲା । ଯାହାପରେ କନ୍ଧମାଳ ଜିଲ୍ଲା ଉକ୍ତ ଜାଗାକୁ ପରିଦର୍ଶନ କରି ଆସନ୍ତା ୩୦ ତାରିଖ ଯାଏ କଳିଙ୍ଗା ଘାଟିରେ ଯିବାଆସିବା ଉପରେ ରୋକ ଲଗାଇଛି । ଏହାସହିତ ତୁରନ୍ତ କାମ ସାରିବାକୁ ସମସ୍ତେ ଉଦ୍ୟମ କରୁଛୁ ବୋଲି ଜିଲ୍ଲାପାଳ କହିଛନ୍ତି । ​​​​​​​

​​​​​​​