LIVE TV

ସ୍ୱଚ୍ଛତା ହିଁ ସେବା' ଅଭିଯାନରେ ସାମିଲ ହେଲେ ସାରା ଓଡ଼ିଶାର ଜିଓ କର୍ମଚାରୀ

NEWS7
jio

ଭୁବନେଶ୍ୱର ୩୦।୦୯ : ସାରା ଓଡ଼ିଶାରେ ରିଲାଏନ୍ସ ଜିଓ କର୍ମଚାରୀମାନେ ଶନିବାର ସକାଳୁ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହୋଇଥିଲେ। ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନରେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ପ୍ରମୁଖ ସହରଗୁଡିକ ସାମିଲ ରହିଥିଲା ସାରା ରାଜ୍ୟରେ ରିଲାଏନ୍ସ ଜିଓ ଅଫିସଗୁଡିକର କର୍ମଚାରୀମାନଙ୍କ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଲକ୍ଷ୍ୟ ରହିଥିଲା। ସମଗ୍ର ଓଡ଼ିଶାରେ ଜିଓ କର୍ମଚାରୀମାନେ ଅଫିସ ପରିସର, ନିକଟବର୍ତ୍ତୀ ଅଞ୍ଚଳ ଏବଂ ଜନବହୁଳ ସ୍ଥାନଗୁଡ଼ିକରେ ସଫେଇ କରି ଏହି ଅଭିଯାନରେ ସାମିଲ ହୋଇଥିଲେ ଏବଂ ସ୍ୱଚ୍ଛତା ବଜାୟ ରଖିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ସେମାନେ ଲୋକମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାକୁ ଏକ ନିୟମିତ ଅଭ୍ୟାସରେ ପରିଣତ କରିବାକୁ ପ୍ରବର୍ତ୍ତାଇଥିଲେ। ସାରା ଦେଶରେ ମଧ୍ୟ, ରିଲାଏନ୍ସ ଜିଓ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟମାନେ ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ।