ଜଳୁଛି ସାରା ଓଡ଼ିଶା, ସାଢେ ୨ଟା ସୁଦ୍ଧା ୪୩ ଟପିଲା ତାତି

Published By : Prameya-News7 Bureau | April 26, 2024 IST

ଭୁବନେଶ୍ବର ୨୬।୪: ଆଜି ବି ଜଳୁଛି ସାରା ଓଡିଶା । କଲବଲ କରୁଛି ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ତାତି ଏମିତି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇଯାଉଛି । ଶୁକ୍ରବାର ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡାରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରରେ ୪୩, ହୀରାକୁଦରେ ୪୩, ରାଉରକେଲାରେ ୪୨, କେନ୍ଦୁଝରରେ ୪୧.୮, ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ ୪୦.୫, ବାଲେଶ୍ୱରରେ ୩୯.୬, ପୁରୀରେ ୩୪.୪, ଗୋପାଳପୁରରେ ୩୩.୬, ପାରାଦୀପରେ ୩୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

 ସେପଟେ ସକାଳ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ । ଝାରସୁଗୁଡାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ସମ୍ବଲପୁରରେ ୪୦, କେନ୍ଦୁଝରରେ ୪୦, ଚାନ୍ଦବାଲିରେ ୩୯.୬, ଭୁବନେଶ୍ୱରରେ ୩୯.୨, ହୀରାକୁଦରେ ୩୯.୨, ବାଲେଶ୍ୱରରେ ୩୯, ରାଉରକେଲାରେ ୩୮.୮, ପୁରୀରେ ୩୪.୨, ପାରାଦୀପରେ ୩୩.୪, ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

 ସେହିଭଳି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭବାନୀପାଟଣା ।  କେନ୍ଦୁଝରରେ ୩୫.୬, ତାଳଚେରରେ ୩୫, ବାରିପଦାରେ ୩୫, ଅନୁଗୁଳରେ ୩୫, ଭୁବନେଶ୍ୱରରେ ୩୩.୬, ବାଲେଶ୍ୱରରେ ୩୩.୬, କଟକରେ ୩୩.୨, ସମ୍ବଲପୁରରେ ୩୩.୨, ହୀରାକୁଦରେ ୩୩, ଟିଟିଲାଗଡ଼ରେ ୩୩, ବୌଦ୍ଧରେ ୩୩, ଜଗତସିଂହପୁରରେ ୩୩, ଚାନ୍ଦବାଲିରେ ୩୨.୮, ରାଉରକେଲାରେ ୩୨.୮, ଝାରସୁଗୁଡାରେ ୩୨.୬ ରେକର୍ଡ ହୋଇଥିଲା ।

You Can Read :

ଗାଡି ଚେକିଂ ବେଳେ ଟଙ୍କା ଜବତ, ମିଳିଲା ୩ ଲକ୍ଷ ୬୯ ହଜାର ଟଙ୍କା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.