କଟକ ୧୭।୦୯ : ଆଜିଠାରୁ କମ୍ପିବ ଓଡ଼ିଶା ପ୍ରୋ ଟି-ଟ୍ବେଣ୍ଟି ଲିଗ୍‌। ତାପୂର୍ବରୁ ଟିମ ଗୁଡିକର ଜର୍ସି ଉନ୍ମୋଚିତ ହୋଇଛି।  ପୂର୍ବତନ ଅନ୍ତର୍ଜାତିକ କ୍ରିକେଟର ଇର୍ଫାନ ପଠାନ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଉତ୍ସବରେ ଉପସ୍ଥିତ ରହି ଜର୍ସି ଉନ୍ମୋଚନ କରିଛନ୍ତି। ପ୍ରତ୍ୟେକ ଦଳର ଅଧିନାୟକମାନଙ୍କୁ ଜର୍ସି ପ୍ରଦାନ କରିଛନ୍ତି ଇରଫାନ । ଲିଗରେ ସାମିଲ ହୋଇଥିବା ଛଅଟି ଦଳର ଅଧିନାୟକ ଏହି ଉତ୍ସବରେ ଉପସ୍ଥିତ ରହି ନିଜ ଦଳ ବାବଦରେ ମତ ରଖିଛନ୍ତି। ଏଭଳି ଲିଗ ଆୟୋଜନ ହେଲେ  ଭଲ ଖେଳାଳୀ ଜାତୀୟ ସ୍ତରରେ ନଜରକୁ ଆସିବେ ବୋଲି କହିଛନ୍ତି ଇର୍ଫାନ ପଠାନ। ଟୁର୍ଣ୍ଣାମେଣ୍ଟରେ ସମ୍ପୂର୍ଣ୍ଣ ସ୍ୱଛତା ଅବଲମ୍ବନ କରାଯିବ ଏବଂ ଓଡ଼ିଆ କ୍ରିକେଟରମାନଙ୍କ ପାଇଁ ଭଲ ପ୍ଲାଟଫର୍ମ ତିଆରି ହେବାକୁ ଯାଉଛି ବୋଲି କହିଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।