ନୂଆଦିଲ୍ଲୀ: କାନାଡ଼ା ନିର୍ବାଚନରେ ହାରିଲେ ଖଲିସ୍ତାନ ସମର୍ଥକ ଶିଖ୍ ନେତା ଜଗମୀତ ସିଂହ। ନିର୍ବାଚନ ହାରିବା ପରେ ସେ ତାଙ୍କ ନିଜ ଦଳ ନ୍ୟୁ ଡେମୋକ୍ରାଟିକ ପାର୍ଟି(ଏନ୍ଡିପି)ର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଆସନରୁ ନିର୍ବାଚନ ହାରିବା ପରେ ଏନ୍ଡିପି ଏହି ସାଧାରଣ ନିର୍ବାଚନରେ ଏକ ଅଙ୍କର ସୀମିତ ରହିଯାଇଛି। କାନାଡା ନିର୍ବାଚନରେ ପୁଣିଥରେ ଜଷ୍ଟିନ ଟ୍ରୁଡୋଙ୍କ ଦଳ ବିଜୟୀ ହୋଇଛି।
ପଢନ୍ତୁ- ଆତଙ୍କୀ ହମଲାକୁ ଜାତିସଂଘରେ ଉଠାଇଲା ଭାରତ: ଦୁନିଆ ଆଉ ଅନ୍ଧ ନାହିଁ, ପାକିସ୍ତାନ କଥା ସମସ୍ତେ ଜାଣନ୍ତି
କାନାଡାରେ ଭୋଟ ସଂଗ୍ରହ ସରିବା ପରେ ସିଂହ ତାଙ୍କର ବ୍ରିଟିଶ କଲମ୍ବିଆ ଆସନ ବର୍ନାବି ସେଣ୍ଟ୍ରାଲ ଆସନରେ ପରାଜୟ ସ୍ୱୀକାର କରିଛନ୍ତି। ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ୧୬୦ ରୁ ଅଧିକ ଆସନ ସହିତ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ, ଏନଡିପି ମାତ୍ର ୭ ଆସନ ହାତେଇଚି। ଯାହା ଭୋଟ ସେୟାରର ମାତ୍ର ୨ ପ୍ରତିଶତ। ତେଣୁ କାନାଡୀୟ ଗଣମାଧ୍ୟମ ଅନୁଯାୟୀ, ଦଳ ଏହାର ସରକାରୀ ମାନ୍ୟତା ହରାଇବାର ଆଶଙ୍କା ରହିଛି।
ନିର୍ବାଚନରେ ପରାସ୍ତ ହେବା ପରେ ୪୬ ବର୍ଷୀୟ ଜଗମୀତ କହିଛନ୍ତି “ ଆମେ ଅଧିକ ଆସନ ଜିତିପାରିଲୁ ନାହିଁ ବୋଲି ମୁଁ ନିରାଶ ଅଛି। କିନ୍ତୁ ଆମ ଆନ୍ଦୋଳନ ପାଇଁ ମୁଁ ଆଦୌ ନିରାଶ ନୁହେଁ। ମୁଁ ଆମ ଦଳକୁ ନେଇ ବେଶ୍ ଆଶାବାଦୀ ରହିଛି। କାରଣ ମୁଁ ଜାଣେ ଯେ ଆମେ ଭୟ ଅପେକ୍ଷା ସବୁବେଳେ ଆଶାବାଦୀ ହେବା ପସନ୍ଦ କରିବୁ।”
ଜଗମୀତ ଆହୁରି କହିଛନ୍ତି “ଆମେ ସେତେବେଳେ ହାରୁ ଯେତେବେଳେ ଆମେ ସେହି ଲୋକମାନଙ୍କ କଥାରେ ବିଶ୍ୱାସ କରୁ ଯେଉଁମାନେ ଆମକୁ କୁହନ୍ତି ଯେ ଆମେ କେବେ ବି ଏକ ଭଲ କାନାଡାର ସ୍ୱପ୍ନ ଦେଖିପାରିବୁ ନାହିଁ। ମୋ ମାଆଙ୍କ ଠାରୁ ମୁଁ ଯାହା ଶିକ୍ଷା ପାଇଛି ତାହା ମୁଁ ସୁବେବେଳେ ମନେ ରଖେ। ଶିଖ ଧର୍ମର ଶିକ୍ଷା ହେଉଛି ଚାର୍ଦି କଳା। ଯାହାର ଅର୍ଥ ହେଲା 'ଉତ୍ଥାନଶୀଳ ମନୋବଳ'। ସଂଘର୍ଷ ଓ ଆଶାବାଦୀ ହେବା। ଆଜିର ଏହି ପରାଜିତ ରାତିରେ ବି ମୋ ମନରେ ଏହି ଭାବନା ଅକ୍ଷୁଣ୍ଣ ରହିଛି।”