LIVE TV

ଆମେରିକାରୁ ଭାରତ ଆସିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ: ସରିଲା ପ୍ରତ୍ୟର୍ପଣ ପ୍ରକ୍ରିୟା

NEWS7
i-run-the-country-and-the-world-declared-us-president-donald-trump

ନୂଆଦିଲ୍ଲୀକୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇର ଭାଇ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଭାରତ ଫେରାଇ ଅଣାଯାଉଛି। ଅନମୋଲ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ଏବଂ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ପଛରେ ସାମିଲ ଥିଲା। ଏଥିସହିତ ଅନମୋଲ ଏକାଧିକ ହାଇ-ପ୍ରୋଫାଇଲ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ରହିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ପଠାଇବା ପ୍ରକ୍ରିୟା ଶେଷ ହୋଇଛି। ବିଷ୍ଣୋଇ ଗ୍ୟାଙ୍ଗ ଉତ୍ତର ଆମେରିକାରେ ନେଟୱର୍କ ଚଳାଉଛି। ଭାରତୀୟ ଏଜେନ୍ସିଗୁଡ଼ିକ ଏହି ନେଟୱର୍କ ଭାଙ୍ଗିବାକୁ ଚାହୁଁଥିବାରୁ ଅନମୋଲର ପ୍ରତ୍ୟର୍ପଣ ଏକ ବଡ଼ ଉପଲବ୍ଧି ହୋଇପାରେ।

ଅନମୋଲକୁ ଗତ ବର୍ଷ ନଭେମ୍ବର ମାସରେ ଆମେରିକୀୟ ପ୍ରଶାସନ ଅଟକ ରଖିଥିଲା। ଏହାପରେ ତାକୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଥିଲା। ଏନସିପି ନେତା ବାବା ସିଦ୍ଦିକଙ୍କ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ପୁଲିସ ଏଫ୍ଆଇଆରେ ଅନମୋଲ ବିଷ୍ଣୋଇର ନାଁ ରହିଛି।

୧୨ ଅକ୍ଟୋବର,୨୦୨୪ ରାତିରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ୩ ଜଣ ଆକ୍ରମଣକାରୀ ୬୬ ବର୍ଷୀୟ ସିଦ୍ଦିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ପୁଲିସ ୨୬ ଜଣଙ୍କ ନାଁରେ ଚାର୍ଜଶିଟ ବନାଇଥିଲା। ଏଥିରେ ଅନମୋଲ ବିଷ୍ଣୋଇ ମୁଖ୍ୟ ଷଡ଼ଯନ୍ତ୍ରାକାରୀ ଥିଲା। ମାମଲାରେ ଗିରଫ ଅଭିଯୁକ୍ତମାନଙ୍କଠାରୁ ପୋଲିସ ଭଏସ୍ କ୍ଲିପ୍ ଜବତ କରିଥିଲା।ଯେଉଁଥିରେ ଅନମୋଲର ନିର୍ଦ୍ଦେଶରେ ଏହି ଘଟଣା ହୋଇଥିବା ଜଣାପଡ଼ିଥିଲା।

ସେହିପରି ଏପ୍ରିଲ ୨୦୨୪ରେ ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରା ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ମଧ୍ୟ ଅନମୋଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା।ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ବହୁ ଦିନ ହେଲା ଉଦ୍ୟମ କରୁଛି। ତେଣୁ ଅନମୋଲ ଭାରତ ଫେରିବା ପରେ ଅନେକ ତଥ୍ୟ ଜଣାପଡ଼ିବ।