ନୂଆଦିଲ୍ଲୀ: ରବିବାର (ଜୁଲାଇ ୨୮), ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେ ମାସୁଦ ପେଜେଶକିଆନଙ୍କୁ ନୂଆ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ଫଳରେ ଇରାନ ତାର ନୂଆ ରାଷ୍ଟ୍ରପତି ପାଇଛି। ଏନେିଇ ଅୟାତୋଲ୍ଲା ଅଲି ଖାମେନେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଜାରି ହୋଇଛି।
ଜାରି ହୋଇଥିବା ବିବୃତ୍ତିରେ ଲେଖାଯାଇଛି “ମୁଁ ବୁଦ୍ଧିମାନ, ସଚ୍ଚୋଟ, ଲୋକପ୍ରିୟ ତଥା ଶିକ୍ଷିତ ମାସୁଦ ପେଜେଶକିଆନଙ୍କୁ ଇରାନ ଗଣତନ୍ତ୍ରର ରାଷ୍ଟ୍ରପତି ଭାବରେ ନିଯୁକ୍ତ କରୁଛି।” ଜାରି ହୋଇଥିବା ବିବୃତ୍ତିରେ ମାସୁଦ ପେଜେଶକିଆନଙ୍କୁ ମିଳିଥିବା ଭୋଟ୍ର ସମର୍ଥନ କରିବା କଥା ମଧ୍ୟ କୁହାଯାଇଛି। ସୂଚନା ଥାଉକି ଯେ ମାସୁଦ ପେଜେଶକିଆନ୍ ପ୍ରାୟ ୫୪ ପ୍ରତିଶତ ଭୋଟ୍ ପାଇଛନ୍ତି।
ଇରାନର ୩୦ ମିଲିୟନ ଭୋଟ ମଧ୍ୟରୁ ମାସୁଦ ପେଜେଶକିଆନ୍ ୧୬ ମିଲିୟନରୁ ଅଧିକ ଭୋଟ୍ ମିଳିଛି। ମଙ୍ଗଳବାର (ଜୁଲାଇ ୩୦) ସଂସଦ ସମ୍ମୁଖରେ ମାସୁଦ ପେଜେଶକିଆନ୍ ଇରାନର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। କାର୍ଯ୍ୟାକାରୀ ରାଷ୍ଟ୍ରପତି ମହମ୍ମଦ ମୋଖବର ୬୯ ବର୍ଷୀୟ ପେଜେଶକିଆନଙ୍କୁ ସରକାରୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
୭୨ ବର୍ଷୀୟ ସଂସ୍କାରବାଦୀ ମହମ୍ମଦ ରେଜା ଆରେଫଙ୍କୁ ଇରାନର ଉପରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି। ମାସୁଦ ପେଜେଶକିଆନ୍ ମହମ୍ମଦ ରେଜା ଆରେଫଙ୍କୁ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି। ଇରାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଖାଟାମିଙ୍କ କାର୍ଯ୍ୟକାଳରେ ମହମ୍ମଦ ରେଜା ଆରେଫ ଉପରାଷ୍ଟ୍ରପତି ତଥା ଦୂର ସଂଚାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
କିଏ ମସୁଦ ପେଜେଶକିଆନ୍?
ମାସୁଦ୍ ପେଜେଶକିଆନ୍ ଜଣେ ହାର୍ଟ ସର୍ଜନ। ମହମ୍ମଦ ଖାତମି ଇରାନର ରାଷ୍ଟ୍ରପତି ଥିବା ବେଳେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି। ମେ ମାସରେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ମାସୁଦ ପେଜେଶକିଆନ୍ ୫ ଜୁଲାଇ ୨୦୨୪ ରାଷ୍ଟ୍ରପତ ନିର୍ବାଚନରେ ଋଢ଼ିବାଦୀ ନେତା ସୟଦ ଜଲିଲିଙ୍କୁ ପରାସ୍ତ କରିଥିଲେ। ତେବେ ରାଷ୍ଟ୍ରପତି ହେବା ପରେ ମାସୁଦ୍ ପେଜେଶକିଆନ୍ ଇରାନ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି।