ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ଶାହ

Published By : Prameya-News7 Bureau | April 25, 2024 IST

ଭୁବନେଶ୍ଵର: ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଓଡ଼ିଶାରେ ବିଜେପିର ନିର୍ବାଚନ ପ୍ରଚାର ବିଗୁଲ ଫୁଙ୍କିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଏହା ପରେ ଭୁବନେଶ୍ଵରରେ ପହଞ୍ଚି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି। ଆଉ ନିର୍ବାଚନ ଜିତିବା ପାଇଁ ଦେଇଛନ୍ତି ଗୁରୁମନ୍ତ୍ର। ଏହା ପରେ ଶାହ ଦିଲ୍ଲୀ ଫେରି ଯାଇଛନ୍ତି। 

ଶାହଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ପରେ ବିଜେପି ନେତା ମୋହନ ମାଝୀ କହିଛନ୍ତି, ବରିଷ୍ଠ କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କୁ ଶାହ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାରେ କେମିତି ବିଜେପି ନିର୍ବାଚନ ଜିତି ସରକାର ଗଢିବ ତାର ଗୁରୁମନ୍ତ୍ର ଦେଇଛନ୍ତି।ଦେଶରେ ମୋଦୀ ଓ ରାଜ୍ୟରେ ବିଜେପି ସରକାର ଗଢିବା ନେଇ ସ୍ଲୋଗାନ ଦେବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।ପ୍ରାର୍ଥୀମାନେ ଯେମିତି ଅଧିକ ଘରକୁ ଘର ଯାଇ ପାରିବେ ତା ଉପରେ ଗୁରୁତ୍ଵ ଦେବାକୁ କହିଛନ୍ତି।  

ଗତ ଥର ୩୪ ପ୍ରତିଶତ ଭୋଟ୍ ପାଇଥିଲୁ, ତେଣୁ ଏଥର ଆମେ ସରକାର ଗଢିବୁ। ବିଜେପି ନିଜ ଦମରେ ଏକାକୀ ସରକାର ଗଢିବ ବୋଲି ମୋହନ କହିଛନ୍ତି। ଏହି ବୈଠକରେ ୧୩ଟି ସଂସଦୀୟ କ୍ଷେତ୍ରର ପ୍ରଭାରୀ, ସଂଯୋଜକ, ପ୍ରାର୍ଥୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶ୍ରୀ ଶାହ ବୈଠକ ଶେଷ କରି ସିଧାସଳଖ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.