ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଗୁରୁବାର ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗାକୁ ଦେଶର ସ୍ୱାଧୀନତା ଉପରେ ଆକ୍ରମଣ ଓ ସରକାର ପରିବର୍ତ୍ତନ ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛି । ଉମର ଖାଲିଦ, ସରଜିଲ୍ ଇମାମ ସମେତ ଅନ୍ୟମାନଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଜୋରଦାର ବିରୋଧ କରିଛି । ଦିଲ୍ଲୀ ପୋଲିସ ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣ କଥା ଉଲ୍ଲେଖ କରି କହିଛି, ଯେତେବେଳେ ଶିକ୍ଷିତ ବୁଦ୍ଧିଜୀବୀ ଆତଙ୍କବାଦୀ ପାଲଟି ଯାଆନ୍ତି, ସେତେବେଳେ ସେମାନେ ତ୍ରୁଣମୂଳ ସ୍ତରର ଆତଙ୍କବାଦୀଙ୍କଠାରୁ ବହୁ ଅଧିକ ଘାତକ ହୋଇଯାଆନ୍ତି ।

ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ କହିଛି, 'ଯେତେବେଳେ ବୁଦ୍ଧିଜୀବୀ ଆତଙ୍କବାଦୀ ହୋଇଯାଆନ୍ତି, ସେତେବେଳେ ସେ ତ୍ରୁଣମୂଳ ସ୍ତରରେ କାମ କରୁଥିବା ଆତଙ୍କବାଦୀଙ୍କଠାରୁ ବି ଅଧିକ ବିପଦଜ୍ଜନକ ହୋଇଯାଆନ୍ତି । ସିଏଏର ବିରୋଧ ପ୍ରଦର୍ଶନ କେବଳ ବାହାର ଦେଖାଣିଆ ଓ ସତ ଉପରେ ପରଦା ପକାଇବାର ଏକ ପ୍ରୟାସ ଥିଲା । ଏହାର ପ୍ରକୃତ ଉଦ୍ଦେଶ୍ୟ କ୍ଷମତା ପରିବର୍ତ୍ତନ ଓ ଅର୍ଥବ୍ୟବସ୍ଥାର ତଣ୍ଟି ଚିପିବା ଥିଲା ।' ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ ଏଏସଜି ଏସଭି ରାଜୁ କହିଛନ୍ତି ଯେ ଏକ ଟ୍ରେଣ୍ଡ୍ ସାମନାକୁ ଆସିଛି, ଯେଉଁଥିରେ ବୁଦ୍ଧଜୀବୀ ସରକାରୀ ଫଣ୍ଡିଂର ବ୍ୟବହାର କରି ଡକ୍ଟର ଓ ଇଞ୍ଜିନିୟର ହୁଅନ୍ତି ଓ ପରେ ଦେଶ ବିରୋଧୀ କାମରେ ଲିପ୍ତ ହୋଇଯାଆନ୍ତି ।

ଏସଭି ରାଜୁ ଦିଲ୍ଲୀ ଦଙ୍ଗା ସମୟରେ ସରଜିଲ୍ ଇମାମର ଏକ ଭିଡିଓକୁ କୋର୍ଟରେ ଉପସ୍ଥାପନ କରିଥିଲେ, ଯେଉଁଥିରେ ସେ କହୁଥିଲା ଯେ କୋର୍ଟଙ୍କୁ ତାଙ୍କ ଆଈ ମନେ ପଡ଼ଯିବ, କୋର୍ଟ ଆପଣଙ୍କ ସହହୃଦୟ ବ୍ୟକ୍ତି ନୁହନ୍ତି । ଏହା ଉପରେ ରାଜୁ କହିଥିଲେ ଯେ ଇଏ ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ । ଇଏ ନିଜ ପ୍ରୋଫେସନ ପାଇଁ କାମ କରି ନାହିଁ ବରଂ ଦେଶ ବିରୋଧୀ ଗତିବିଧିରେ ସାମିଲ ଅଛି ।

ଏସସଜି କହିଥିଲେ ଯେ ଏକଥାରେ ସନ୍ଦେହ ନାହିଁ ଯେ ମୁଁ ପୂରା ଟେପ୍ ଦେଖାଇ ନାହିଁ, କାରଣ ଏହା ବହୁତ ଲମ୍ୱା ଅଟେ । ସରଜିଲର କହିବା ଥିଲା ଯେ ଏହି କୌଣସି ସାଧାରଣ ଧାରଣା କିମ୍ୱା ବିରୋଧ ନୁହେଁ । ସେ କହୁଥିଲା ଯେ ଏହା ଏକ ହିଂସାତ୍ମକ ବିରୋଧ ଓ ଆସାମକୁ ଭାରତରୁ ଅଲଗା କରାଯିବା ଦରକାର । ଏଏସଜି କହିଥିଲେ ଯେ ସିଏଏ ବିରୋଧ ପ୍ରଦର୍ଶନକୁ ଆନ୍ତର୍ଜାତୀୟ ମିଡିଆ କଭରେଜ୍ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟକୁ ବଛା ଯାଇଥିଲା । ରାଜୁ କହିଥିଲେ ଯେ ଏମାନଙ୍କ ଉଦ୍ଦେଶ୍ୟ ସରକାର ପରିବର୍ତ୍ତନ କରିବା ଥିଲା । ସିଏଏର ବିରୋଧ ପ୍ରଦର୍ଶନ କେବଳ ଭ୍ରମିତ କରିବା ଥିଲା, ପ୍ରକୃତ ଉଦ୍ଦେଶ୍ୟ ସରକାର ପରିବର୍ତ୍ତନ କରିବା, ଆର୍ଥିକ ଅସ୍ଥିରତା ସୃଷ୍ଟି କରିବା ଓ ଦେଶରେ ଅରାଜକତା ସୃଷ୍ଟି କରିବା ।

ଜାମିନ ଆବେଦନକୁ କଡ଼ା ବିରୋଧ କରି ଦିଲ୍ଲୀ ପୋଲିସ ଯୁକ୍ତି ରଖିଛି ଯେ ଏହା କୌଣସି ହଠାତ୍ ହୋଇଥିବା ଘଟଣା ନଥିଲା, ବରଂ ଦେଶର ସ୍ୱାଧୀନତା ଉପରେ ଏକ ସୁଚିନ୍ତିତ, ପୂର୍ବରୁ ରଣନୀତି କରାଯାଇ ଓ ଭଲ ଭାବେ ଡିଜାଇନ୍ କରାଯାଇଥିବା ଆକ୍ରମଣ ଥିଲା ।