LIVE TV

ଅବକାରୀ ବିଭାଗର ଚଢାଉ, ୫୬୫ ଲିଟର ଦେଶୀ ମଦ ଜବତ

NEWS7
inquiry-team-begins-investigation-over-bridge-slab-collapse-in-khannagar

ଭଦ୍ରକ ୨୬।୦୧ : ଅବକାରୀ ବିଭାଗର ଚଢାଉ । ଏହି ଚଢାଉରେ ବିପୁଳ ପରିମାଣର ଦେଶୀ ମଦ ସହ ଏକ ବୋଲେରୋ ଓ ବାଇକ ଜବତ ହୋଇଛି । ଏହାସହିତ ଏହି କାରବାରରେ ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଭଦ୍ରକ ଅବକାରୀ ଅଧିକ୍ଷକ ଓ ଉପ-ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାପଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ପୁରୁଣା ବଜାର ଥାନା RMC, ମିର୍ଜାପୁର ଛକ ଏବଂ ହଳଦୀଡିହ ବାଇପାସ ଛକ ଠାରେ ଚଢ଼ାଉ କରାଯାଇଛି । ଏହି ଚଢାଉରେ ୫୬୫ ଲିଟର ଦେଶୀ ମଦ ସହିତ ଗୋଟିଏ ବୋଲେରୋ ଗାଡି ଏବଂ ଦୁଇଟି ମଟର ସାଇକେଲ ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ତେବେ ଜବତ ମଦ, ଗୋଟିଏ ବୋଲେରୋ ଏବଂ ଦୁଇଟି ମଟର ସାଇକେଲର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏଏସ୍‌ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲେଇ, ରୁଦ୍ର ନାରାୟଣ ଦାସ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଭଦ୍ରକ ଅବକାରୀ ଥାନା ପକ୍ଷରୁ ତିନି ଗୋଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରାଯାଇଛି ।