୧୧୦କୋଟି ଟଙ୍କାର କାରବାର ମାମଲାରେ ୫୨ ଅଟକ, ୧୪୦ ଆକାଉଣ୍ଟ ଯାଞ୍ଚ

NEWS7
inova-car-also-used-in-kalpana-and-her-daughter-hatya-case-in-raygarh

ସମ୍ବଲପୁର ୧୯।୨: ସମ୍ବଲପୁର ପୋଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ । ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୨ ଜଣ ଅଭିଯୁକ୍ତ ଅଟକ ଅଛନ୍ତି । ୧୪୦ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ସବୁ ଆକାଉଣ୍ଟ ଫ୍ରିଜ୍ କରାଯିବା ସହ ୨୦୨୪-୨୫ ଦୁଇ ଆର୍ଥିକ ବର୍ଷରେ ୧୧୦ କୋଟି ଟଙ୍କା ଟ୍ରାଜାକ୍ସନ ହୋଇଥିବା SP କହିଛନ୍ତି । ଏସ୍ପିଙ୍କ ତତ୍ତ୍ବାବଧାନରେ ସ୍ୱତନ୍ତ୍ର ଟିମ୍‌ରେ ରହିଛନ୍ତି ୨ ଜଣ ଅତିରିକ୍ତ ଏସ୍ପି, ଜଣେ ଡିଏସପି ଓ ୧୪ ଜଣ ଆଇଆଇସି । ୧୪ଟି ଥାନା ଅଞ୍ଚଳରୁ ଏହି ୫୨ ଜଣ ଅଟକ ଥିବାବେଳେ ୨୦ ଜଣ ଗିରଫ ହୋଇଛନ୍ତି ଓ ୩୨ ଜଣଙ୍କୁ ନୋଟିସ୍‌ରେ ଛଡା ଯାଇଥିବା ଏସ୍‌ପି ମୁକେଶ ଭାମୁ କହିଛନ୍ତି । ଏହି ଗିରଫ ମାନଙ୍କ ମଧ୍ୟରେ ୫ ଜଣ ଏଜେଣ୍ଟ ଓ ବାକି ଆକାଉଣ୍ଟ ଭଡାରେ ଲଗାଇଥିବା ଲୋକ ଅଛନ୍ତି ।