LIVE TV

କର୍କଟ ରାଶି ବ୍ୟକ୍ତିଙ୍କୁ ଦିନରେ ମାନସିକ ଶାନ୍ତି ମିଳିବ, କର୍ମକ୍ଷେତ୍ରରେ ସଫଳତା ପାଇବେ

NEWS7
indias-tea-production-rises-by-12-06-per-cent-to-182-84-million-kg-in-october

ମେଷ- କର୍ମକ୍ଷେତ୍ରରେ ସୁଧାର ଆସିବାର ସମ୍ଭାବନା ଅଛି। ଆପଣଙ୍କ ସାହସ ବୃଦ୍ଧି ପାଇବହେତୁ ସମସ୍ତ କାର୍ଯ୍ୟ ସଫଳ ହେବ। ପାରିବାରିକ ଜୀବନରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରହିବ। ଅର୍ଥ ପ୍ରାପ୍ତିର ଯୋଗ ରହିଛି ଆର୍ଥିକ ସ୍ଥିତି ମଜଭୁତ ହେବ। ନିଜର ବାକ୍ୟ ଓ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ।

ବୃଷ- ଦିନଟିରେ ଆର୍ଥିକ ଲାଭର ଯୋଗ ରହିଛି, ଯାହା ଆପଣଙ୍କୁ ଖୁସି ଦେବ। ପରିବାର ସଦସ୍ୟଙ୍କ ସହଯୋଗରେ କୌଣସି ବଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ପୂର୍ବରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଆଗକୁ ବଢ଼ିବ। କଥାବାର୍ତ୍ତାର ଶୈଳୀ ସମ୍ପର୍କରେ ମଧୁରତା ଆଣିବ। ବ୍ୟବସାୟରେ ଉନ୍ନତି ଓ ସୁନାମ ମିଳିବାର ସମ୍ଭାବନା ଅଛି।

ମିଥୁନ- ମାନସିକ ଦ୍ୱନ୍ଦ୍ୱ ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମସ୍ୟା ହୋଇପାରେ। ଆର୍ଥିକ କ୍ଷେତ୍ରରେ ସାମାନ୍ୟ କ୍ଷତି କିମ୍ବା ଅଯଥା ଖର୍ଚ୍ଚର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଆବଶ୍ୟକ, କିନ୍ତୁ ଫଳ ଆଶାନୁରୂପ ନହୋଇପାରେ। ବିବାଦରୁ ଦୂରେଇ ରହିବା ଉଚିତ୍ ଏବଂ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।

କର୍କଟ- ଚନ୍ଦ୍ରମା ଆପଣଙ୍କ ରାଶିରେ ଥିବାରୁ ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟକ୍ତିଗତ ସମ୍ପର୍କ ଏବଂ ପାରିବାରିକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ସଫଳତା ପାଇବେ। ଅଧିକ ଆତ୍ମବିଶ୍ୱାସ ମିଳିବ, ଯାହା କାର୍ଯ୍ୟକୁ ସହଜ କରିବ। ସମସ୍ତ କାର୍ଯ୍ୟରେ ଲୋକଙ୍କ ସମର୍ଥନ ମିଳିବ।

ସିଂହ- ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବାର ସମ୍ଭାବନା ଅଛି। ଖର୍ଚ୍ଚ ଅପେକ୍ଷା ଆୟ ଅଧିକ ହେବ। ଶତ୍ରୁମାନେ ପରାଜିତ ହେବେ ଏବଂ ଆପଣଙ୍କୁ କୌଣସି କ୍ଷତି କରିପାରିବେ ନାହିଁ। ଅଫିସରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ହେବ ଏବଂ ଅଧିକାରୀମାନେ ଖୁସି ରହିବେ। ଯାତ୍ରା କରିବାର ଯୋଗ ରହିଛି, ଯାହା ଶୁଭପ୍ରଦ ହେବ।

କନ୍ୟା- ଆୟ ବୃଦ୍ଧିର ନୂତନ ଉତ୍ସ ଖୋଲିବାର ସମ୍ଭାବନା ଅଛି। ବଡ଼ ଭାଇଭଉଣୀ ଓ ବନ୍ଧୁମାନଙ୍କ ସହଯୋଗରେ ଲାଭବାନ ହେବେ। କୌଣସି ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ ଏବଂ ଆପଣଙ୍କ ଯୋଜନା ସଫଳ ହେବ। ଇଚ୍ଛା ପୂରଣ ହେବାର ଯୋଗ ରହିଛି।

ତୁଳା- ସମାଜରେ ଉଚ୍ଚ ସମ୍ମାନ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ବଡ଼ ସଫଳତାର ଯୋଗ ରହିଛି। ବ୍ୟବସାୟୀମାନେ ଲାଭଜନକ ଚୁକ୍ତି ସମ୍ପାଦନ କରିବେ। ପିତା କିମ୍ବା ଉପରିସ୍ଥ ଅଧିକାରୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ଆପଣଙ୍କର ଦକ୍ଷତା ଏବଂ ମେଧା ଶକ୍ତି ଯୋଗୁ ଆଗକୁ ବଢ଼ିବେ।

ବିଛା- ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଦିଗରେ ରୁଚି ବଢ଼ିବ ଏବଂ ଧାର୍ମିକ ଯାତ୍ରା କରିପାରନ୍ତି। କୌଣସି ଗୁରୁଜନଙ୍କ ସହାୟତାରେ ବଡ଼ ସମସ୍ୟାର ସମାଧାନ ହେବ। ନୂତନ ଶିକ୍ଷାଗ୍ରହଣ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ। ଆପଣଙ୍କ ଆଶା ଓ ବିଶ୍ୱାସ ସଫଳତାର ପଥ ପ୍ରଦର୍ଶନ କରିବ।

ଧନୁ- ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ। ଆର୍ଥିକ କ୍ଷତି କିମ୍ବା ଖର୍ଚ୍ଚ ବୃଦ୍ଧି ହୋଇପାରେ। କୌଣସି ଗୁପ୍ତ ଚିନ୍ତା ମାନସିକ ଶାନ୍ତିକୁ ନଷ୍ଟ କରିପାରେ। ପରିଶ୍ରମ ଅନୁସାରେ ଫଳ ନମିଳିବା କାରଣରୁ ନିରାଶ ହୋଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଦେଖାଦେଇପାରେ।

ମକର- ଭାଗିଦାରୀ ବ୍ୟବସାୟରେ ଉତ୍ତମ ଲାଭ ମିଳିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ସାଥୀଙ୍କ ସହଯୋଗ ମିଳିବ। ନୂତନ ସମ୍ପର୍କ ସ୍ଥାପିତ ହେବ, ଯାହା ଭବିଷ୍ୟତରେ ଲାଭଦାୟକ ହେବ। ଆପଣଙ୍କର ସାମାଜିକ ସମ୍ପର୍କ ବ୍ୟାପକ ହେବ। ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ସମାପ୍ତ କରିବେ।

କୁମ୍ଭ- ଶତ୍ରୁମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ। ଋଣମୁକ୍ତ ହେବାର ଏକ ଭଲ ସୁଯୋଗ ଆସିବ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟଦକ୍ଷତା ଅଧିକାରୀମାନଙ୍କୁ ପ୍ରଭାବିତ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ଏବଂ ମନ ପ୍ରଫୁଲ୍ଲ ରହିବ। ମାମଲା କିମ୍ବା କୋର୍ଟ ସମ୍ବନ୍ଧୀୟ ମାମଲାରେ ଆପଣଙ୍କ ପକ୍ଷ ମଜବୁତ୍ ରହିବ।

ମୀନ- ସନ୍ତାନମାନଙ୍କୁ ନେଇ ଚିନ୍ତା ବଢ଼ିପାରେ କିମ୍ବା ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାର ସମ୍ଭାବନା ଅଛି, ତେଣୁ ଶାନ୍ତ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କୁ ପାଠପଢ଼ାରେ ଅଧିକ ଯତ୍ନ ଦେବାକୁ ପଡିବନୂତନ ନିବେଶ କିମ୍ବା ଯୋଜନା ଆରମ୍ଭ କରନ୍ତୁ ନାହିଁ। ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଦ୍ୱାରା ଅନେକ ସମସ୍ୟାରୁ ରକ୍ଷା ପାଇବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682