ନୂଆଦିଲ୍ଲୀ ୨୦।୯: ଏଚ୍-୧ ବି ଭିସାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ଓ କଡ଼ା ନିୟମ ଘୋଷଣା ପରେ ଭାରତ ସରକାର ସନ୍ତୁଳିତ ପ୍ରତିକ୍ରିୟା ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ ଏହି  ନିଷ୍ପତ୍ତିକୁ ଉଭୟ ଦେଶଙ୍କ ଆର୍ଥିକ ହୀତ ପ୍ରଭାବିତ ହେବ ବୋଲି କୁହାଯାଇଛି, ଏହା ସହିତ ଉଦ୍ୟୋଗ ଓ ନୀତି ନିର୍ମାତା ମିଳିତ ଏହି ସମସ୍ୟାର ସମାଧାନ ବାହାର କରିବେ ବୋଲି ମଧ୍ୟ ବୟାନରେ ଆଶାପୋଷଣ କରାଯାଇଛି।

ଏହା ସହିତ ନୀତି ଦ୍ୱାରା ପ୍ରଭାବିତ ହେଉଥିବା ପ୍ରଫେସନାଲଙ୍କ ପରିବାର ଉପରେ ପଡିବାକୁ ଥିବା ମାନବୀୟ ପ୍ରଭାବକୁ ଦୂର କରିବା ପାଇଁ ନିବେଦନ ମଧ୍ୟ କରାଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ‘ସରକାରଙ୍କୁ ଏଚ-୧ବି ଭିସା କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବିତ କଟକଣା ସମ୍ପର୍କିତ ରିପୋର୍ଟର ସୂଚନା ମିଳିଛି। ଭାରତୀୟ ଉଦ୍ୟୋଗଙ୍କ ସମେତ ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମସ୍ତ ପକ୍ଷ ଏହି ପଦକ୍ଷେପର ପୁରା ପ୍ରଭାବକୁ ଅଧ୍ୟୟନ କରୁଛନ୍ତି। ଭାରତୀୟ ଉଦ୍ୟୋଗ ପ୍ରଥମେ ଏକ ପ୍ରାରମ୍ଭିକ ବିଶ୍ଲେଷଣ ଜାରି କରିଛି, ଏଥିରେ ଭିସା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ଭ୍ରମ ଦୂର କରିବାକୁ ଚେଷ୍ଟା କରାଯାଇଛି ’।

ଜୟସ୍ୱାଲ କହିଛନ୍ତି ଯେ ଭାରତ ଓ ଆମେରିକା ଦୁଇ ଦେଶର ଉଦ୍ୟୋଗ, ଅନ୍ୱେଷଣ ଓ ରଚନାତ୍ମକତାରେ ଭାଗିଦାରୀ ରହିଛି। ଏଣୁ ଆଶା କରାଯାଉଛି ସମସ୍ତେ ମିଶି ଆଗକୁ ସବୁଠୁ ଭଲ ରାସ୍ତା ନିର୍ଦ୍ଧାରଣ କରିବେ। ଜୟସ୍ୱାଲ କହିଛନ୍ତି ଯେ କୁଶଳ ପ୍ରତିଭାଙ୍କ ଆବାଗମନ ଓ ଆଦାନ ପ୍ରଦାନ ଯୋଗୁ ଆମେରିକା ଓ ଭାରତରେ ବୈଷୟିକ ବିକାଶ, ଆର୍ଥିକ ବୃଦ୍ଧି, ପ୍ରତିଯୋଗୀତା ଓ ଧନ ସୃଜନରେ ବହୁତ ବଡ଼ ଯୋଗଦାନ ଦେଉଛି। ଏଣୁ ନୀତି ନିର୍ମାତା ଏବେକା ପଦକ୍ଷେପର ମୂଲ୍ୟାଙ୍କନ ପାରସ୍ପରିକ ଲାଭକୁ ଧ୍ୟାନରେ ରଖି କରିବେ, ଏଥିରେ ଉଭୟ ଦେଶର ଜନତାଙ୍କ ମଜଭୁତ ସମ୍ବଦ୍ଧ ମଧ୍ୟ ସାମିଲ  ରହିବ।