ନୂଆଦିଲ୍ଲୀ ୧୦।୬: ଭାରତୀୟ ଯୁବବର୍ଗକୁ ଜର୍ମାନୀରେ ସୁଲଭ, ଉତ୍ତମ ଏବଂ ବିନା କୌଣସି ଅସୁବିଧାରେ ଶିକ୍ଷା ଯୋଗାଇ ଦିଆଯିବ । ଏ ନେଇ ଜର୍ମାନ ଦୂତାବାସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନ ତରଫରୁ କ’ଣ ସୁବିଧା ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସେ ବିଷୟରେ ଜର୍ମାନ ରାଷ୍ଟ୍ରଦୂତ ଡକ୍ଟର ଫିଲିପ୍ ଆକରମ୍ୟାନ୍ ସୂଚନା ଦେଇଛନ୍ତି । ଏହା ସହିତ ଠକେଇର ଶିକାର ନହୋଇ, ଏଜେଣ୍ଟଙ୍କ ମାଧ୍ୟମରେ ଆବେଦନ ନକରି ବ୍ୟକ୍ତିଗତ ଭାବେ ଆବେଦନ କରିବାକୁ ସେ ନିବେଦନ କରିଛନ୍ତି । ଛାତ୍ରଛାତ୍ରୀ ଜର୍ମାନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୱେବସାଇଟ ମାଧ୍ୟମରେ ଉଚିତ ମାର୍ଗଦର୍ଶନ ପାଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଏହା ସହିତ ସେ କହିଛନ୍ତି ଯେ, ଜର୍ମାନୀ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦଶନ୍ଧି ଧରି ଏକ ଅତ୍ୟନ୍ତ ନିର୍ଭରଯୋଗ୍ୟ ସହଯୋଗୀ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିଛୁ । ବର୍ତ୍ତମାନ ଜର୍ମାନୀରେ ୫୦ ହଜାର ଭାରତୀୟ ଅଛନ୍ତି । ଆମେ ପ୍ରକୃତରେ ପ୍ରତିଭା ଖୋଜୁଛୁ । ଆମେ ସବୁଠାରୁ ବୁଦ୍ଧିମାନ, ଟାଲେଣ୍ଟେଡ ବ୍ୟକ୍ତିଙ୍କୁ ଖୋଜୁଛୁ, ଯେଉଁମାନେ ହୁଏତ ଅନ୍ୟତ୍ର ପଢ଼ିବା ପାଇଁ ଚିନ୍ତା କରୁଛନ୍ତି । ଆମେ ସେହି ଛାତ୍ରଛାତ୍ରୀଙ୍କୁ କହିବାକୁ ଚାହୁଁଛୁ ଯେ ଜର୍ମାନୀରେ ଆମେ ପ୍ରଥମ ଶ୍ରେଣୀର ଶିକ୍ଷା ଯୋଗାଉଛୁ । ଜର୍ମାନୀରେ ଇଂରାଜୀ ଶିକ୍ଷା ପ୍ରଦାନ କରାଯାଏ । ଏଥିପାଇଁ ସହଜରେ ଭିସା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଛାତ୍ରଛାତ୍ରୀ ଖୁବ୍ ସହଜରେ ପାଇଁ ପାରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ୮ଟି ଜର୍ମାନ ବିଶ୍ୱବିଦ୍ୟାଳୟ ମଧ୍ୟ ଯୋଗଦେଇ ନିଜ ବିଶ୍ୱବିଦ୍ୟାଳୟର କରିକୁଲମ୍ ବିଷୟରେ କହିଛନ୍ତି ।
You Can Read:
ଭୁବନେଶ୍ବର ପରେ କଟକରେ ମେଡିସିନ ଦୋକାନରେ ଚଢ଼ାଉ, ଛାନଭିନ୍ କରୁଛି ଡ୍ରଗ୍ସ କଣ୍ଟ୍ରୋଲ