ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ଆହୁରି ବଢିବାକୁ ଯାଉଛି । ନୀଳଗିରି କ୍ଲାସର ଦୁଇ ଷ୍ଟିଲ୍ଥ ଗାଇଡେଡ୍ ମିଶାଇଲ୍ ଫ୍ରିଗେଟ୍, ଆଇଏନ୍ଏସ୍ ଉଦୟଗିରି ଓ ଆଇଏନ୍ଏସ୍ ହିମଗିରି ଅଗଷ୍ଟରେ ୨୬ରେ ନୌସେନାରେ ସାମିଲ କରାଯିବ । ବିଶାଖପାଟନମରେ ଏକକାଳୀନ ଦୁଇ ଜାହଜରୁ କମିଶନ କରାଯିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଭାରତୀୟ ନୌସେନା ଅଗଷ୍ଟ ୨୬ରେ ବିଶାଖାପଟନମରେ ଏକାସଙ୍ଗରେ ନୀଳଗିରି କ୍ଲାସର ଦୁଇ ଜାହାଜକୁ କମିଶନ କରାଯିବ । ଆଇଏନ୍ଏସ୍ ଉଦୟଗିରି ଓ ଆଇଏନ୍ଏସ୍ ହିମଗିରି ହେଉଛି ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ । ଭାରତରେ ନିର୍ମିତ ଯୁଦ୍ଧପୋତ ପ୍ରୋଜେକ୍ଟ ୧୭ ଆଲ୍ଫା (ପି-୧୭ଏ)ର ଅଂଶ ଅଟେ । ଏହା ଅଧିନରେ ଆଇଏନ୍ଏସ୍ ନୀଳଗିରିକୁ ଚଳିତ ବର୍ଷ ଆରମ୍ଭରେ ନୌସେନାରେ ସାମିଲ କରାଯାଇଥିଲା ।
ଏହା ପ୍ରଥମ ଥର, ଯେତେବେଳେ ଦୁଇ ପ୍ରତିଷ୍ଠିତ ଭାରତୀୟ ଶିପୟାର୍ଡର ଦୁଇ ପ୍ରମୁଖ ଯୁଦ୍ଧଜାହାଜକୁ ଏକା ସମୟରେ କମିଶନ କରାଯିବ । ଏହାସହ ଭାରତ ପାଖରେ ତିନି ଫ୍ରିଗେଟ୍ ବିଶିଷ୍ଟ ଏକ ସ୍କ୍ୱାଡନ ରହିବ । ସ୍ୱଦେଶୀ କ୍ଷମତା ଜରିଆରେ ଦେଶର ଉଦ୍ୟୋଗିକ-ପ୍ରଯୁକ୍ତି କ୍ଷମତା ଓ କ୍ଷେତ୍ରୀୟ ଶକ୍ତି ସନ୍ତୁଳନକୁ ପ୍ରଦର୍ଶନ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ବୟାନ ଅନୁସାରେ, ଏହି ଜାହାଜ ଗ୍ରୁପରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରିପାରୁଥିବା ସୁପରସୋନିକ୍ ମିଶାଇଲ୍, ମଧ୍ୟମ ଦୂରଗାମୀର ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ୍ କରୁଥିବା ମିଶାଇଲ୍, ଏକ ୭୬ ମିମି ଏମ୍ଆର୍ ଗନ୍ ସାମିଲ ରହିଛି । ଏହାସହ ପାଣି ଭିତର ହତିଆର ପ୍ରଣାଳୀ ମଧ୍ୟ ସାମିଲ ଅଛି ।
ଆଇଏନ୍ଏସ୍ ଉଦୟଗିରିରକୁ ମୁମ୍ୱାଇ ସ୍ଥିତ ମାଝଗାଓଁ ଡକ୍ ଶିପବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହା ନୌସେନାର ଯୁଦ୍ଧପୋତ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦ତମ ଜାହାଜ ଅଟେ । ଆଇଏନ୍ଏସ୍ ହିମଗିରି, କୋଲକାତା ସ୍ଥିତି ଗାର୍ଡନ ରିଚ୍ ଶିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ପି-୧୭ଏ ଜାହାଜର ପ୍ରଥମ ଅଟେ ।