LIVE TV

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ; ହର୍ଷିତ-ଅର୍ଶଦୀପଙ୍କୁ ସୁଯୋଗ

NEWS7
INDIA

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ରେ ଶୁକ୍ରବାର ନିଜର ଶେଷ ଲିଗ୍ ମ୍ୟାଚ୍ ଶେଖ ଜାୟଦ ଷ୍ଟାଡିୟମରେ ଓମାନ ବିପକ୍ଷରେ ଖେଳିବ । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନରେ ହର୍ଷିତ ରାଣା ଓ ବୁମରାଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ଟିମରେ ସ୍ଥାନ ମିଳିଛି । ଅନ୍ୟପଟେ ଓମାନ ମଧ୍ୟ ଦୁଇଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି । ଭାରତୀୟ ଦଳ ସୁପର  ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ରବିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଓମାନ ବିପକ୍ଷରେ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି ।

ଭାରତର ଚୂଡାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ୍, ସଞ୍ଜୁ ସାମସନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ

ଓମାନର ଚୂଡ଼ାନ୍ତ ଏକାଦଶ: ଆମୀର କାଲିମ, ଜତିନ୍ଦର ସିଂ (ଅଧିନାୟକ), ହମ୍ମାଦ ମିର୍ଜା, ବିନୟକ ଶୁକ୍ଲା (ୱିକେଟ୍ କିପର), ଶାହା ଫୈସଲ, ଜିକ୍ରିଆ ଇସଲାମ, ଆର୍ଯ୍ୟନ ବିଷ୍ଟ, ମହମ୍ମଦ ନାଦିମ, ଶକିଲ ଅହମ୍ମଦ, ସମୟ ଶ୍ରୀବାସ୍ତବ, ଜିତେନ ରାମାନନ୍ଦୀ ।