News7 Logo

ଭାରତ ମାସେ କି ଦୁଇ ମାସ ଭିତରେ ଆମକୁ ସରି କହିବାକୁ ବାଧ୍ୟ ହେବ: ଆମେରିକା ବାଣିଜ୍ୟ ମନ୍ତ୍ରୀ

NEWS7
India will say sorry in 2 months: Trump aide Howard Lutnick on tariffs

ନୂଆଦିଲ୍ଲୀ: ଭାରତକୁ ହାର୍ ମନାଇବାକୁ ଆମେରିକା ପ୍ରାଣପ୍ରଣେ ଲାଗିପଡ଼ିଛି। ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ମନ୍ତ୍ରୀ ଓ ସଚିବମାନେ ଜାଣିଶୁଣି ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ବେଳେ ଶୁକ୍ରବାର ଆମେରିକା ବାଣିଜ୍ୟମନ୍ତ୍ରୀ ହାୱାର୍ଡ ଲୁଟନିକ୍ ଭାରତକୁ ଚରମବାଣୀ ଶୁଣାଇଛନ୍ତି।  ଆମେରିକା ଶୁଳ୍କ ଆଗରେ ଭାରତ ହାର ନିଶ୍ଚୟ ମାନିବ।

ଋଷ ଠାରୁ ତେଲ କିଣିବା ନେଇ ଭାରତ ଦୀର୍ଘଦିନ ଧରି ଆମେରିକାକୁ ଅବମାନନା କରିପାରିବ ନାହିଁ ବୋଲି କହିଛନ୍ତି ଆମେରିକା ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍। ଆଉ ଯଦି ଭାରତ ନିଜର ପଥ ପରିବର୍ତ୍ତନ ନ କରେ, ତେବେ ଆମେରିକାକୁ ରପ୍ତାନି ଉପରେ ୫୦ ପ୍ରତିଶତ ଉଚ୍ଚ ଶୁଳ୍କ ଲାଗୁ କରିବ ବୋଲି ସେ ଧମକ ଦେଇଛନ୍ତି। ତେବେ ଜବାବୀ ଶୁଳ୍କ ଆଶଙ୍କା କରି ଆମେରିକା କାନାଡ଼ାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତିଶୋଧମୂଳକ ପଦକ୍ଷେପ କେବଳ ଛୋଟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ।

ଏହା ସବୁ ବାହାଦୁରିର କଥା। କାରଣ ସବୁଠାରୁ ବଡ଼ ଗ୍ରାହକଙ୍କ ସହିତ ଲଢ଼ିବାକୁ ଭଲ ଲାଗେ। କିନ୍ତୁ ଶେଷରେ, ଏହି ବ୍ୟବସାୟଗୁଡ଼ିକ ଆମେରିକା ସହିତ ଚୁକ୍ତି କରିବାକୁ ଦାବି କରିବାକୁ ବାଧ୍ୟ ହେବେ ବୋଲି ଲୁଟିନିକ କହିଛନ୍ତି। କେବଳ ସେକିତି ନୁହେଁ ଏଇ ମାସେକୁ ଦୁଇ ମାସ ଭିତରେ ଭାରତ ଆମେରିକା ସହିତ ଡିଲ୍ କରିବାକୁ ଆଲୋଚନା ଡେବୁଲକୁ ଫେରିପାରେ। ଓ ଆମେରିକାକୁ ସରି କହିପାରେ ବୋଲି ସେ କହିଛନ୍ତି।

ଲୁଟିନିକ କହିଛନ୍ତି ତେଣୁ ମୁଁ ଭାବୁଛି, ହଁ, ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ, ଭାରତ ଆଲୋଚନା ଟେବୁଲରେ ବସିବାକୁ ରାଜି ହେବ। ଏବଂ ସେମାନେ(ଭାରତ) ଆମେରିକାକୁ ସରି କହିବା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଏକ ଚୁକ୍ତି କରିବାକୁ ଚେଷ୍ଟା କରିବେ। ଏବଂ ଆମେ ଏହା ତାଙ୍କ ଉପରେ ଛାଡ଼ି ଦେଇଛୁ। ଏହା ସମ୍ପୂର୍ଣ୍ଣ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିର୍ଭର କରିବ ଯେ ସେ ନରେନ୍ଦ୍ର ମୋଦିଙ୍କ ସହିତ କିପରି ଡିଲ୍ କରିବାକୁ ଚାହାଁନ୍ତି। କାରଣ ସେ ରାଷ୍ଟ୍ରପତି।

କଡ଼ା ଚେତାବନୀ ଦେବା ସହିତ ଆମେରିକାର ୫୦ ପ୍ରତିଶତ ଶୁଳ୍କରୁ ବର୍ତ୍ତିବା ପାଇଁ ଲୁଟନିକ ଭାରତ ଆଗରେ  ୩ଟି ସର୍ତ୍ତ ରଖିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଭାରତକୁ ଆମେରିକା ସହିତ ସମନ୍ୱୟ ରଖିବା କିମ୍ବା ବ୍ରିକ୍ସ ମାଧ୍ୟମରେ ରୁଷ ଏବଂ ଚୀନ୍ ସହିତ ସମ୍ପର୍କକୁ ଗଭୀର କରିବା ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ।

ଲୁଟନିକ କହିଛନ୍ତି ଭାରତ ସେମାନଙ୍କର ବଜାର ଖୋଲିବାକୁ ଚାହୁଁ ନାହିଁ। ରୁଷୀୟ ତେଲ କିଣିବା ବନ୍ଦ କର। ଏବଂ ବ୍ରିକ୍ସର ଅଂଶ ହେବା ବନ୍ଦ କର। ଯଦି ତୁମେ ରୁଷ ଏବଂ ଚୀନ୍ ମଧ୍ୟରେ ସେତୁ ହେବାକୁ ଚାହୁଁଛ, ତେବେ ହୁଅ! କିନ୍ତୁ ଡଲାରକୁ ସମର୍ଥନ କର, ଆମେରିକାକୁ ସମର୍ଥନ କର, ଆପଣଙ୍କର ସବୁଠାରୁ ବଡ଼ ଗ୍ରାହକଙ୍କୁ ସମର୍ଥନ କର କିମ୍ବା ୫୦ ପ୍ରତିଶତ ଶୁଳ୍କ ଦିଅ। ଦେଖାଯାଉ ଏହା କେତେ ଦିନ ଏମିତି ଚାଲିବ।

ଆମେରିକାର ଅର୍ଥନୈତିକ ପ୍ରାଧାନ୍ୟ ଉପରେ ଗୁରୁତ୍ୱାରୋପ କରି ଲୁଟନିକ୍ କହିଛନ୍ତି, "ଆମେ ବିଶ୍ୱର ଗ୍ରାହକ। ଏହା ଆମର ୩୦ ଟ୍ରିଲିୟନ ଡଲାର ଅର୍ଥନୀତି। ଶେଷରେ, ଗ୍ରାହକ ସର୍ବଦା ଠିକ୍।"

ସେହିପରି ଟ୍ରମ୍ପ ଭାରତ ଓ ଋଷ ଚୀନ ହାତରେ ହରାଇ ଦେଲେ ବୋଲି ଯେଉ ସୋସିଆଲ୍ ମିଡିଆ ପୋଷ୍ଟ କରିଛନ୍ତି ତା ଉପରେ ପ୍ରତିକ୍ରିୟା ଦେଇଚନ୍ତି ଲୁଟନିକ। ସେ କହିଛନ୍ତି ରୁଷ ସଂଘର୍ଷ ପୂର୍ବରୁ, ଭାରତ ରୁଷରୁ ୨ ପ୍ରତିଶତରୁ କମ୍ ତେଲ କିଣୁଥିଲା। ଏବଂ ଏବେ ସେମାନେ ୪୦ ପ୍ରତିଶତରୁ ଅଧିକ ତେଲ କିଣୁଛନ୍ତି। ଋଷ ତେଲ ଉପରେ କଟକଣା ଲାଗୁଥିବାରୁ ସେମାନେ ଏପରି କରୁଛନ୍ତି। ପ୍ରକୃତରେ ଋଷ ତେଲ ଶସ୍ତା ରହୁଛି। ରୁଷ ବି ଏହାକୁ ବିକିବାକୁ ଗ୍ରାହକ ଖୋଜୁଛି। ତେଣୁ ଭାରତୀୟମାନେ ଶସ୍ତାରେ ତେଲ କିଣି ବହୁତ ଟଙ୍କା ରୋଜଗାର କରିବାକୁ ନିଷ୍ପତ୍ତି ନେଇଛନ୍ତି।'” ଭାରତର ଏଭଳି ଯୋଜନା ଏକ ଭୁଲ ଓ ହାସ୍ୟାସ୍ପଦ। ଭାରତ ପ୍ରକୃତରେ କେଉଁ ପକ୍ଷରେ ଛିଡ଼ା ହେବା ଉତିତ ଏହା ସେ ନିଷ୍ପତ୍ତି ନେଉ ବୋଲି ଲୁଟନକି କହିଛନ୍ତି। ତେବେ ଆମେରିକା ଭାରତ ସହିତ ଆଲୋଚନା କରିବାକୁ ଚାହିଁବ କି ବୋଲି ପ୍ରଶ୍ନର କରିବାରୁ ଲୁଟନିକ କହିଛନ୍ତି ଆମେ ସବୁବେଳେ ଆଲୋଚନା କରିବାକୁ ରାଜି ଅଛୁ।  

.