LIVE TV

ଭାରତ ପାଇଁ ବିପଦ ଆମେରିକା ଟାରିଫ, ପ୍ରତିବନ୍ଧିତ ଋଷ ତେଲ କିଣିବା ବନ୍ଦ କରି, ୟୁଏସ ସହ ନିରପେକ୍ଷ ଚୁକ୍ତି କରିବା ଉଚିତ୍: ଜିଟିଆର୍‌ଆଇ

NEWS7
india-vs-new-zealand-2nd-t20i-new-zealand-set-target-of-100-runs-for-india

ନୂଆଦିଲ୍ଲୀ: ଆମେରିକା ସହିତ ଚାଲିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଅଧୀନରେ ଭାରତ ନିଜର ବାଣିଜ୍ୟ ସ୍ୱାର୍ଥକୁ ସୁରକ୍ଷା ଦେବା ଉଚିତ ବୋଲି ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ କହିଛି। ଏଥିସହିତ ଏକ ୩-ପଦକ୍ଷେପ ବିଶିଷ୍ଟ ଏକ ଯୋଜନାର ରୂପରେଖ ଜାରି କରିଛି। ଜିଟିଆରଆଇ ଜାରି କରିଥିବା ନୋଟ୍‌ରେ କହିଛି ଯେ ଭାରତ କଟକଣାଯୁକ୍ତ ତୈଳ ଆମଦାନୀ ବନ୍ଦ କରିବା ଉଚିତ। ଏଥିସହିତ ଆମେରିକାକୁ ଶୁଳ୍କ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବା ଓ କେବଳ ଦ୍ୱିପାକ୍ଷିକ ସନ୍ତୁଳନ ରକ୍ଷା କଲା ଭଳି ବାଣିଜ୍ୟ ଆଲୋଚନା ପୁଣି ଆରମ୍ଭ କରିବା ଉଚିତ ବୋଲି ଜିଟିଆରଆଇ କହିଛି।
GTRI ଅନୁଯାୟୀ, ପ୍ରଥମ ପଦକ୍ଷେପ ଅନୁସାରେ, ଆର୍ଥିକ ଏବଂ ଡିଜିଟାଲ୍ ସିଷ୍ଟମକୁ ପଙ୍ଗୁ ନ କରିବାକୁ ଚାହୁଁଥିଲେ, ରୋସନେଫ୍ଟ ଏବଂ ଲୁକୋଇଲ୍ ଭଳି ପ୍ରତିବନ୍ଧିତ ରୁଷୀୟ ଫାର୍ମଗୁଡ଼ିକରୁ ତୈଳ ଆମଦାନୀ ବନ୍ଦ କରିବାକୁ ପଡିବ।
ଦ୍ୱିତୀୟତଃ ଏହି ଫାର୍ମଗୁଡ଼ିକରୁ ଆମଦାନୀ ବନ୍ଦ ହୋଇଯିବା ପରେ ଭାରତ ଭାରତୀୟ ରପ୍ତାନି ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଦଣ୍ଡମୂଳକ  ଶୁଳ୍କ ପ୍ରତ୍ୟାହାର କରିବା ପାଇଁ ୱାଶିଂଟନ ଉପରେ ଚାପ ପକାଇବା ଉଚିତ। ତୃତୀୟରେ ଶୁଳ୍କ ସ୍ୱାଭାବିକ ସ୍ତରକୁ ଫେରିବା ପରେ ନିରପେକ୍ଷ ଏବଂ ସନ୍ତୁଳିତ ସର୍ତ୍ତରେ ଭାରତ ଆମେରିକା ସହିତ ବାଣିଜ୍ୟ ଆଲୋଚନା ପୁଣି ଆରମ୍ଭ କରିବା ଉଚିତ ବୋଲି ଜିଟିଆର୍‌ଆଇ ପରାମର୍ଶ ଦେଇଛି।
ଋଷର ରୋସନେଫେଟ ଏବଂ ଲୁକୋଲି, ଏହି ଦୁଇ କମ୍ପାନୀ ମସ୍କୋର ୫୭ ପ୍ରତିଶତ ଅଶୋଧିତ ତୈଳ ଉତ୍ପାଦନ କରିଥାନ୍ତି। ଆମେରିକା, ୟୁରୋପ ଓ ବ୍ରିଟେନ୍‌ ଏହି ଦୁଇଟି କମ୍ପନୀ ଉପରେ ପ୍ରତିବନ୍ଧକ ଲଗାଇ ଦେବା ରେ ଭାରତ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଏହି ଟେନସନ ସତ୍ତ୍ୱେ ବି ଆମେରିକା ସହିତ ଦ୍ୱିପାକ୍ଷିକ ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଚୂଡ଼ାନ୍ତ ହେବାର ଶେଷ ପର୍ଯ୍ୟାୟରେ ବୋଲି ଅକ୍ଟୋବର ୨୪ ତାରିଖରେ ଭାରତ ସରକାର କହିଥିଲେ।


ହେଲେ ଏପଟେ ଆମେରିକାର ଶୁଳ୍କ ଯୋଗୁ ଭାରତ ବହୁମାତ୍ରାରେ କ୍ଷତି ସହିବାରେ ଲାଗିଛି। କାରଣ ଏହି ପ୍ରତିବନ୍ଧକଗୁଡ଼ିକ କେବଳ ବାଣିଜ୍ୟ ପାଇଁ ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଏବଂ ଡିଜିଟାଲ୍ ଭିତ୍ତିଭୂମି ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଋଷ ତେଲ ଆମଦାନୀ ପାଇଁ ଜୁଲାଇ ୩୧ ତାରିଖରେ ଦଣ୍ଡାତ୍ମକ ଭାବେ ଭାରତ ଉପରେ ୨୫
% ଶୁଳ୍କ ଲାଗିବା ପରେ ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ଦୁଇ ଗୁଣ ବୃଦ୍ଧି ପାଇ ୫୦% ହୋଇଛି। ଯାହା ଫଳରେ ମେ ଏବଂ ସେପ୍ଟେମ୍ବର ମଧ୍ୟରେ ରପ୍ତାନିରେ ୩୭ ପ୍ରତିଶତ ହ୍ରାସ ପାଇଛି।

ଜିଟିଆର୍‌ଆଇ ଜାରି କରିଥିବା  ବିବୃତ୍ତିରେ ଆହୁରି କହିଛି ଯେ ଦ୍ୱିତୀୟ ପ୍ରତିବନ୍ଧକଗୁଡ଼ିକ ଏବେ ବ୍ୟାପକ ବିପଦ ସୃଷ୍ଟି କରୁଛି। ସେମାନେ ସ୍ୱିଫ୍ଟ ପେମେଣ୍ଟ ନେଟୱର୍କକୁ ବ୍ଲକ୍ କରିପାରିବେ, ଡଲାର କାରବାରକୁ ସ୍ଥଗିତ କରିପାରିବେ ଏବଂ ରିଫାଇନାରୀ, ବନ୍ଦର ଏବଂ ବ୍ୟାଙ୍କଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ସେବାଗୁଡ଼ିକୁ ବନ୍ଦ କରିପାରିବେ। ତେଣୁ ଏଥିରେ ଭାରତ ବହୁ କ୍ଷତି ସହିବ। GTRI ଚେତାବନୀ ଦେଇଛି ଯେ ଶୁଳ୍କ ସିଧାସଳଖ ରପ୍ତାନିକାରୀଙ୍କୁ କ୍ଷତି ପହଞ୍ଚାଇଥିଲେ ମଧ୍ୟ, ଡିଜିଟାଲ୍ ଏବଂ ଆର୍ଥିକ ବ୍ୟବସ୍ଥାକୁ ଟାର୍ଗେଟ କରି ସମସ୍ତ କାର୍ଯ୍ୟକୁ  ପଙ୍ଗୁ କରିବାର ସମ୍ଭାବନା ରହିଛି।
ଜିଟିଆର୍‌ଆଇ ଆହୁରି କହିଛି ଯେ ଭାରତକୁ ୟୁରୋପୀୟ ସଂଘ ଭଳି ପ୍ରମୁଖ ଅଂଶୀଦାରମାନଙ୍କ ସହିତ ସମାନତା ସହିତ ଲକ୍ଷ୍ୟ ରଖିବା ଉଚିତ। ଯେଉଁଥିରେ ହାରାହାରି ଶିଳ୍ପ ଶୁଳ୍କ ପ୍ରାୟ ୧୫ ପ୍ରତିଶତ ରହିବ। ସେହିପରି ବୟନ, ରତ୍ନ, ଅଳଙ୍କାର ଏବଂ ଔଷଧ ସମେତ କିଛି ରପ୍ତାନି କ୍ଷେତ୍ର ପାଇଁ ଶୁଳ୍କମୁକ୍ତ ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି ଜିଟିଆରଆଇ ପରାମର୍ଶ ଦେଇଛି।