ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା : ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ

NEWS7
india-to-become-4th-largest-economy-in-2025-overtaking-japan-imf

ଭୁବନେଶ୍ବର ୨୬।୧୨: ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ । ବିଜେଡି ପ୍ରତିଷ୍ଠା ଦିବସ ଆୟୋଜନ ଭିତରେ ବେଶ୍ ଉତ୍ସାହିତ ଦଳର ଅନେକ ନେତା ଓ ତୃଣମୂଳ ସ୍ତରର କର୍ମୀ । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ଶଙ୍ଖ ଭବନ । ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହେବେ ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହି ଅବସରରେ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ୍ସ’ ପୋଷ୍ଟରେ ନବୀନ ଲେଖିଛନ୍ତି, ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା ।

 

୨୮ ବର୍ଷର ଲମ୍ବା ଯାତ୍ରା ଭିତରେ ବିଜେଡି ବର୍ତ୍ତମାନ ସବୁଠାରୁ କଠିନ ସ୍ଥିତି ଦେଇ ଗତି କରୁଛି । ୨୪ ବର୍ଷ କାଳ ନିରନ୍ତର ମୁଖ୍ୟମନ୍ତ୍ରୀ ପଦରେ ଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିଜ ରାଜନୈତିକ ଜୀବନ ଯାତ୍ରା ଭିତରେ ସବୁଠୁ ସଂଘର୍ଷପୂର୍ଣ୍ଣ ଓ ଆହ୍ୱାନପୂର୍ଣ୍ଣ ସ୍ଥିତିର ମୁକାବିଲା କରୁଛନ୍ତି । ଏମିତି ସ୍ଥିତିରେ ନବୀନ କେମିତି କର୍ମୀଙ୍କୁ ଉତ୍ସାହିତ କରିବେ ? କି ମନ୍ତ୍ର ଦେବେ ନବୀନ ? ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଦଳ ଭିତରେ ଓ ବାହାରେ ଅନେକ ଚର୍ଚ୍ଚା ଚାଲିଛି । ଏ ସମସ୍ତ ଚର୍ଚ୍ଚାକୁ ଡେଇଁ ନବୀନ କିଭଳି ଦଳକୁ ନୂଆ ଦିଗଦର୍ଶନ ଦେବେ, ତାହା ଆଜିର ଭାଷଣରୁ ଜଣାପଡ଼ିବ । ବିଭିନ୍ନ ଚର୍ଚ୍ଚାରେ କେତେ ସତ ଓ କେତେ ଗୁଜବ, ଆଜି ତାହା ନବୀନ ସ୍ପଷ୍ଟ କରିବେ । ନିରାଶା ଭିତରୁ ବାହାରି ନବୀନ ସରକାର ବିରୋଧରେ କେଉଁ ସବୁ ପ୍ରସଙ୍ଗକୁ ଅସ୍ତ୍ର କରିବେ ? ନବୀନଙ୍କ ଭାଷଣକୁ ଲକ୍ଷ ଲକ୍ଷ ବିଜେଡି କର୍ମୀ ଅନେଇ ରହିଛନ୍ତି ।