News7 Logo

ମାଲେସିଆକୁ ୪-୧ ଗୋଲରେ ମାତ୍ ଦେଲା ଭାରତ, ଫାଇନାଲର ନିକଟତର

NEWS7
Indian Hockey Team

ରାଜଗିର: ବିହାରର ରାଜଗିରରେ ଅନୁଷ୍ଠିତ ହକି ଏସିଆ କପ୍ ୨୦୨୫ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ପୁଲ-ଏରେ ସମସ୍ତ ମ୍ୟାଚ୍ ଜିତିବା ପରେ, ଭାରତ ସୁପର-ରେ ମଧ୍ୟ ଚମତ୍କାର ଖେଳ ଦେଖାଇଛି। ଭାରତ ମାଲେସିଆକୁ ୪-୧ ଗୋଲରେ ପରାସ୍ତ କରିଛି। ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷ ଦଳକୁ କୌଣସି ସୁଯୋଗ ଦେଇ ନଥିଲେ। ଭାରତ ପାଇଁ ମନପ୍ରୀତ, ସୁଖଜିତ, ବିବେକ ସାଗର ପ୍ରସାଦ ଏବଂ ଶୈଳେନ୍ଦ୍ର ଲାକ୍ରା ଗୋଲ ଦେଇଛନ୍ତି

ପ୍ରଥମ କ୍ୱାର୍ଟରରେ ମାଲେସିଆ ହକି ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହି କ୍ୱାର୍ଟରରେ ଅଧିକାଂଶ ସମୟ ମାଲେସିଆ ବଲ ନିଜ ପାଖରେ ରଖିଥିଲା। ଶଫିକ୍ ହାସନ ଗୋଲ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ, ଦ୍ୱିତୀୟ କ୍ୱାର୍ଟରରେ, ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଲଗାତାର ଆକ୍ରମଣ କରିଥିଲା। ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ ଖେଳି ମାଲେସିଆ ଖେଳାଳିମାନଙ୍କୁ ସୁଯୋଗ ଦେଇ ନଥିଲେ। ଏହା ପରେ ଭାରତ ପାଇଁ ମନପ୍ରୀତ ସିଂହ, ସୁଖଜିତ ସିଂହ ଏବଂ ଶୈଳେନ୍ଦ୍ର ଲାକ୍ରା ଗୋଲ ସ୍କୋର କରିଥିଲେ ଏବଂ ମ୍ୟାଚରେ ପଛରେ ଥିବା ଭାରତୀୟ ଦଳକୁ ଆଗୁଆ କରାଯାଇଥିଲେ। ଭାରତୀୟ ଦଳ ଲଗାତାର ତିନୋଟି ଗୋଲ ଦେଇ ମ୍ୟାଚ୍‌ରେ ୩-୧ରେ ଅଗ୍ରଣୀ ହାସଲ କରିଥିଲା।

ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଲ ସ୍କୋର କରିବାକୁ ଅନେକ ପ୍ରୟାସ କରିଥିଲେ, କିନ୍ତୁ କାହାକୁ ସଫଳତା ମିଳିନଥିଲା। ତା'ପରେ ୩୭ତମ ମିନିଟରେ ସାଗର ବିବେକ ପ୍ରସାଦ ଭାରତ ପାଇଁ ଗୋଲ ଦେଇ ଦଳକୁ ମୁକାବିଲାରେ ୪-୧ରେ ଆଗୁଅ କରିଥିଲେ। ଏହି ଅଗ୍ରଣୀକୁ ଭାରତ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା। ଶେଷ କ୍ଵାର୍ଟରରେ ଦୁଇ ଦଳ କୌଣସି  ଗୋଲ ସ୍କୋର କରିପାରି ନଥିଲେ। ଶେ ଭାରତ ମ୍ୟାଚ୍‌କୁ ୪-୧ରେ ଜିତି ନେଇଥିଲା।

ଭାରତୀୟ ଦଳର ଷ୍ଟାର ଖେଳାଳି ହରମନପ୍ରୀତ ସିଂହଙ୍କର ଏହା ୨୫୦ତମ ହକି ମ୍ୟାଚ୍ ଥିଲା। ସେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଦମାର ପ୍ରଦର୍ଶନ କରିଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳକୁ ବିଜୟୀ କରାଇଛନ୍ତି। ସେ ପେନାଲ୍ଟି କର୍ଣ୍ଣରରେ ଗୋଲ ସ୍କୋର କରିବାରେ ବିଶେଷଜ୍ଞ। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୨୮୫ଗୋଲ ସ୍କୋର କରିଛନ୍ତି।