ପାକିସ୍ତାନରେ HQ-9 ଡିଫେନ୍ସ ସିଷ୍ଟମ୍ ଧ୍ୱଂସ, ଚୀନ୍‌ଠୁ କିଣିଥିଲା ପ୍ରତିରକ୍ଷା ପ୍ରଣାଳୀ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ ୦୮।୦୫ : ଅପରେସନ ସିନ୍ଦୂର ପରେ ବିଚଳିତ ହୋଇ ଉଠିଛି ପାକିସ୍ତାନ । ଏହାପରେ ପାକିସ୍ତାନ ପଟୁ ଆକ୍ରମଣର ପ୍ରତିଟି ଉଦ୍ୟମକୁ ଭାରତ ବିଫଳ କରିଛି । ପାକିସ୍ତାନ ଆକ୍ରମଣର ଜବାବରେ ଭାରତୀୟ ସେନାର ସିରିଜ୍‌ ଆଟାକ୍ । ଇଣ୍ଡିଆନ୍‌ ଆର୍ମି ପକ୍ଷରୁ ପାକିସ୍ତାନର ଲାହୋର, କରାଚୀ ଆଦି ସ୍ଥାନମାନଙ୍କରେ ଡ୍ରୋନ୍‌ ଜରିଆରେ ଆଟାକ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହା ଆକ୍ରମଣରେ ପାକିସ୍ତାନରେ ଲାଗିଥିବା ଚୀନ୍‌ ନିର୍ମିତ ଡିଫେନ୍ସ ସିଷ୍ଟମ୍‌ HQ-9 ନଷ୍ଟ ହୋଇଛି। 

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ପାକିସ୍ତାନର ବିଭିନ୍ନ ସହରରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଭାରତ ପକ୍ଷରୁ ଏହି ଡ୍ରୋନ୍‌ ଆଟାକରେ ପାକିସ୍ତାନାରେ ଲାଗିଥିବା ଚୀନ ନିର୍ମିତ ଡିଫେନ୍ସ ସିଷ୍ଟମ୍‌ HQ-9 କୁ ପୁରା ନଷ୍ଟ କରାଯାଇଛି । ପାକିସ୍ତାନ ଏହାକୁ ଖଣ୍ଡନ କରୁଥିବା ବେଳେ ବିଦେଶୀ ମିଡିଆ ଏବଂ ଭାରତୀୟ ସେନା ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଛି ।  ସେନା ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ମେ ୭ ଏବଂ ୮ରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଡ୍ରୋନ୍‌ ଜରିଆରେ ହମ୍‌ଲା ହୋଇଛି । ଖାସ୍‌ କରି ପାକିସ୍ତାନର ରାଡାର ଏବଂ ଡିଫେନ୍ସ ସିଷ୍ଟମ୍‌କୁ ଟାର୍ଗେଟ କରାଯାଇଥିଲା । ଲାହୋରରେ ଲାଗିଥିବା ଏକ ଡିଫେନ୍ସ ସିଷ୍ଟମକୁ ନଷ୍ଟ କରାଯାଇଛି । 

ଅନ୍ୟପଟେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡୁଛି । ଚୀନ୍‌ଠୁ କିଣିଥିବା ଏୟାର ଡିଫେନ୍ସ ସିଷ୍ଟମ ଫେଲ୍‌ ମାରିବା ପରେ ସୀମାରେ ଗୁଳିବର୍ଷଣ କରିଛି । ଜାମ୍ମୁ-କାଶ୍ମୀର କୁପଓ୍ୱାଡ଼ା, ବାରାମୁଲା, ଉରୀ, ପୁଞ୍ଚ, ମେଣ୍ଡର, ରୌଜରୀ ସେକ୍ଟର ମୋଟାର  ଏବଂ ଗୁଳିବର୍ଷଣ କରାଯାଇଛି । 

ସୂଚନାଯୋଗ୍ୟ ଯେ, ଚୀନ୍‌ର HQ-9 ଡିଫେନ୍ସ ସିଷ୍ଟମକୁ କିଣିବା ଲାଗି ପାକିସ୍ତାନ ଇଚ୍ଛା ପ୍ରକାଶ କରିଥିଲା । ଏନେଇ ୨୦୧୫ ମସିହାରେ ଚୀନ୍‌ ସରକାରଙ୍କ ସହିତ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଥିଲେ । ଶେଷରେ ୨୦୨୧ ମସିହାରେ ପାକିସ୍ତାନକୁ ପ୍ରଥମ ପର୍ଯ୍ୟାୟର HQ-9 ଡିଫେନ୍ସ ସିଷ୍ଟମ ପ୍ରଦାନ କରିଥିଲା । ଏହାର ରେଞ୍ଜ ୧୨୫ରୁ ୨୦୦କିଲୋମିଟର । ୧୦୦ କିମି ଟାର୍ଗେଟକୁ ଟ୍ରାକ୍ କରିବାର କ୍ଷମତା ମଧ୍ୟ ରଖିଥାଏ । ଭାରତର ରାଫେଲ, ସୁଖୋଇ, ବ୍ରହ୍ମୋସକୁ ଜବାବ ଦେବ ବୋଲି HQ-9 ଉପରେ ଭରସା କରିଥିଲା ପାକ୍ ସରକାର । ଏପରିକି ଭାରତର ଏସ-୪୦୦ସହ ତୁଳନା କରୁଥିଲା ପାକିସ୍ତାନ । ହେଲେ ଭାରତର ରଣନୀତି ଆଗରେ ଫେଲ୍ ମାରିଛି HQ-9 । ରାଡାର ସିଷ୍ଟମ ଧ୍ୱଂସ ହେବା ପରେ ପାକିସ୍ତାନର ସବୁ ଆଶା ଭରସା ଧୂଳିସାତ ହୋଇଛି।

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.