LIVE TV

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫, ସୋଆର ତିନି ପ୍ରୋଜେକ୍ଟ ସାମିଲ

NEWS7
mukesh mahaling

ନୂଆଦିଲ୍ଲୀ: ଭାରତ ଓ ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ଆରମ୍ଭ ହୋଇଛି । ଅକ୍ଟୋବର ୮ରୁ ୧୧ ଯାଏ ନୂଆଦିଲ୍ଲୀର ୟଶୋଭୂମି କନଭେନସନ୍ ସେଣ୍ଟରରେ ଏହା ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହି ମେଳାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି । ସୋଆ ତରଫରୁ ୩ଟି ପ୍ରୋଜେକ୍ଟକୁ ଏଠାରେ ପ୍ରଦର୍ଶିତ କରାଯାଇଛି ।

ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ରେ ଦ୍ୱିତୀୟ ଥର ପାଇଁ ଯୋଗ ଦେଇଛି ସୋଆ ବିଶ୍ୱବିଦ୍ୟାଳୟ । ଚଳିତ ଥର ଟି ପ୍ରୋଜେକ୍ଟକୁ ଏଠାରେ ପ୍ରଦର୍ଶିତ କରାଯାଇଛି । ବିଶ୍ଵ ସ୍ତରରେ ସୋଆର ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ର ପାରଦର୍ଶିତା ଏବଂ କାର୍ଯ୍ୟକ୍ରମକୁ ଏଠାରେ ପ୍ରଦର୍ଶିତ କରାଯାଇଛି ।

  • ପ୍ରଥମ ପ୍ରୋଜେକ୍ଟ ହେଉଛି SIASENSE । ଏହା ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଆଧାରିକ ଫେନ୍ସ । ଏହା ଦ୍ଵାରା ପଶୁମାନଙ୍କ ପାଇଁ ଭର୍ଚୁଆଲ ଫେନ୍ସ ବା ବାଡ ତିଆରି ହୋଇପାରିବ ଏବଂ ପଶୁମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚା ଯାଇପାରିବ । ରେଳ ଧାରଣା ପାର କରିବା ସମୟରେ ହାତୀଙ୍କୁ ରକ୍ଷା କର ଯାଇପାରିବ ।
  • ଦ୍ୱିତୀୟ ପ୍ରୋଜେକ୍ଟ ହେଉଛି CYBERNAS ଏହି ପ୍ରୋଜେକ୍ଟ ଲୋକଙ୍କୁ ଡାଟା ଟ୍ୟାମ୍ପେରିଂରୁ ସୁରକ୍ଷା ଦେବ । ଯାହା ଦ୍ଵାରା ଡାଟା ସୁରକ୍ଷିତ ରହିବା ସହିତ ଆଇନ ଗତ କାର୍ଯ୍ୟାନୁଷ୍ଠାନରେ ଏହା ବେଶ ସହାୟକ ହେବ ।
  • ତୃତୀୟ ପ୍ରୋଜେକ୍ଟ ହେଉଛି BHOOMICARE ଏହି ପ୍ରୋଜେକ୍ଟ ଚାଷୀମାନଙ୍କ ପାଇଁ ବେଶ ଉପଯୋଗୀ । ଏହାକୁ ବ୍ୟବହାର କରିବା ଦ୍ଵାରା କୃଷକ ଜମିର ଉର୍ବରତା, ଜମି ଆବଶ୍ୟକ କରୁଥିବା ସାର ଏବଂ ଜମିର ଆବଶ୍ୟକତାକୁ ଜାଣିପାରିବେ ।

ଓଡ଼ିଶାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଇଣ୍ଡିଆ ମୋବାଇଲ କଂଗ୍ରେସ ପରିଦର୍ଶନ କରିଛନ୍ତି । ସୋଆ ବିଶ୍ୱବିଦ୍ୟାଳୟର ଷ୍ଟଲ୍ ବୁଲି ଦେଖିବା ସହ ନୂଆ ପ୍ରୋଜେକ୍ଟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସୋଆ ଦ୍ଵାରା କରାଯାଇଥିବା ତିନୋଟି ଯାକ ପ୍ରୋଜେକ୍ଟ ବେଶ ପ୍ରଶଂସନୀୟ ଏବଂ ଏହା ସାଧାରଣ ଲୋକଙ୍କୁ ଲାଭ ଦେବ । ଏହା ସହିତ IIIT ବେଙ୍ଗାଲୁରୁର ଡାଇରେକ୍ଟର ପ୍ରଫେସର ଦେବବ୍ରତ ଦାସ ମଧ୍ୟ ସୋଆର ତିନି ପ୍ରୋଜେକ୍ଟକୁ ବେଶ ପ୍ରଶଂସା କରିଥିଲେ ।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଏସିଆର ସବୁଠୁ ବଡ଼ ଟେଲିକମ୍, ମିଡିଆ ଓ ଟେକ୍ନୋଲୋଜି ଇଭେଣ୍ଟ ଅଟେ । ଚଳିତ ଥର ଏହି ପ୍ରଦର୍ଶନୀରେ ସାରା ଦୁନିଆର ଉଦ୍ୟୋଗୀ, ନୀତି ନିର୍ମାତା ଓ ଟେକ୍ ଇନୋଭେଟର୍ସ ଭାଗ ନେବେ । ଚାରି ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅପ୍ଟିକଲ୍ କମ୍ୟୁନିକେସନ, ସେମିକଣ୍ଡକ୍ଟର, କ୍ୱାଣ୍ଟମ କମ୍ୟୁନିକେସନ, 6ଜି ଓ ଫ୍ରଡ୍ ରିକ୍ସ ଇଣ୍ଡିକେଟର୍ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ହେବ ।