LIVE TV

IND VS WI 2ND TEST: ଗିଲ୍-ଜୟସ୍ୱାଲଙ୍କ ବ୍ୟାଟିଂ ପରେ ବୋଲିଂରେ ଚମକିଲେ ଜାଡେଜା, ୩୭୮ ରନ୍‌ରେ ଭାରତ ଅଗ୍ରଣୀ

NEWS7
jadejaind

ନୂଆଦିଲ୍ଲୀ: ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ ଲଗାତାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୪୦୦ରୁ ଅଧିକ ରନ୍ କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ୫ ୱିକେଟ୍ ହରାଇ ୫୧୮ ରନରେ ନିଜର ପ୍ରଥମ ଇନିଂସ ଘୋଷଣା କରିଥିଲା । ଭାରତ ପାଇଁ ଜୟସ୍ୱାଲ ଓ ଶୁଭମନ ଗିଲ୍ ଶତକୀୟ ଇନିଂସ ଖେଳିଥିଲେ । ଅନ୍ୟପଟେ ଭାରତୀୟ ଟିମ୍ ୬୪ ବର୍ଷ ପରେ କ୍ରିକେଟରେ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଭାରତ ଦ୍ୱାରା ୬ ଦଶନ୍ଧି ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ୫ ୱିକେଟ୍ ଦ୍ୱାରା ୫୦ରୁ ଅଧିକ ରନର ପାର୍ଟନରଶିପ୍ ହୋଇଛି । ଏହା ପୂର୍ବରୁ ଭାରତ ଏହି ଉପଲବ୍ଧି ୧୯୯୩ରେ ମୁମ୍ୱାଇରେ ଇଂଲଣ୍ଡ ବିପକ୍ଷରେ ଓ ୨୦୨୩ରେ ଅହମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲା ।

ଅନ୍ୟପଟେ ୱେଷ୍ଟଇଣ୍ଡିଜ ଟିମ୍ ବିପକ୍ଷରେ ୧୯୬୦ରେ ପ୍ରଥମ ଥର ଏପରି ହୋଇଥିଲା । ଅଷ୍ଟ୍ରେଲିଆ ଗାବାରେ ଟାଇ ଟେଷ୍ଟରେ ଏପରି କରିଥିଲା । ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଟିମ୍ ଦମଦାର ଆରମ୍ଭ କରିଥିଲା । ଯଶସ୍ୱୀ ଜୟସ୍ୱାଲଙ୍କ ଦମଦାର ୧୭୫ ରନ୍ ବଦଳରେ ସ୍କୋର ୫୦୦ ପାର କରିବାରେ ସଫଳ ହେଲା ।

ଭାରତ ୫୧୮ ରନରେ ପ୍ରଥମ ପାଳି ଶେଷ ଘୋଷଣା କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଚାରି ୱିକେଟ୍ ହରାଇ ୧୪୦ ରନ୍ କରିଛି । ଭ୍ରମଣକାରୀ ଦଳ ଏବେ ବି ୩୭୮ ରନ୍ ପଛରେ ରହିଛି । ଭାରତ ଅହମଦାବାଦ ଟେଷ୍ଟରେ ଇନିଂସ ଓ ୧୪୦ ରନରେ ବିଜୟୀ ହୋଇଥିଲା । ଏଠି ମଧ୍ୟ ଫୋଲୋଅନ୍ ଦେଇ ମ୍ୟାଚକୁ ଶୀଘ୍ର ସାରିବାକୁ ଗିଲ୍ ସେନା ଲକ୍ଷ୍ୟ ରଖିଛି ।

ଭାରତୀୟ ଇନିଂସର ଆକର୍ଷଣ ଥିଲେ ଯଶସ୍ୱୀ ଜୟସ୍ୱାଲ (୨୫୮ ବଲରୁ ୧୭୫ ରନ୍) ଓ ଅଧିନାୟକ ଶୁବମନ ଗିଲ୍ (୧୯୬ ବଲରେ ଅପରାଜିତ ୧୨୯ ରନ୍)ଙ୍କ ଶତକ । ଏହି ଦୁଇଙ୍କ ବ୍ୟତୀତ ସାଇ ସୁଦର୍ଶନ () ଅର୍ଦ୍ଧଶତକ କରିଥିଲେ । ୱେଷ୍ଟଇଣ୍ଡିଜର ବାମହାତୀ ବୋଲର ଜୋମେଲ ୱାରିକନ ତିନି ୱିକେଟ୍ ନେଇଥିଲେ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବିପର୍ଯ୍ୟର ସାମନା କରିଥିଲା ।

ଭାରତ ଇନିଂସ ଘୋଷଣା କରିବା ପରେ ବୋଲିଂରେ ପ୍ରଭାବ ପକାଇ ୱେଷ୍ଟଇଣ୍ଡିଜ୍‌କୁ ପ୍ରାରମ୍ଭିକ ଝଟକା ଦେଇଥିଲା । ଜନ୍ କ୍ୟାମ୍ପବେଲ୍ ୧୦ ରନ୍ କରି ଆଉଟ୍ ହୋଇଥିଲେ । ତେଜନାରାୟଣ ଚନ୍ଦ୍ରପଲ ଏବଂ ଆଲିକ୍ ଆଥାନାଜେ ଦ୍ୱିତୀୟ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ି ଦଳର ସ୍କୋରକୁ ବଢାଇଥିଲେ ।  କିନ୍ତୁ ଜାଡେଜା ପରେ ଚନ୍ଦ୍ରପଲଙ୍କୁ ଆଉଟ୍ କରିଥିଲେ । ୪୧ ରନରେ ଆଥାନାଜେଙ୍କୁ କୁଲଦୀପ ଆଉଟ୍ କରିଥିଲେ । ଅଧିନାୟକ ରୋଷ୍ଟନ୍ ଚେଜ୍‌ଙ୍କୁ ଜାଡେଜା ଶୂନ୍ୟରେ ଆଉଟ୍ କରିଥିଲେ ।