News7 Logo

ଭାରତର କେଉଁ ରାଜ୍ୟରେ ଦେଖାଯିବ ସବୁଠୁ ଦୀର୍ଘ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହି ସମୟରେ ଚନ୍ଦ୍ରଙ୍କ ରଙ୍ଗ କିପରି ଥିବ?

NEWS7

ନୂଆଦିଲ୍ଲୀ ୭।୯: ସାରା ଦେଶରେ ଆଜି ଚନ୍ଦ୍ରଗ୍ରହଣ ଦେଖାଯିବ। ୨୦୨୨ ମସିହା ପରେ ଏହା ସବୁଠୁ ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ। ପ୍ରାୟ ୮୨ ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ର ପୃଥିବୀ ଛାଇ ପଛରେ ରହିବେ। ଏହି ଚନ୍ଦ୍ରଗ୍ରହଣ ଭାରତର କୋଣଅନୁକୋଣରେ ଦେଖାଯିବ। ତେବେ ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟରେ ଏହି ଚନ୍ଦ୍ରଗ୍ରହଣ ଦୀର୍ଘତମ ହେବ ଓ ଗ୍ରହଣ କାଳରେ ଚନ୍ଦ୍ର କିପରି ଦେଖାଯିବେ?

ଭାରତୀୟ ସମୟ ଅନୁସାରେ ୭ ସେପ୍ଟେମ୍ବର ରବିବାର ରାତି ୮ଟା ୫୮ ମିନିଟରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ଏଥିରେ ରାତି ୧୧ଟାରୁ ୧୨ଟା ୨୨  ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ପୃଥିବୀ ଛାଇ ଆଢୁଆଳରେ ରହିବେ। ଏହି ସମୟରେ ଚନ୍ଦ୍ର ଇଶତ ଲାଲ ରଙ୍ଗ ଧାରଣ କରିବ। ଏହି ଗ୍ରହଣ ରାତି ଗୋଟାଏ ୨୫ ମିନିଟରେ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ। ଏହାକୁ ରାତି ୧୧ଟାରୁ ୧୨ଟା ବାଜି ୨୨ମିନିଟ୍ ମଧ୍ୟରେ ଦେଖିବା ପାଇଁ ସବୁଠୁ ପ୍ରକୃଷ୍ଠ ସମୟ ବୋଲି କୁହାଯାଇଛି।

ଚନ୍ଦ୍ରଗ୍ରହଣ ଏକ ଏପରି ଖଗୋଳୀୟ ଘଟଣା ଯାହା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିରେ ପୃଥିବୀ ଆସିବା ଯୋଗୁ ସଂଘଟିତ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଏକ ସମାନ ସମୟରେ ଦେଖାଯିବ। ଏହାକୁ ବ୍ଲଡ ମୁନ ବୋଲି କୁହାଯିବ। ତେବେ ଚନ୍ଦ୍ରଙ୍କ ଉଚ୍ଚତା ଓ ପାଗ ଆଧାରରେ କେତେକ ସ୍ଥାନରେ ସ୍ପଷ୍ଟ ଦେଖାଯିବ। ଭାରତର ପୂର୍ବ ଦିଗରେ ଥିବା ରାଜ୍ୟ ଯେପରି ପଶ୍ଚିମବଙ୍ଗ, ଓଡିଶା, ବିହାର ଓ ଝାଡ଼ଖଣ୍ଡରେ ଚନ୍ଦ୍ରଗ୍ରହଣ ଭଲ ରୂପେ ଦେଖାଯିବ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେଉଁ ରାଜ୍ୟରେ ଚନ୍ଦ୍ରଗ୍ରହଣ ସବୁଠୁ ଦୀର୍ଘତମ ହେବ? ଏହାର ଉତ୍ତର ହେଉଛି ପଶ୍ଚିମବଙ୍ଗରେ ଚନ୍ଦ୍ରଗ୍ରହଣ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ଲାଗିବ ଓ ସ୍ପଷ୍ଟ ରୂପେ ଦେଖାଯିବ।

ରାତିରେ ଚନ୍ଦ୍ର କୋଲକାତା ସହର ଉପରେ ଅଧିକ ଉଚ୍ଚରେ ଥିବେ, ଏଠାରେ ଚନ୍ଦ୍ର ଗ୍ରହଣକୁ ବିନା କୌଣସି ବାଧାରେ ଖାଲି ଆଖିରେ ଦେଖି ହେବ। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ଆକାଶ ରାତିରେ ସଫା ରହିବ । ଏଣୁ ଚନ୍ଦ୍ରଗ୍ରହଣ ଦେଖିବା ଖାସ ରହିବ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁରେ ମଧ୍ୟ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦେଖାଯିବ। ହେଲେ ଏହି ସବୁ ସହରରେ ଚନ୍ଦ୍ର କମ୍ ଉଚ୍ଚତାରେ ଥିବେ।