LIVE TV

ପହଲଗାମ ଆକ୍ରମଣ ମାମଲାରେ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି ଗିରଫ

NEWS7
PAHALGAM

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ସଫଳତା ମିଳିଛି । ଏନଡିଟିଭି ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ପୋଲିସ ଦ୍ୱାରା ଗିରଫ ବ୍ୟକ୍ତିଙ୍କ ପରିଚୟ ମହମ୍ମଦ କଟାରିଆ ବୋଲି ଜଣାପଡ଼ିଛି । ଅପରେସନ ମହାଦେବ ସମୟରେ ମିଳିଥିବା ହତିଆର ଓ ଫରେନ୍ସିକ ତଦନ୍ତ ପରେ ଏହି ଗିରଫଦାରୀ ହୋଇଛି ।

ଏପ୍ରିଲ୍ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମର ବେସରନ ଘାଟିରେ ଆତଙ୍କବାଦୀ ଆକ୍ରମଣ ୨୬ ଜଣଙ୍କ ଜୀବନ ଯାଇଥିଲା । ଜଣେ ସ୍ଥାନୀୟ ଲୋକ ଥିବା ବେଳେ ଅନ୍ୟ ୨୫ ଜଣ ପର୍ଯ୍ୟଟକ ଥିଲେ । ସବୁ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା । ଏଥିରେ ପାକିସ୍ତାନର ଟିଆରଏଫ୍ (ଦ ରେଜିଷ୍ଟାନ୍ସ) ଆତଙ୍କୀ ସଂଗଠନର ନାଁ ସାମନାକୁ ଆସିଥିଲା । ଏହି ଘଟଣା ପରେ ଭରାତରେ ପାକିସ୍ତାନକୁ ନେଇ ଆକ୍ରୋଶ ବଢିଥିଲା ।

ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ପାକିସ୍ତାନ ଓ ପିଓକେର ପାଲଟା ଆକ୍ରମଣ କରି ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଥିଲା । ପ୍ରଥମେ ସରକାର ସିନ୍ଧୁ ଜଳ ସନ୍ଧିକୁ ରଦ୍ଦ କରିବା ସହ ଅନେକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏହାପରେ ମେ' ଆରମ୍ଭରେ ଅପରେସନ ସିନ୍ଦୂର ଲଞ୍ଚ୍ କରି ପାକିସ୍ତାନର ଅନେକ ସହରରେ ଏୟାର ଷ୍ଟ୍ରାଇକ୍ କରି ୯ ଆତଙ୍କୀ ଠିକଣାକୁ ଧ୍ୱଂସ କରିଥିଲେ । ଏହା ପରେ ଲଗାତର ଚାରି ଦିନ ଯାଏ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଥିଲା । ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନର ଅନେକ ଏୟାରବେସ୍ ଧ୍ୱଂସ ହୋଇଥିଲା ।