୬ ଡକାୟତଙ୍କୁ ବାନ୍ଧିଲା ସମ୍ବଲପୁର ପୋଲିସ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

Published By : Prameya-News7 Bureau | May 08, 2024 IST

ସମ୍ବଲପୁର ୮।୫: ସମ୍ବଲପୁର ପୋଲିସ ଦ୍ୱାରା ୬ ଡକାୟତ ଗିରଫ l ଗିରଫ ଡକାୟତ ମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର l 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ୬ ଜଣ ଯୁବକ କୁମ୍ଭାରପଡା ସ୍ଥିତ ଲାୟନ୍ସ କ୍ଲବ୍ ନିକଟରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିଲେ l  ଏହାର ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ସମସ୍ତ ଡକାୟତ ମାନଙ୍କୁ ଗିରଫ କରିଥିଲା ପୋଲିସ l ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସମେତ ୫ ଛୁରୀ, ୫ ଭୁଜାଲି ଓ ୫ଟି ଫୋନ୍ ଜବତ କରିଛି ପୋଲିସ l ଏହି ଯୁବକ ମାନେ ମୋଦିପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ଯୋଜନା କରୁଥିଲେ ବୋଲି ସଦର ଏସ୍ଡ଼ିପିଓ ସୂଚନା ଦେଇଛନ୍ତି  l

You Can Read :

ନଦୀରେ ବୁଡି ଯୁବତୀ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.