ଦୁଇ ଦୁଇଟି ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ଉଭୟ ଅଭିଯୁକ୍ତଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ

Published By : Prameya-News7 Bureau | April 21, 2024 IST

ସମ୍ବଲପୁର ୨୧।୪: ସମ୍ବଲପୁର ସହରରେ ଦୁଇ ଦିନ ମଧ୍ଯରେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା  l ଗତ ୧୯ ତାରିଖ ସନ୍ଧ୍ୟା ସମୟରେ ଶାସନ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା l ଯୁବକ ଜଣକ ସହରର ଶାନ୍ତିନଗର ମାତୃ ବିହାରର ରାଜା ବିସି  l ରାଜା ୧୯ ତାରିଖ ଶାସନ କେନାଲକୁ ତାଙ୍କ ବନ୍ଧୁ ଆକାଶ ରଞ୍ଜନ ନାଗଙ୍କ ସହ ଯାଇଥିଲେ l ସେଠାରେ ରାଜା ଆକାଶଙ୍କୁ ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା l ଯାହାକୁ ନେଇ ଉଭୟଙ୍କ ମଧ୍ଯରେ ଯୁକ୍ତି ତର୍କ ହୋଇଥିଲା l ଯାହାଫଳରେ ଆକାଶ ତାକୁ କେନାଲ ତଳକୁ ଠେଲି ଦେଇ ସାଙ୍ଗରେ ନେଇଥିବା ଏକ ବ୍ୟାଟରେ ରାଜାର ମୁଣ୍ଡକୁ ଆକ୍ରମଣ କରିଥିଲା l ସେହି ସ୍ଥାନରେ ରାଜାର ମୃତ୍ୟୁ ହୋଇଯାଇଥିଲା l ରାଜା ପୂର୍ବରୁ ଆକାଶ ସହ ସମ୍ପର୍କ ରଖି ଆସୁଥିଲା l ରାଜା ଏହି ସମ୍ପର୍କକୁ ନେଇ ଆକାଶକୁ ବାରମ୍ବାର ଟଙ୍କା ମଧ୍ୟ ମାଗୁଥିଲା l ଆକାଶ ଲୋକଲଜ୍ଜା ଭୟରେ ପୂର୍ବରୁ ୪୦ ହଜ଼ାରରୁ ଉର୍ଦ୍ଧ୍ବ ଟଙ୍କା ଦେଇଥିଲା ତାପରେ ମଧ୍ୟ ଆହୁରି ୨୮ ହଜାର ଟଙ୍କା ରାଜା ଆକାଶକୁ ମାଗୁଥିଲା l ରବିବାର ଶାସନ ପୋଲିସ ଆକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି l 

ସେହିପରି ଗତ ୨୦ ତାରିଖ ରାତି ୧୦ଟା ସମୟରେ ଅଇଁଠାପାଲି ଥାନା ନିକଟସ୍ଥ ଦୁର୍ଗାମଣ୍ଡପ ପଛପଟେ ଜଣେ ଜରି ଗୋଟାଳିଙ୍କୁ ଆୟୁଷ ମୁଣ୍ଡା ନାମକ ଜଣେ ଯୁବକ ବିନା କାରଣରେ ଏକ ପଥରରେ ଆକ୍ରମଣ କରିଥିଲା l ଯାହାଫଳରେ ଘଟଣାସ୍ଥଳରେ ପପୁଙ୍କର ମୃତ୍ୟୁ ହୋଇଥିଲା l ଆୟୁଷ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇ ଯାଇଥିଲେ l ପୋଲିସ ରାତି ୩ଟାରେ ଆୟୁଷକୁ ତା ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି  l ଏହି ଦୁଇ ଘଟଣାରେ ସଦର ଏସ୍ଡ଼ିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

You Can Read :

ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ତାତି, ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.