LIVE TV

ଦକ୍ଷିଣାଞ୍ଚଳ ଆଇଜିଙ୍କ ବଡ଼ ବୟାନ, ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା ଖୁବଶୀଘ୍ର

NEWS7
ig

ବ୍ରହ୍ମପୁର ୨୧।୧୦ : ପୀତବାସ ପଣ୍ଡା ହତ୍ୟା ମାମଲା। ଖୁବଶୀଘ୍ର ଘଟଣାରେ ଖୁଲାସା ହେବ । ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇଯିବ । ଯାହାକୁ ପରବର୍ତ୍ତୀ ସମୟରେ ଏସ୍‌ପି ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ବିତିଲାଣି ୧୫ ଦିନ । ତଦନ୍ତ ତ୍ୱରାନ୍ୱିତ ହୋଇଥିଲେ ବି ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନାହିଁ । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଜେରା ଚାଲିଛି । ଅନେକଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବା ବେଳେ ପୋଲିସ ୭ଜଣ ପୋଲିସ କବ୍‌ଜାରେ ଥିବା ସୂଚନା ମିଳିଛି । ବ୍ରହ୍ମପୁରରୁ ଜଣେ ମଦ ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା ପରେ ଛଡ଼ାଯାଇଛି । ଏପିରିକି ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଅଟକ ରଖି ଜେରା କରୁଛି ପୋଲିସ।  ସେହିପରି ଏହି ଘଟଣାରେ ବିଷୋୟୀ ଗ୍ୟାଙ୍ଗର ସର୍ଦ୍ଦାର କୁହାଯାଉଥିବା ଅନ୍ୟତମ ଅପରାଧୀ ଫେରାର ଥିବା ଜଣାପଡିଛି ।  ତେବେ ଏହି ଘଟଣାରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।

ସେପଟେ ତରବରିଆ ଭାବେ କୌଣସି ଆକ୍ସନ ନନେଇ, ପୁରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ବ୍ରହ୍ମପୁର ପୋଲିସ କହିଛନ୍ତି । ଘଟଣାରେ ବ୍ରହ୍ମପୁର ଏସ୍‌ପି ନିଜ ତଦନ୍ତ କରୁଛନ୍ତି । ବଛାବଛା ଅଧିକାରୀଙ୍କୁ ନେଇ ଗଠିତ ୬ଟି ସ୍ୱତନ୍ତ୍ର ଟିମ୍‌ ଘଟଣାର ଛାନ୍‌ଭିନ୍‌ କରୁଛି । ଆଉ ଏବେ ଦକ୍ଷିଣାଞ୍ଚଳ ଆଇଜିଙ୍କ କହିଛନ୍ତି ଯେ, ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବଶୀଘ୍ର ଖୁଲାସା ହେବ । ଏଥିରେ ଜଣେ ରାଜନେତାଙ୍କ ଲିଙ୍କ ଥିବା ସୂଚନା ମିଳିଛି । ଯଦି ତଥ୍ୟ ସଠିକ ହୁଏ, ତେବେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଦିନେ କି ଦୁଇ ଦିନ ମଧ୍ୟରେ ପୁରା ଘଟଣାର ଖୁଲାସା ହେବ ।