News7 Logo

ଟିମ୍ ପାକିସ୍ତାନକୁ ଶକ୍ତ ଚାପୁଡ଼ା, PCBର ମ୍ୟାଚ୍ ରେଫରିଙ୍କୁ ହଟାଇବା ଦାବିକୁ ICCର ପ୍ରତ୍ୟାଖ୍ୟାନ

NEWS7
Icc pcb

ନୂଆଦିଲ୍ଲୀ ୧୬/୦୯ : ଏସିଆ କପ୍ ରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ PCBର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ICC । ICC ଏହି ମାମଲାର ତଦନ୍ତ କରିବା ପରେ PCBକୁ ଏହାର ନିଷ୍ପତ୍ତି ବିଷୟରେ ଜଣାଇଛି । ପ୍ରକୃତରେ, PCB ର ଅନ୍ତର୍ଜାତୀୟ କ୍ରିକେଟ ନିର୍ଦ୍ଦେଶକଙ୍କ ସମେତ କିଛି ACC ଅଧିକାରୀ ପୂର୍ବରୁ ଜାଣିଥିଲେ ଯେ ଦୁଇ ଅଧିନାୟକଙ୍କ ମଧ୍ୟରେ ହାତ ମିଳାଇବାର କୌଣସି ସମ୍ଭାବନା ନାହିଁ।   

ଏସିଆ କପ୍ ମ୍ୟାଚ୍ ପରେ ଭାରତୀୟ ଦଳର ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ନିଷ୍ପତ୍ତି ଏକ ବଡ଼ ବିବାଦ ସୃଷ୍ଟି କରିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହାର ଅସନ୍ତୋଷ ପ୍ରକାଶ କରି ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏଥିପାଇଁ ଦାୟୀ କରିଛି ଏବଂ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଜୟ ପରେ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । କହିଛନ୍ତି ଯେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣ ପର୍ଯ୍ୟଟକଙ୍କ ପରିବାର ସହିତ ଏକତା ଦେଖାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। 

ପିସିବି ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ନିକଟରେ ଅଭିଯୋଗ କରିଛି ଓ ଆଇସିସିର ହସ୍ତକ୍ଷେପ ମଧ୍ୟ ଦାବି କରିଥିଲା । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ପାଇକ୍ରଫ୍ଟଙ୍କୁ ବାହାର କରା ନ ଯାଏ । ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ଧମକ ଦେଇଛି । ନକଭି ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଲେଖିଛନ୍ତି ଯେ PCB କ୍ରିକେଟର ଭାବନା ଏବଂ ICC ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ଅଭିଯୋଗ ଦାଖଲ କରିଛି । 

ମ୍ୟାଚ୍ ରେଫରିଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି। ସୂତ୍ର ଅନୁସାରେ, ACC ଏକ ମାଧ୍ୟମ ଖୋଜୁଛି । କେବଳ ପାକିସ୍ତାନ ଜଡିତ ମ୍ୟାଚ୍ ରୁ ପାଇକ୍ରଫ୍ଟଙ୍କୁ ବାହାର କରିବା ବିଷୟରେ ବିଚାର କରିପାରେ । ୬୯ ବର୍ଷୀୟ ଜିମ୍ବାୱେ ପାଇକ୍ରଫ୍ଟ ବର୍ତ୍ତମାନ ବୁଧବାର ଦିନ ୟୁଏଇ ବିପକ୍ଷରେ ପାକିସ୍ତାନର ଶେଷ ଗ୍ରୁପ୍ ମ୍ୟାଚ୍ ରେ ଅମ୍ପାୟାରିଂ କରିବାର କାର୍ଯ୍ୟକ୍ରମ ରହିଛି। 
ଏସିଆ କପ୍‌ରେ ଗତ ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଇଥିଲା । ଟସ୍‌ ସମୟରେ ଏବଂ ମ୍ୟାଚ ପରେ ପାକିସ୍ତାନ ପ୍ଲେୟାରଙ୍କ ସହ ହାତ ନମିଳାଇବାକୁ ନେଇ ପିସିବି ଅଭିଯୋଗ କରିଛି । ମ୍ୟାଚ ରେଫରୀ ଅଧିନାୟକ ଆଘାଙ୍କୁ ଡକାଇ ପ୍ରତିପକ୍ଷ ଅଧିନାୟକଙ୍କ ସହ ହାତ ନମିଳାଇବାକୁ କହିଥିବା ଦାବି କରିଛି । ଏଭଳି କରି ସେ ଉଭୟ ଆଇସିସି ଏବଂ ଏମସିସିର ନିୟମ ଉଲ୍ଲଂଘନ କରିଛନ୍ତି । ଯାହା କ୍ରିକେଟ୍‌ ପ୍ରତି ଆଦୌ ଶୋଭନୀୟ ନୁହେଁ । ଏସିଆ କପ୍‌ରୁ ରେଫରୀ ପାଇକ୍ରଫ୍ଟଙ୍କୁ ବିଦା କରାନଗଲେ ଆମେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବୁ ବୋଲି ଧମକ ଦେଇଛି ପାକିସ୍ତାନ ।