କର୍କଟ ରାଶି ବ୍ୟକ୍ତିଙ୍କୁ ପାଇଁ ଚିନ୍ତା କମିବ ଏବଂ ମନ ଖୁସି ରହିବ, କାର୍ଯ୍ୟରେ ବୃଦ୍ଧି ଘଟିବ

NEWS7
ibcs-organizes-national-conference-on-digital-transformation-and-sustainable-innovation

ମେଷ- କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ମିଳିପାରେ। ଉର୍ଜା ଭରିଥିବା ଦିନ, କିନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଦରକାର। ଧନ ଲାଭର ସୁଯୋଗ ରହିଛି, ତଥାପି ଅନାବଶ୍ୟକ ଖର୍ଚ୍ଚ ରୋକନ୍ତୁ। ପରିବାରରେ ସମ୍ମାନ ବଢିବ। ନୂତନ ପରିଚୟ ଲାଭଦାୟକ ହେବ। ସ୍ୱାସ୍ଥ୍ୟରେ ମୁଣ୍ଡବ୍ୟଥା ସମ୍ଭବ।

ବୃଷ- ମନୋଦଶା ସ୍ଥିର ରହିବ। ଦୀର୍ଘଦିନର ଯୋଜନାରେ ପ୍ରଗତି ଦେଖିବେ। ଅର୍ଥନୈତିକ ଭାବେ ସାଧାରଣ ଦିନ, କିନ୍ତୁ ନିବେଶ ପୂର୍ବରୁ ଭଲଭାବେ ଭାବନ୍ତୁ। ଦାମ୍ପତ୍ୟ ଜୀବନରେ ବୁଝାମଣା ରଖନ୍ତୁ। ବଡ଼ଙ୍କ ଆଶୀର୍ବାଦ ମିଳିବ। ପୁରୁଣା ଧନ ଫେରିପାରେ।

ମିଥୁନ- ଯୋଗାଯୋଗ ମାଧ୍ୟମରେ ଲାଭ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ଅଚାନକ ଧନ ଲାଭ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅଲସତା ଦେଖାନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ପାଇଁ ସୁଯୋଗ ଆସିବ। ମିତ୍ରଙ୍କ ସହାୟତା ମିଳିପାରେ।

କର୍କଟ- ଚିନ୍ତା କମିବ ଏବଂ ମନ ଖୁସି ରହିବ। କାର୍ଯ୍ୟରେ ବୃଦ୍ଧି ସୂଚନା ମିଳିପାରେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହେବ। ଅର୍ଥ ଆଗମନ ସାଧାରଣ ରହିବ। ଜମି- ଘର ବିଷୟରେ ଲାଭ ଯୋଗ ରହିଛି। ମାତୃ ସହଯୋଗ ମିଳିବ।

ସିଂହ- ପ୍ରତିଷ୍ଠା ବଢିବାର ସମୟ। ଉଚ୍ଚ ଅଧିକାରୀଙ୍କର ସମର୍ଥନ ମିଳିପାରେ। ବ୍ୟବସାୟରେ ଲାଭ ଦେଖାଯିବ। ଆତ୍ମବିଶ୍ୱାସ ବଢିବ। ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ। ପିତୃ ଆଶୀର୍ବାଦ ଶୁଭ ରହିବ ।

କନ୍ୟା- ଧାର୍ମିକ ଚିନ୍ତାଧାରା ବଢ଼ିବ। ଦୂରଯାତ୍ରାର ଯୋଗ ରହିଛି । କାମରେ ସତର୍କ ରହିବା ଦରକାର । ଧନ ଲେନଦେନରେ ସାବଧାନତା ରଖନ୍ତୁ । ପ୍ରତିଯୋଗିତାରେ ଲାଭ ମିଳିପାରେ। ଶରୀରରେ କ୍ଳାନ୍ତି ଅନୁଭବ ହେବ ।

ତୁଳା- ଗୁପ୍ତ ଶତ୍ରୁଙ୍କ ପ୍ରତି ସଚେତନ ରଖନ୍ତୁ । ଅପେକ୍ଷା କରୁଥିବା ଧନ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ଦାମ୍ପତ୍ୟରେ ସହନଶୀଳତା ଆବଶ୍ୟକ । ଅଚାନକ ଖର୍ଚ୍ଚ ବଢିପାରେ ।

ବିଛା- ସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂତନ ଚୁକ୍ତି ସମ୍ଭବ। ଆତ୍ମବିଶ୍ୱାସ ବଢିବାରେ ଲାଭ ହେବ । ପରିବାରରେ ସମନ୍ୱୟ ରହିବ। ଆଇନ ମାମଲାରେ ଲାଭ ସୂଚନା ମିଳିପାରେ। ପ୍ରେମ ସମ୍ପର୍କ ମଜଭୁତ ହେବ ।

ଧନୁ- କାର୍ଯ୍ୟକ୍ଷେତ୍ରରେ ଚାପ ରହିପାରେ। ପ୍ରତିଯୋଗିତାରେ ସଫଳତା ମିଳିବ। ଅର୍ଥ ଲାଭ ହେଲେ ମଧ୍ୟ ସଞ୍ଚୟ କମ ହେବ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ଆସିପାରେ। ଋଣ ନେବାରୁ ଦୂରେ ରୁହନ୍ତୁ। ଶତ୍ରୁ ଦମନ ହେବ ।

ମକର- ସୃଜନଶୀଳତା ବଢିବ । ଶିକ୍ଷାର୍ଥୀଙ୍କ ପାଇଁ ଦିନଟି ଶୁଭ । ପ୍ରେମ ସମ୍ପର୍କ ମଜବୁତ ହେବ । ଧନ ଲାଭର ସୁଯୋଗ ମିଳିବ । ସନ୍ତାନ ସମ୍ପର୍କୀୟ ଖୁସି ଖବର ମିଳିପାରେ । ନୂତନ କାମରେ ରୁଚି ବଢିବ ।

କୁମ୍ଭ- ଘରୋଇ କାମରେ ବ୍ୟସ୍ତ ରହିବେ। ଜମି- ଜାଗା ବିଷୟରେ ଲାଭ ସମ୍ଭବ। ମନ ଅଳ୍ପ ଚଞ୍ଚଳ ରହିପାରେ। ଅର୍ଥ ଖର୍ଚ୍ଚ ବଢିପାରେ । ମାତାପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଘରେ ଶାନ୍ତି ରଖନ୍ତୁ ।

ମୀନ- ସଂଚାର ଓ ବୁଦ୍ଧିବଳ ଦ୍ୱାରା ସଫଳତା ମିଳିବ। ଭାଇ-ଭଉଣୀଙ୍କ ସହଯୋଗ ମିଳିବ। ଛୋଟ ଯାତ୍ରା ହୋଇପାରେ। ଧନ ଆଗମନ ସନ୍ତୋଷଜନକ ରହିବ। ଲେଖନୀ କାର୍ଯ୍ୟରେ ସଫଳତା ମିଳିବ। ଆତ୍ମିକ ଶାନ୍ତି ଅନୁଭବ କରିବେ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682