ଜ୍ବାଇଁ ଆସିଥିଲେ ଶ୍ବଶୁର ଘର ; ହଠାତ୍ ହୋଇଗଲେ ନିଖୋଜ, ୪ ଦିନ ପରେ ପରିତ୍ୟକ୍ତ କୂଅରେ

NEWS7
ias-coaching-center-basement-filled-water-girl

କଣ୍ଟାବାଞ୍ଜି ୧୪।୩: ଶ୍ବଶୁର ଘରକୁ ଆସିଥିଲେ ଜ୍ବାଇଁ । ହେଲେ ହଠାତ୍ କ’ଣ ହେଲା ଯେ ଜ୍ବାଇଁ କୁଆଡ଼େ ନିଖୋଜ ହୋଇଗଲେ । ବହୁ ଖୋଜାଖୋଜି କଲେ ଶ୍ବଶୁର ଘର ଲୋକ । ଖବର ପାଇ ପରିବାର ଲୋକ ବି ଆସିଲେ । ସେମାନେ ବି ବହୁ ଖୋଜାଖୋଜି କଲେ । ହେଲେ ମିଳିଲାନି ପତ୍ତା । ନିଖୋଜର ୪ ଦିନ ପରେ ପତ୍ତା ମିଳିଲା ହେଲେ ସବୁ କିଛି ଶେଷ ହୋଇଯାଇଥିଲା ।

ଏ ଖବର ବି ପଢ଼ନ୍ତୁ:- ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

ଶ୍ବଶୁର ଘରୁ ନିଖୋଜ:

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପାତଲପଡ଼ା ଗାଁ ବିଭୀଷଣ ନାଗଙ୍କ ଘରକୁ ଆସିଥିଲେ ଜ୍ବାଇଁ ପରମାନନ୍ଦ ଯାଦବ । ହଠାତ୍ କ’ଣ ହେଲା ନିଖୋଜ ହୋଇଗଲେ । ନିଖୋଜର ୪ ଦିନ ପରେ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର । ଜ୍ବାଇଁ ପରମାନନ୍ଦଙ୍କ ମୃତଦେହ ବଙ୍ଗୋମୁଣ୍ଡା ଥାନା ସାହାଜୋଟ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ଜେଲ୍‌ର ହାଇ ସିକ୍ୟୁରିଟି ବ୍ଲକ୍‌ରେ ରହୁଥିଲା, ମାରିଦେଲେ କି ଶ୍ବଶୁର ଘର ?

ମୃତ୍ୟୁକୁ ନେଇ ସସ୍‌ପେନ୍ସ:

ଗତ ବୁଧବାର ଦିନ ଠାରୁ ଜ୍ୱାଇଁ ପରମାନନ୍ଦ ଯାଦବ ନିଖୋଜ ଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ଶ୍ବଶୁର ବିଭୀଷଣ । ସାହାଜୋଟ ଗ୍ରାମର ଏକ କୂଅରେ ମୃତଦେହ ପଡିଥିବା ଖବର ପାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲା ପୋଲିସ । ତେବେ ପରମାନନ୍ଦଙ୍କ ନିଖୋଜ ଏବଂ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ତେବେ ପରିତ୍ୟକ୍ତ କୂଅରେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି ନାଁ କେହି ତାଙ୍କୁ ମାରି ପରିତ୍ୟକ୍ତ କୂଅରେ ଫିଙ୍ଗିଦେଇଛି ତାର କାରଣ ଖୋଜୁଛି ପୋଲିସ । ଏ ନେଇ ଅଧିକ ତଦନ୍ତ କରୁଛି ବଙ୍ଗୋମୁଣ୍ଡା ପୋଲିସ । ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।