News7 Logo

ଲଞ୍ଚ୍ ହେଲା ଆଇଫୋନ୍ ୧୭ ସିରିଜ୍, ଏଥର ପ୍ଲସ୍ ଭାରିଆଣ୍ଟ ବଦଳରେ ନୂଆ ଏୟାର ମଡେଲ

NEWS7
iPhone 17 series

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆଇଫୋନ୍ ୧୭ ସିରିଜ୍। ମଙ୍ଗଳବାର କମ୍ପାନି ଏହାର ବାର୍ଷିକ ଇଭେଣ୍ଟରେ ଏହି ନୂଆ ସିରିଜ୍‌କୁ ଲଞ୍ଚ୍‌ କରିଛି। ନୂଆ ଆଇଫୋନ୍ ୧୭ ସିରିଜ୍‌ରେ ରହିଛି ୪ ନୂଆ ଭାରିଆଣ୍ଟ। ନୂଆ କଥା ହେଲା କମ୍ପାନି ଏଥର ପ୍ଲସ୍‌ ଭାରିଆଣ୍ଟ ବଦଳରେ ଆଣିଛି ଏୟାର ଭାରିଆଣ୍ଟ। ଯାହାକୁ କମ୍ପାନି ସବୁଠୁ ପତଳା ଆଇଫୋନ ବୋଲି କହିଛି। ଏହାସହ ଇଭେଣ୍ଟ୍‌ରେ ଏୟାରପଡ ପ୍ରୋ, ଓ୍ବାଚ ଏସଇ , ଓ୍ବାଚ୍ ସିରିଜ ୧୧ ଏବଂ ଓ୍ବାଚ୍ ଅଲ୍ଟ୍ରା ମଧ୍ୟ ଲଞ୍ଚ ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସିରିଜ୍‌ର ବିଭିନ୍ନ ମଡେଲର ଫିଚର୍ସ ଏବଂ ଦାମ୍।

ଆଇଫୋନ୍ ୧୭ ସିରିଜ୍‌ରେ ଲଞ୍ଚ ହୋଇଛି ଆଇଫୋନ୍ ୧୭, ଆଇଫୋନ ୧୭ ଏୟାର, ଆଇଫୋନ୍ ୧୭ ପ୍ରୋ ଏବଂ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ। ଆଇଫୋନ୍ ୧୭ ସିରିଜ୍ରେ ପ୍ରଥମ ଥର ହଜାର ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ, ୧୨୦Hz ରିଫ୍ରେଶ ରେଟ୍ ଏବଂ ପ୍ରୋ ମଡେଲ୍ସରେ ଓଭରହିଟିଂ ରୋକିବା ପାଇଁ ଭେପର କୁଲିଂ ଚାମ୍ବର ମଧ୍ୟ ଦିଆଯାଇଛି। ତେବେ ୧୭ ସିରିଜ୍‌ର ୪ ଫୋନ୍‌ରେ କେବଳ କ୍ୟାମେରା, ଡିସପ୍ଲେ, ବ୍ୟାଟେରୀ ଏବଂ ପ୍ରୋସେସର ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଆଇଫୋନ୍‌ ୧୭ ଏବଂ ଆଇଫୋନ ଏୟାରରେ ୪୮+ ୧୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୧୮ ମେଗାପିକ୍ସେଲର ସେଲଫି କ୍ୟାମେରା। ଆଇଫୋନ ୧୭ ଏବଂ ୧୭ ପ୍ରୋ ମ୍ୟାକ୍ସରେ ୪୮+ ୪୮+ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୧୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ତେବେ କମ୍ପାନି ପ୍ରୋ ମ୍ୟାକ୍ସରେ ହିଁ ଡିସପ୍ଲେ . ଇଞ୍ଚ୍ ରହିଛି। ବାକି ୩ ମଡେଲର ଦାମ୍ ୬.୩ ଇଞ୍ଚ୍‌ ରହିଛି। ସେହିଭଳି ଆଇଫୋନ୍ ୧୭ରେ ଏ୧୯ ବାୟୋନିକ୍ ଚିପ୍ ରହିଥିବାବେଳେ। ଆଇଫୋନ୍ ଏୟାର, ୧୭ ପ୍ରୋ ଏବଂ ୧୭ ପ୍ରୋ ମ୍ୟାକ୍ସରେ ଏ୧୯ ପ୍ରୋ ଚିପସେଟ୍‌ ରହିଛି।

ତେବେ ଦାମ୍ କଥା କହିଲେ ଆଇଫୋନ୍ ୧୭ ସିରିଜ୍ରେ ୧୨୮ ଜିବି ଭାରିଆଣ୍ଟକୁ ହଟାଇଦିଆଯାଇଛି।  ଏମିତିରେ ଆଇଫୋନ୍ ୧୭ର ୨୫୬ଜିବି ଭାରିଆଣ୍ଟର ଦାମ୍ ୮୨, ୯୦୦ ଟଙ୍କା ରହିଛି ଏବଂ ୫୧୨ ଜିବିର ଦାମ୍ ,୦୨,୯୦୦ ଟଙ୍କା ରହିଛି ଏହା ୫ଟି କଲର ଅପ୍ସନ ସହ ଲଞ୍ଚ ହୋଇଛି ସେହିଭଳି ଆଇଫୋନ ୧୭ ଏୟାରର ୨୫୬ ଜିବି ଭାରିଆଣ୍ଟର ଦାମ୍,୧୯,୯୦୦ ଟଙ୍କା ରହିଛି ଏହାର ୫୧୨ ଜିବି ଭାରିଆଣ୍ଟର ଦାମ୍ ୧୩୯୯୦୦ ଏବଂ ୧ଟିବି ଭାରିଆଣ୍ଟର ଦାମ୍ ୧୫୯୯୦୦ ଟଙ୍କା ରହିଛିଆଇଫୋନ ୧୭ ପ୍ରୋର ୨୫୬ଜିବି ଭାରିଆଣ୍ଟର ଦାମ୍ ୧୩୪୯୦୦ ଟଙ୍କା, ୫୧୨ ଜିବି ଭାରିଆଣ୍ଟର ଦାମ୍ ୧୫୪୯୦୦ ଟଙ୍କା ଏବଂ ୧ଟିବି ଭାରିଆଣ୍ଟର ୧୭୪୯୦୦ଟଙ୍କା ରହିଛିଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସର ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୧୪୯୯୦୦ ଟଙ୍କା, ୫୧୨ ଜିବି ୧୬୯୯୦୦ ଟଙ୍କା, ୧ଟିବି ୧୮୯୯୦୦ ଏବଂ ୨ଟିବି ଭାରିଆଣ୍ଟର ଦାମ୍ ୨୨୯୯୦୦ ଟଙ୍କା ରହିଛି 

ଏହାବାଦ୍‌ କମ୍ପାନି ଏହି ଇଭେଣ୍ଟରେ ଏୟାରପଡ ପ୍ରୋ ମଧ୍ୟ ଲଞ୍ଚ କରିଛି। ଏଥିରେ ରିୟଲ ଟାଇମ ଟ୍ରାନ୍ସଲେସନ ଫିଚର ମିଳିବ। ଏହା ହାର୍ଟ ରେଟ୍ ସେନ୍ସର ଥିବା ପ୍ରଥମ ଓ୍ବାୟାରଲେସ ଇୟରବଡ ଏଥିରେ ଦୁନିଆର ସବୁଠୁ ଉତ୍ତମ ଇନ- ଇୟର ନଏଜ କ୍ୟାନ୍ସଲେସନ ମିଳିବ ଏହାର ଦାମ୍ ୨୫,୯୦୦ ଟଙ୍କା ରଖାଯାଇଛି

ଆପଲ ଓ୍ବାଚ ଲାଇନଅପ୍ରେ ଓ୍ବାଚ ଏସଇ , ଓ୍ବାଚ୍ ସିରିଜ ୧୧ ଏବଂ ଓ୍ବାଚ୍ ଅଲ୍ଟ୍ରା ମଧ୍ୟ ଲଞ୍ଚ୍ କରାଯାଇଛି ଯାହାର ପ୍ରାରମ୍ଭିକ ଦାମ୍ ୨୫,୯୦୦ ଟଙ୍କା, ୪୬,୯୦୦ ଟଙ୍କା ଏବଂ ୮୯,୯୦୦ ଟଙ୍କା ରହିଛି ଅଲ୍ଟ୍ରା ୩ରେ ଅଫ୍ଗ୍ରିଡ କମ୍ୟୁନିକେସନ ପାଇଁ ସାଟେଲାଇଟ କନେକ୍ଟିଭିଟି ରହିଛି ସିରିଜ ୧୧ରେ ୨୪ ଘଣ୍ଟାର ବ୍ୟାଟେରୀ ଲାଇଫ୍ରହିଛି ଏସ୩ରେ ଅଲଓ୍ବେଜ- ଅନ୍ ଡିସପ୍ଲେ ରହିଛି

ସବୁ ଡିଭାଇସ ଅପଡେଟେଡ OS26 ସହ ରହିଥିବାବେଳେ, ସେପ୍ଟେମ୍ବର ୧୨ରୁ ଆପଣ ଆଇଫୋନ ୧୭ର ସବୁ ଭର୍ଜନକୁ ପ୍ରି- ଅର୍ଡର କରିପାରିବେ ସେପ୍ଟେମ୍ବର ୧୯ରୁ ଏହାର ବିକ୍ରି ଆରମ୍ଭ ହେବ