LIVE TV

‘I love Muhammad’ ବ୍ୟାନର ଧରି ରାସ୍ତାକୁ ଓହ୍ଲାଇଲେ, ନମାଜ ପରେ ଭଙ୍ଗାରୁଜା କଲେ; ପୋଲିସର ଲାଠି ଚାର୍ଜ, ଆଲର୍ଟରେ ୟୁପି

NEWS7
BAREILLY

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲିର ଶୁକ୍ରବାର ନମାଜ ପରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଆଇ ଲଭ୍ ମହମ୍ମଦ ଲେଖାଥିବା ପୋଷ୍ଟ ବ୍ୟାନର ନେଇ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ଖଲୀଲ ସ୍କୁଲ ନିକଟରେ ସମୁଦାୟ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା । ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିଥିଲା । ଏହାସହ ଆଇ ଲଭ୍ ମହମ୍ମଦ ପୋଷ୍ଟର ସମର୍ଥନରେ ଆହ୍ୱାନ ଦେଇଥିବା ମୌଲାନା ତୌକିର ରଜାକୁ ନଜରବନ୍ଦୀ କରାଯାଇଛି । ଡିଆଇଜି ରେଞ୍ଜ ବରେଲି ଅଜୟ କୁମାର ସାହନୀ କହିଛନ୍ତି ଯେ ନମାଜ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । କିଛି ଅସମାଜିକ ଲୋକ ମାହୋଲ ଖରାପ କରିବା ପାଇଁ ଚାହୁଁଥିଲେ, ସେମାନଙ୍କୁ ବିଦା କରାଯାଇଛି ।

ଇମତେହାଦ-ଏ-ମିଲ୍ଲତ କାଉନସିଲ୍ ମୁଖ୍ୟ ମୌଲାନା ତୌକିର ରଜାଙ୍କ ଘୋଷଣା ପରଠୁ ସହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । ମୌଲାନା ଆଇ ଲଭ୍ ମହମ୍ମଦ ମାମଲାରେ ଡିଏମଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେବା ପାଇଁ କହିଥିଲେ । ଏହି ସମୟରେ ଶାନ୍ତପୂର୍ଣ୍ଣ ଭାବେ ସାମିଲ ହେବା ପାଇଁ କୁହାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସଂଧ୍ୟାଠାରୁ ସହରରେ ପୋଲିସ ମୁତୟନକୁ ବଢାଯାଇଥିଲା । ଶୁକ୍ରବାର ସକାଳରୁ ଇସ୍ଲାମିଆ ମୈଦାନ ଓ ବିହାରୀପୁର ପୋଲିସ ଛାଉଣୀରେ ବଦଳିଥିଲା । ଶ୍ୟାମଗଞ୍ଜ ମଣ୍ଡି ରୋଡରେ ବ୍ୟାରିକେଡିଂ କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ମଧ୍ୟାହ୍ନ ସୁଦ୍ଧ ସମୁଦାୟର ଲୋକ ଘରୁ ବାହାରିଥିଲେ । ଜୁମା ନମାଜ ପରେ ଲୋକେ ନାରବାଜୀ କରି ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ସେମାନେ ହଙ୍ଗାମା କରିବା ସହ ଭଙ୍ଗାରୁଜା କରିଥିଲେ ।

ଆଇ ଲଭ୍ ମହମ୍ମଦ ପୋଷ୍ଟର ଉପରେ ବିବାଦ ବଢିବା ପରେ ସାରା ରାଜ୍ୟରେ ପୋଲିସ ପ୍ରଶାସନ ଆଲର୍ଟରେ ରହିଛି । ସବୁ ଜିଲ୍ଲାରେ ପୋଲିସ ଟିମ୍ ପାଟ୍ରୋଲିଂକୁ ବଢାଇ ଦେଇଛି । ଆଇନ ବ୍ୟବସ୍ଥା ବଜାଏ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଶୁକ୍ରବାର ସକାଳେ ନାମଜକୁ ନେଇ ମସଜିଦ୍ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିପାରିଲା । ସେହିପରି ସମ୍ୱେଦନଶୀଳ ଅଞ୍ଚଳଗୁଡ଼ିକରେ ପୋଲିସ ଓ ମାଜିଷ୍ଟ୍ରେଟ୍ ଲଗାତାର ନୀରିକ୍ଷଣ କରୁଛନ୍ତି । କିଛି ସ୍ଥାନରେ ଡ୍ରୋନ୍ କ୍ୟାମେରାରେ ନିଜର ରଖାଯାଇଛି । ପଶ୍ଚିମ ଉତ୍ତର ପ୍ରଦେଶରେ ସ୍ଥିତି ବିଗାଡିବା ଷଡଯନ୍ତ୍ର ଆଶଂକା ଭିତରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ନଜର ରଖାଯାଇଛି । ସବୁ ଜିଲ୍ଲାରେ ଫୋର୍ସକୁ ଅର୍ଦ୍ଧସାମରିକ ବଳ ସହ ପ୍ଲାଗ ମାର୍ଚ୍ଚ ବାହାର କରିବା ଓ ଜିଲ୍ଲା ବୋର୍ଡର ସିଲ୍ କରି କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।