LIVE TV

ଦମ୍ପତିଙ୍କୁ ଧକ୍କା ଦେଲା ହାଇଓ୍ବା : ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ, ଶିଶୁ ଗୁରୁତର

NEWS7
Bargarh News

ବରଗଡ଼ ୨୮।୯: ଦମ୍ପତିଙ୍କୁ ଧକ୍କା ଦେଲା ହାଇଓ୍ବା । ଦୁର୍ଘଟଣାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ, ଶିଶୁ ଗୁରୁତର । ବରଗଡ଼ ଗୁରୁଦ୍ଵାରା ଛକରେ ଘଟିଛି ଏଭଳି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ବରଗଡ଼ ଗୁରୁଦ୍ଵାରା ଛକରେ ହାଇୱା ଧକ୍କାରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଶିଶୁ ଗୁରୁତର ହୋଇଛନ୍ତି । ମୃତକ ସ୍ବାମୀ-ସ୍ତ୍ରୀ ଉଭୟ ଅମ୍ବାଭୋନା ବ୍ଳକ୍‌ର କୁନ୍ତଳା ଡୁଙ୍ଗୁରୀ ଓ ହରେକୃଷ୍ଣ ଡୁଙ୍ଗୁରୀ ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଶିଶୁକୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଚିକତ୍ସିତ କରାଯାଉଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।