LIVE TV

ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଭିତରେ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଚାରି ଦଶନ୍ଧିରୁ ଅଟକିଥିବା ଜଳବିଦ୍ୟୁତ ପରିଯୋଜନାକୁ ମଞ୍ଜୁରି

NEWS7
chenab

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ପରେ ଜମ୍ମୁ କାଶ୍ମୀରରେ ଚେନାବ ନଦୀ ଉପରେ ୧୮୫୬ ମେଗାୱାଟର ସାବଲକୋଟ ଜଳବିଦ୍ୟୁତ ପରିଯୋଜନାକୁ ପରିବେଶ ମଞ୍ଜୁରି ମିଳିଛି । ଚାରି ଦଶନ୍ଧିରୁ ଅଟକି ରହିଥିବା ଏହି ପରିଯୋଜନା ଚେନାବ ବେସିନରେ ଭାରତର ସବୁଠୁ ବଡ଼ ଜଳବିଦ୍ୟୁତ ପରିଯୋଜନା ମଧ୍ୟରୁ ଗୋଟିଏ ହେବ । ଏହାର ଉଦ୍ଦେଶ୍ୟ ହେଉଛି ଯେ ସିନ୍ଧୁ, ଝେଲମ ଓ ଚେନାବର ଜଳକୁ ନିଜ ପାଇଁ ଉପଯୋଗରେ ଲଗାଇବା ।

ଏହି ପରିଯୋଜନାକୁ ଏପରି ସମୟରେ ପରିବେଶ ମଞ୍ଜୁରି ମିଳିଛି, ଯେତେବେଳେ କେନ୍ଦ୍ର ସରକାର ଏପ୍ରିଲ୍‌ ୨୨ରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ସରକାର ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ଘୋଷଣା କରିଥିଲେ । ଏହାପରେ ଭାରତ ସରକାର ସିନ୍ଧୁ, ଝେଲମ ଓ ଚେନାବା ନଦୀ ଉପରେ ସ୍ୱତନ୍ତ୍ର ରୂପେ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ଏନ୍‌ଏଚ୍‌ପିସି ଦ୍ୱାରା ନିର୍ମିତ ସାବଲକୋଟ୍ ଜଳବିଦ୍ୟୁତ ପରିଯୋଜନା ଏକ ନଦୀ-ଆଧାରିତ ପରିଯୋଜନା ଅଟେ, ଯାହା କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କାଶ୍ମୀରର ରାମବନ, ରିୟାସୀ ଓ ଉଧମପୁର ଜିଲ୍ଲାରେ ଚେନାବ ନଦୀର ପାଣିକୁ ବ୍ୟବହାର କରାଯିବ ।

ଏହାର ନିର୍ମାଣ ଦୁଇଟି ପର୍ଯ୍ୟାୟରେ (ପର୍ଯ୍ୟାୟ ୧ ପାଇଁ ୬×୨୨୫ ମେଗାୱାଟ୍ ଓ ୧×୫୬ ମେଗାୱାଟ୍ ଓ ପର୍ଯ୍ୟାୟ ୨ ପାଇଁ ୨×୨୨୫ ମେଗାୱାଟ୍) ୧୪୦୧ ହେକ୍ଟର କ୍ଷେତ୍ରରେ ୩୧୩୮୦ କୋଟି ଟଙ୍କାର ଅନୁମାନି ଖର୍ଚ୍ଚରେ କରାଯିବ । ଏହି ପରିଯୋଜନାରେ ୧୯୨.୫ ମିଟର ଉଚ୍ଚ କଂକ୍ରିଟର ବନ୍ଧ, ଏକ ଅପଷ୍ଟ୍ରିମ୍ ଜଳମାର୍ଗ, ଏକ ଭୂମିଗତ ବିଜୁଳିଘର ଓ ପାଣିକୁ ପୁଣି ଥରେ ନଦୀକୁ ନେବା ପାଇଁ ଏକ ପ୍ରଣାଳୀ ସାମିଲ ରହିବ । ଏହା ବାର୍ଷିକ ପ୍ରାୟ ୭୫୩.୪ କୋଟି ୟୁନିଟ ବିଜୁଳି ତିଆରି କରିବ ।