ମାଲକାନଗିରି ୧୧/୦୧: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି ସ୍ୱାମୀ ।
ସୂଚନା ଥାଉକି, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ହାଣି ରାତି ୧୨ଟା ଭିତରେ କରିଛି ହତ୍ୟା । ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି । କାଲିମେଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର କାରଣ ସ୍ତ୍ରୀକୁ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛି ସ୍ୱାମୀ ।
ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି । ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ବଜାର ମଧ୍ୟରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା । କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଲା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।