LIVE TV

ମୋଦୀଙ୍କଠୁ କେତେ ଅଧିକ ଦରମା ପାଆନ୍ତି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ? ଟ୍ରମ୍ପ, ପୁଟିନ୍ ଏବଂ ଜିନପିଙ୍ଗଙ୍କ ଦରମା କେତେ…

NEWS7
modi

ନୂଆଦିଲ୍ଲୀ ୨୭।୦୯:  ବିଶ୍ବର ସର୍ବଶ୍ରେଷ୍ଠ ନେତା । କେବଳ ନୀତି ଏବଂ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି ତା ନୁହେଁ । ଶକ୍ତିଶାଳୀ ନେତା ନିଜର ଦରମାକୁ ନେଇ ରହିଥାନ୍ତି ବେଶ୍‌ ଖବରରେ । ସାଧାରଣତଃ ଲୋକମାନେ ବିଶ୍ବର ଶ୍ରେଷ୍ଠ ନେତାଙ୍କର ରୋଜଗାର କେତେ ଜାଣିବାକୁ ବେଶ୍‌ ଉତ୍ସାହିତ ? ସେମାନଙ୍କ ମନରେ ପ୍ରଶ୍ନ ରହିଥାଏ କି ବିଶ୍ବର ଶ୍ରେଷ୍ଠ ନେତାଙ୍କ ଦରମା କେତେ ? ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରମା ବାର୍ଷିକ ୧୯ ଲକ୍ଷ ୯୨ ହଜାର ଟଙ୍କା । ତେବେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ତୁଳନା କଲେ ଦେଖାଯାଏ ବଡ ପାର୍ଥକ୍ୟ । ଆସନ୍ତୁ ଜାଣିବା ଟ୍ରମ୍ପ, ପୁଟିନ ଏବଂ ସି ଜିନପିଙ୍ଗ କେତେ ରୋଜଗାର କରନ୍ତି ?

ଆମେରିକା ବିଶ୍ୱର ସର୍ବବୃହତ ଶକ୍ତିଶାଳୀ ଦେଶ । ସେହି ଅନୁଯାୟୀ ଏହାର ସର୍ବୋଚ୍ଚ ଶାସକ ମଧ୍ୟ ବେଶ୍‌ ଶକ୍ତିଶାଳୀ । ଆମେରିକାରେ ଚାଲିଥାଏ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଜ୍‌ । ଆମେରିକାର ଆଇନ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୂଳ ଦରମା ବାର୍ଷିକ ୪ଲକ୍ଷ ଡଲାର । ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୩ କୋଟି ୩୨ ଲକ୍ଷ ଟଙ୍କା । ଏହାବ୍ୟତୀତ ସେ ବାର୍ଷିକ ୫୦ ହଜାର ଡଲାରର ଭତ୍ତା, ଯାତ୍ରା ଖର୍ଚ୍ଚ ପାଇଁ ୧ଲକ୍ଷ ଡଲାର,  ମନୋରଞ୍ଜନ ପାଇଁ ୧୯ ହଜାର ଡଲାର ଏବଂ ଅଫିସ ଓ ରାଷ୍ଟ୍ରପତି ବାସଭବନ ପାଇଁ ୧ ଲକ୍ଷ ଡଲାର ପାଇଥାନ୍ତି । ଏସବୁ ମିଶାଇଲେ ଟ୍ରମ୍ପଙ୍କ ମୋଟ ଦରମା ୪ କୋଟି ୭୨ ଲକ୍ଷ ଟଙ୍କା ।  

ରୁଷ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତିଶାଳୀ ଦେଶ । ଏହାର ରାଷ୍ଟ୍ରପତି ହେଉଛନ୍ତି ଭ୍ଲାଦିମିର ପୁଟିନ । ତେଣୁ ଏହାର ରାଷ୍ଟ୍ରପତିଙ୍କ ଦରମା ନିଶ୍ଚିତ ଭାବରେ ଅଧିକ ହେବା ଉଚିତ । ରିପୋର୍ଟ ଅନୁଯାୟୀ ଭ୍ଲାଦିମିର ପୁଟିନ ଅଧିକାରୀକ ଭାବରେ ବାର୍ଷିକ ପ୍ରାୟ ୧ ଲକ୍ଷ ୪୦ ହଜାର ଡଲାର । ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୧ କୋଟି ୧୬ ଲକ୍ଷ ଟଙ୍କାର ଦରମା ପାଆନ୍ତି। ଏହି ରାଶି ତାଙ୍କର ମୂଳ ଦରମା । ରାଷ୍ଟ୍ରପତି ଭାବରେ ତାଙ୍କୁ ସରକାରୀ ବାସଭବନ, ସୁରକ୍ଷା, ଯାତ୍ରା ଏବଂ ଅନ୍ୟାନ୍ୟ ଭତ୍ତା ପରି ଅନେକ ସୁବିଧା ମିଳିଥାଏ । ଯାହା ଏହି ସଂଖ୍ୟାକୁ ବୃଦ୍ଧି କରିଥାଏ । ତଥାପି ରୁଷ ଉପରେ ଲାଗୁ ହୋଇଥିବା ଅନ୍ତର୍ଜାତୀୟ କଟକଣା ଏବଂ ୟୁକ୍ରେନ୍ ଯୁଦ୍ଧ ତାଙ୍କ ଆର୍ଥିକ ପରିସ୍ଥିତି ଏବଂ ସମ୍ପତ୍ତି ବିଷୟରେ ଅନେକ ପ୍ରଶ୍ନ ଉଠାଇଛି।

ଏହାପଛକୁ ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ରିପୋର୍ଟ ଅନୁଯାୟୀ ସି ଜିନପିଙ୍ଗଙ୍କ ବାର୍ଷିକ ଦରମା ପ୍ରାୟ ଆମେରିକୀୟ ଡଲାରରେ ୧୯ ହଜାର ଡଲାରରୁ ୨୨ ହଜାର ଡଲାର । ଭାରତୀୟ ମୂଲ୍ୟରେ ଏହା ୧୫-୧୮ ଲକ୍ଷ ଟଙ୍କା । ଚୀନ୍‌ର ବିଶାଳ ଅର୍ଥନୀତି ଏବଂ ଏହାର ଶକ୍ତିକୁ ବିଚାରକୁ ନେଲେ ଏହି ସଂଖ୍ୟାକୁ ବହୁତ କମ୍ । ତେବେ ସି ଜିନପିଙ୍ଗଙ୍କ ଦରମା ଅପେକ୍ଷା ତାଙ୍କୁ ଏହି ପଦରେ ମିଳୁଥିବା ସୁବିଧା ଏବଂ ପାରିବାରିକ ସମ୍ପତ୍ତିକୁ ନେଇ ହୋଇଥାଏ ବେଶି ଚର୍ଚ୍ଚା ।  ତେବେ ବିଶ୍ବର ଶକ୍ତିଶାଳୀ ନେତାଙ୍କୁ ଦରମା ଦେଖିଲେ, ସେମାନଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦରମା ଯଥେଷ୍ଟ କମ୍। ଏହି ସମୟରେ ସି ଜିନପିଙ୍ଗଙ୍କ ଘୋଷିତ ଆୟ ମୋଦିଙ୍କ ତୁଳନାରେ ଆହୁରି କମ୍ ।