ନୂଆଦିଲ୍ଲୀ: ନିକଟରେ ହୋଣ୍ଡା ମୋଟର କମ୍ପାନୀ ଭାରତୀୟ ଅଟୋମୋବାଇଲ ବଜାରରେ ନିଜର Honda Shine 100 DX ଲଞ୍ଚ କରିଛି। ଯେଉଁଥିରେ ଅନେକ ନୂଆ ଫିଚର୍ସ ରହିଛି। ଅଗଷ୍ଟ ପହିଲାରେ କମ୍ପାନୀ ଏହାର ମୂଲ୍ୟ ଘୋଷଣା କରିବ। ଏହି ବାଇକ୍ର ଆନୁମାନିକ ଏକ୍ସ-ଶୋରୁମ୍ ମୂଲ୍ୟ ୭୨ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ହିରୋ ମୋଟୋକୋର୍ପ (Hero Motocorp) ଭାରତରେ HF Deluxe Pro ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ୭୩,୫୫୦ ଟଙ୍କା ରଖାଯାଇଛି। ନୂଆକରି ଲଞ୍ଚ ହୋଇଥିବା ଏହି ଦୁଇଟି ମୋଟରସାଇକେଲ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ତେବେ କେଉଁବାକି ଅଧିକ ଶକ୍ତିଶାଳୀ ଆସନ୍ତୁ ଜାଣିବା।
Honda Shine 100 DX ଇଞ୍ଜିନ୍ ଏବଂ କ୍ଷମତା
କମ୍ପାନୀ Honda Shine 100 DX ବାଇକ୍ରେ ୯୯.୯୮ସିସି ଇଞ୍ଜିନ୍ ଦିଆଯାଇଛି। ଏହି ଇଞ୍ଜିନ୍ ଏହାର କ୍ଷମତା ଅନୁସାରେ ୭.୨୮ବିଏଚପି ପାୱାର ଏବଂ ୮.୦୮ ଏନଏମ୍ ଟର୍କ ଜେନେରେଟ୍ କରିବ। ଏହି ବାଇକ୍ରେ ସାଇଲେଣ୍ଟ ଷ୍ଟାର୍ଟ ଫିଚର୍ ରହିଛି। ଏଥିରେ ଅଲ୍ଟରନେଟିଂ କରେଣ୍ଟ ଜେନେରେଟର (ACG) ଟେକ୍ନୋଲୋଜୀର ବ୍ୟବହାର କରାଯାଇଛି, ଯାହା ଶବ୍ଦ କରୁଥିବା ପୁରୁଣା ଷ୍ଟାର୍ଟର୍ ମୋଟରର ଠାରୁ ଭିନ୍ନ। ଏଥିହିତ, ଏହି ବାଇକରେ ଇଞ୍ଜିନ୍ କିଲ୍-ସ୍ୱିଚ୍ ଏବଂ ସାଇଡ୍-ଷ୍ଟାଣ୍ଡ ଇଞ୍ଜିନ୍ କଟ୍-ଅଫ୍ ଫିଚର୍ସ ମଧ୍ୟ ମିଳିବ। ଏହି ଫିଚର୍ସରେ ଯଦି ବାଇକ୍ର ସାଇଡ୍-ଷ୍ଟାଣ୍ଡ ବାହାରକୁ ଖୋଲା ଅଛି ତେବେ ଏହାର ଇଞ୍ଜିନ୍ ଷ୍ଟାର୍ଟ ହେବ ନାହିଁ।
ହିରୋ HF ଡିଲକ୍ସ ପ୍ରୋ ଇଞ୍ଜିନ୍ ଏବଂ କ୍ଷମତା
ହିରୋ HF ଡିଲକ୍ସ ପ୍ରୋରେ ୯୭.୨cc ଇଞ୍ଜିନ୍ ଲଗାଯାଛି। ଏହି ଇଞ୍ଜିନ୍ ୭.୦୯ ବିଏଚପି ପାୱାର ଏବଂ ୮.୦୫ ଏନ୍ଏମ୍ ଟର୍କ ଜେନେରେଟ୍ କରିବ। ଏହା ବ୍ୟତୀତ, ମୋଟରସାଇକେଲ୍ରେ ଆଇଡଲ୍-ଷ୍ଟାର୍ଟ-ଷ୍ଟପ୍ (i3S) ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି, ଯାହା ଟ୍ରାଫିକ୍ ସିଗନାଲରେ ଇଞ୍ଜିନକୁ ଆଇଡଲ୍ ମୋଡ୍ରେ ଅଟୋମେଟିକ ବନ୍ଦ କରିଦେବ। ପୁଣି କ୍ଲଚ୍ ଦବାଇଲେ ଇଞ୍ଜିନ୍ ଷ୍ଟାର୍ଟ ହେବ। ଏହି ସିଷ୍ଟମ ସହରରେ ଷ୍ଟପ୍-ଗୋ ଟ୍ରାଫିକ୍ରେ ଫୁଏଲଏଫିସିଏନ୍ସିକୁ ଉନ୍ନତ କରିବା ପାଇଁ କାମ କରିବ। କମ ଇନ୍ଧନ ଖର୍ଚ୍ଚ ହେବ।
ହୋଣ୍ଡା ସାଇନ୍ ୧୦୦ ଡିଏକ୍ସର ଫିଚର୍ସ
ହୋଣ୍ଡା ସାଇନ୍ ୧୦୦ ଡିଏକ୍ସରେ ଏକ ଏଲିସିଡି ଇନଷ୍ଟ୍ରୁମେଣ୍ଟ କନସୋଲ୍ ଲଗାଯାଇଛି। ଯେଉଁଥିରେ ରିଅଲ୍-ଟାଇମ୍ ମାଇଲେଜ୍, ସ୍ପିଡୋମିଟର୍, ଓଡୋମିଟର୍, ଡିଷ୍ଟାନ୍ସ-ଟୁ-ଏମ୍ଟି ଏବଂ କ୍ଲକ୍ ଭଳି ସୂଚନା ଦେବ। ଏହା ବ୍ୟତୀତ, ଏଥିରେ ସାଇଡ୍-ଷ୍ଟାଣ୍ଡ ଇଞ୍ଜିନ୍ କଟ-ଅଫ୍ ଏବଂ ଇଞ୍ଜିନ୍ କିଲ୍-ସ୍ୱିଚ୍ ଭଳି ସୁରକ୍ଷା ଫିଚର୍ସ ରହିଛି।
ହିରୋ HF ଡିଲକ୍ସ ପ୍ରୋ ଫିଚର୍ସ
ହିରୋ ଏଚଏଫ୍ ଡିଲକ୍ସ ପ୍ରୋରେ ମଧ୍ୟ ଏଲସିଡି ଇନଷ୍ଟ୍ରୁମେଣ୍ଟ କନସୋଲ ଦିଆଯାଇଛି। ଏଥିରେ ପୁଏଲ ଗେଜ୍, ଓଡୋମିଟର, ସ୍ପିଡୋମିଟର ଏବଂ ଟେଲଲାଇଟ୍ ବିଷୟରେ ସୂଚନା ମିଳିବ। ତେବେ Shine 100 DX ପରି ଏଥିରେ ମାଇଲେଜ୍ ଇଣ୍ଡିକେଟର ଦିଆଯାଇ ନାହିଁ। HF ଡିଲକ୍ସ ପ୍ରୋରେ USB ଚାର୍ଜିଂ ପୋର୍ଟ ଏବଂ i3S ଟେକ୍ନୋଲୋଜୀ ଦିଆଯାଇଛି।
Honda Shine 100 DX ଡିଜାଇନ୍
Honda Shine 100 DX ବାଇକ୍ରେ ୫ ଷ୍ଟେପ୍ ବାଇଡାଇରେକ୍ସନାଲ ଟ୍ୱିନ୍ ସକ୍ ଅବଜର୍ବର ଲଗାଯାଇଛି, ଯାହା ଯାତ୍ରା ଆରାମଦାୟକ କରିଥାଏ। ଏହି ମୋଟରସାଇକେଲ ପାୱାରଫୁଲ୍ ହୋଇଥିବା ବେଳେ ଡିଜାଇନ୍ ଆଧୁନିକ।
Hero HF Deluxe Pro ଡିଜାଇନ୍
Hero HF Deluxe Pro ମୋଟରସାଇକେଲରେ ଏକ ଏଲଇଡି ହେଡଲ୍ୟାମ୍ପ ରହିଛି, ଯାହା ରାତିରେ ଭଲ ଭିଜିବିଲିଟି ସହ ମଡର୍ଣ୍ଣ ଲୁକ୍ ଦେଇଥାଏ। ଏହାର LED ହେଡଲ୍ୟାମ୍ପ ଟିକେ ଷ୍ଟାଇଲିସ୍ ଦେଖାଯାଏ।