ପୁନେ : ସୋସିଆଲ ମିଡ଼ିଆର ଏହି ଚକମପ୍ରଦ ଦୁନିଆରେ ଆଜିକାଲି ଚାକିରି ନାମରେ ବିଭିନ୍ନ ପ୍ରକାରର ଘୋଟାଲ କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ପୁନେର ଜଣେ ୪୪ ବର୍ଷିୟ ଠିକାଦାରଙ୍କ କାହାଣୀ ତ ଏମିତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଠିକାଦାର ଏକ ଫେକ୍‌ ବିଜ୍ଞାପନକୁ  ଜାଲରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇ ବସିଥିଲେ। ପ୍ରକୃତ କଥା ହେଲା ଏକ ଫେକ୍‌ ବିଜ୍ଞାପନ ଦେଇ ମହିଳା ଲେଖିଥିଲେ,’ ମୋତେ ମାଆ କରିବା ପାଇଁ ପୁରୁଷ ଦରକାର।‘ ପ୍ରତିଶ୍ରୁତି ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି, ଏହା ବଦଳରେ କେବଳ ଏତିକି ମହିଳାଙ୍କୁ ଗର୍ଭବତୀ କରାଇବା। କିନ୍ତୁ ବାସ୍ତବରେ ଏହା ଏକ ଫେକ୍‌ ବିଜ୍ଞାପନ ଥିଲା। ଏଥିରେ ଠିକାଦାରଙ୍କୁ ୧୧ ଲକ୍ଷ ଟଙ୍କା ହରାଇବାକୁ ପଡ଼ି ଥିଲା। ଏହି ଠକେଇର ଖୁଲାସା ସେତେବେଳେ ହେଲା ,ଯେତେବେଳେ ଅଭିଯୋଗକାରୀଙ୍କୁ ଏହା ଅନୁଭବ ହେଲା ଯେ, ସେ ଏକ ସାଇବର ଫ୍ରଡ୍‌ର ଗ୍ୟାଙ୍ଗର ଜାଲରେ ଫସି ଯାଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଏହି ଘଟଣା କେବଳ ବ୍ୟକ୍ତିଗତ ଷଡ଼ଯନ୍ତ୍ରର ଉଦାହରଣ ନୁହେଁ , ଏହାସହ ସାଇବର ଅପରାଧିଙ୍କ ନୂଆ ଚତୁରତାକୁ ଦର୍ଶାଇଛି।

ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ମୁତାବିକ , ଏ ସବୁ ସେପ୍ଟେମ୍ୱରର ପହିଲା ସପ୍ତାହରୁ ହୋଇଛି। ପୁନେର ହଡପସର ଅଞ୍ଚଳରେ ରହୁଥିବା ଏହି ଠିକାଦାର ଫେସବୁକ୍‌ରେ ଏକ ବିଜ୍ଞାପନ ପାଇଥିଲେ। ଏଥିରେ ଜଣେ ଆକର୍ଷଣୀୟ ସୁନ୍ଦରୀ ମହିଳାଙ୍କର ଫଟୋ ଥିଲା , ଯିଏକି ମାଆ ହୋଇ ପାରୁନଥିବା ଦର୍ଶାଇଥିଲେ। ବିଜ୍ଞାପନରେ ସେ କହୁଥିଲେ, ମୁଁ ସନ୍ତାନ ଚାହୁଁଛି , କିନ୍ତୁ ସ୍ୱାମୀ ନାହାନ୍ତି। ଯେଉଁ ପୁରୁଷ ମୋତେ ତିନି ମାସରେ ଗର୍ଭବତୀ କରାଇ ଦେବେ , ତାଙ୍କୁ ୨୫ ଲକ୍ଷ ଟଙ୍କା , କାର ଓ ଘରର ଭାଗ ମିଳିବ। ମୋତେ ଏମିତି ଜଣେ ପୁରୁଷ ଆବଶ୍ୟକ ଯିଏ ମୋତେ ମାଆ କରିପାରିବେ। ମୋତେ ମାତୃତ୍ୱ ସୁଖ ଦେବେ। ମୋତେ ଏହା ଫରକ ପଡ଼ିବନି ଯେ,ସେ ଶିକ୍ଷିତ ହୋଇ ଥିବେ , କୌଣସି ଜାତି ବା ଗୋରା-କଳା ଥିବେ।

I want a man who will make me a mother': Contractor duped of Rs 11 lakh in  bizarre 'pregnant job' scam

ଠିକାଦାର ଯିଏ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ , ସେ ଭାବିଲେ ଯେ, ଏହା ଏକ ସହଜ ଆୟର ରାସ୍ତା । ଏହି ବିଜ୍ଞାପନର ଶେଷରେ ଦିଆଯାଇ ଥିବା ଏକ ନିମ୍ୱରରେ ଠିକାଦାର  ସଂପର୍କ କରିଥିଲେ। ରିସିଭ୍‌ କରିଥିବା ବ୍ୟକ୍ତି ନିଜକୁ ‘ପ୍ରେଗନାଣ୍ଟ ଜବ୍‌’ ନାମକ କମ୍ପାନୀର ଆସିଷ୍ଟାଣ୍ଟ କହୁଥିଲେ ଏବଂ କହିଥିଲେ ଯେ ମହିଳାଙ୍କ ସହ ରହିବାଓ କାମ ଆରମ୍ଭ କରିବା ପୂର୍ବରୁ  ତାଙ୍କୁ କମ୍ପାନୀରେ ରେଜିଷ୍ଟ୍ରେସନ କରିବାକୁ ହେବ ଏବଂ ଏକ ପରିଚୟ ପତ୍ର (ଆଇଡି କାର୍ଡ) ଜାରି କରାଯିବ।

ଏହାପରେ ଠିକାଦାରଙ୍କ ଠାରୁ ଅଲଗା ଅଲଗା ବାହାନା କରି ଟଙ୍କା ମଗା ଗଲା –ଯେମିତି କି ରେଜିଷ୍ଟ୍ରେସନ ଶୁଳ୍କ , ଆଇଡି କାର୍ଡ ଶୁଳ୍କ , ଭେରିଫିକେସନ ଚାର୍ଜ , ଜିଏସଟି , ଟିଡିଏସ , ପ୍ରୋସେସିଂ ଫିସ୍‌ ଆଦି। ଯାଞ୍ଚ ଅଧିକାରୀ କହିଛନ୍ତି ,ଅଭିଯୋଗକାରୀଙ୍କୁ ଏହିପରି ଭ୍ରମିତ କରାଗଲା ଯେ, ସେ ସେପ୍ଟେମ୍ୱରର ପ୍ରଥମ ସପ୍ତାହରୁ ନେଇ ୨୩ ଅକ୍ଟୋବର ଯାଏ ୧୦୦ରୁ ଅଧିକ ଥକ ଛୋଟ ଛୋଟ ଟ୍ରାଜାକ୍ସନ କରି ଚାଲିଥିଲେ। ମୋଟ ଅର୍ଥ ୧୧ ଲକ୍ଷ ଟଙ୍କା ଯାଏ ପହଞ୍ଚି ଗଲା। ଏହି ସବୁ ଦେୟ ଅର୍ଥ ୟୁପିଆଇ ଓ ଆଇଏମପିଏସ ଟ୍ରନ୍ସଫର ମାଧ୍ୟମରେ କରାଯାଇ ଥିଲା। ଯେବେ ଅଭିଯୋଗକାରୀ ପ୍ରଶ୍ନ ପଚାରିବା ଆରମ୍ଭ କଲେ , ତ ଫ୍ରଡ୍‌ କରୁଥିବା ବ୍ୟକ୍ତି ତାଙ୍କୁ ବ୍ଲକ୍‌ କରିଦେଲେ। ଏହାପରେ ସେ ଜାଣି ପାରିଲେ ଯେ, ସେ ସାଇବର ଠକେଇର ଶିକାର ହୋଇ ସାରିଛନ୍ତି। ଅଭିଯୋଗ ପାଇବା ପରେ ବନର ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି।

ଜଣେ ସାଇବର ଯାଞ୍ଚ ଅଧିକାରୀଙ୍କ କହିବାନୁସାରେ , ‘ ପ୍ରେଗନାଣ୍ଟ ଜବ୍‌ ସର୍ଭିସ୍‌’  ଭଳି ଫେକ୍‌ ବିଜ୍ଞାପନ ଗତ ଦୁଇ ବର୍ଷ ହେବ ଦେଶର ଅନେକ ସ୍ଥାନରେ ଆରମ୍ଭ ହୋଇଛି। ସେ କହିଛନ୍ତି ୨୦୨୨ର ଶେଷ ଆଡ଼କୁ ଏହି ଠକେଇ ଖୁବ୍‌ ଜୋରରେ ବଢିବାରେ ଲାଗିଛି। ବିହାର, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ପୁଲିସ ଏମିତି ଅନେକ ମାମଲାରେ ଗିରଫ ମଧ୍ୟ କରି ସାରିଛି। ତଦନ୍ତରୁ ସାମ୍ନାକୁ ଆସିଛି ଯେ, ଏହି ସାଇବର ଅପରାଧୀ ସୋସିଆଲ ମିଡ଼ିଆ ଓ ଫେକ୍‌ ଭିଡ଼ିଓ ବିଜ୍ଞାପନର ବ୍ୟବହାର କରି ସାରା ଦେଶରେ ଲୋକଙ୍କୁ ଫସାଉଛନ୍ତି। ପୁନେ ପୁଲିସ ଲୋକଙ୍କୁ ଅପିଲ କରୁଛି ଯ, ସେମାନେ ସୋସିଆଲ ମିଡ଼ିଆରେ ଏମିତି ଭ୍ରମାତ୍ମକ ଓ ଆପତ୍ତିଜନକ ବିଜ୍ଞାପନର ଜାଲରେ ନପଡ଼ନ୍ତୁ ଏବଂ କୌଣସି ବି ସନ୍ଦିଗ୍ଧ ଲିଙ୍କ୍‌ , କଲ୍‌ କିମ୍ୱା ଅଫରର ସୂଚନା ତୁରନ୍ତ ସାଇବର କ୍ରାଇମ୍ ହେଲପ୍‌ଲାଇନ୍‌ ନମ୍ୱର ୧୯୩୦ କିମ୍ୱା www.cybercrime .gov.inରେ ଦିଅନ୍ତୁ।