ହଣ୍ଡା ମୋଟର ସାଇକେଲ ଇଣ୍ଡିଆର ମାଇଲଷ୍ଟୋନ, ଭାରତରେ ଦୁଇ ଚକିଆ ଯାନ ବିକ୍ରିରେ ରେକର୍ଡ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ହଣ୍ଡା ମୋଟର ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ମାଇଲଷ୍ଟୋନ। ଭାରତରେ ୬ କୋଟିରୁ ଅଧିକ ଦୁଇ ଚକିଆ ଯାନ ବିକ୍ରି କଲା କମ୍ପାନି। ଅବଶ୍ୟ ଏହି ବିକ୍ରି କମ୍ପାନିର ଭାରତରେ ଡେବ୍ୟୁ କରିବା ପରଠାର ଏପର୍ଯ୍ୟନ୍ତର ରେକର୍ଡ। ସୂଚନାଥାଉକି, କମ୍ପାନି ୨୦୦୧ରେ ଆକ୍ଟିଭା ସ୍କୁଟର ସହ ଘରୋଇ ବଜାରକୁ ଓହ୍ଲାଇଥିଲା। 

ତଥ୍ୟ ଅନୁଯାୟୀ, କମ୍ପାନିକୁ ୧ କୋଟି ମାଇଲଷ୍ଟୋନ୍‌ ପର୍ଯ୍ୟନ୍ତ ପହଞ୍ଚିବାକୁ ୧୧ ବର୍ଷ ଲାଗିଥିଲା। ଏହା ପରେ ଆଗାମୀ ୩ ବର୍ଷରେ ୨ କୋଟି ଏବଂ ୨୦୧୭ରେ ତିନି କୋଟି ଦୁଇ ଚକିଆ ଯାନ ବିକ୍ରି ମାଇଲଷ୍ଟୋନରେ ପହଞ୍ଚିଥିଲା। ତେବେ ଆଗାମୀ ସାତ ବର୍ଷରୁ କମ୍ ସମୟ ମଧ୍ୟରେ ଆଉ ତିନି କୋଟି ଦୁଇ ଚକିଆ ଯାନ ବିକ୍ରି କରିଥିଲା। 

ସୂଚନାଥାଉକି, ଭାରତରେ ହଣ୍ଡାର ଆକ୍ଟିଭା ସବୁଠୁ ଅଧିକ ବିକ୍ରି ହେଉଥିବା ସ୍କୁଟର ରହିଛି। ସେହିଭଳି ହଣ୍ଡା ସାଇନ କମ୍ପାନିର ସବୁଠୁ ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ ମଧ୍ୟରେ ରହିଛି। 

ବର୍ତ୍ତମାନ ସମୟରେ କମ୍ପାନି ଭାରତରେ ୧୦୦ରୁ ୧୮୦୦ ସିସି ଇଞ୍ଜିନ ବିଶିଷ୍ଟ ଦୁଇ ଚକିଆ ଯାନ ବିକ୍ରି କରୁଛି। ଯେଉଁଥିରେ ସ୍କୁଟର ରେଞ୍ଜରେ ରହିଛି ଆକ୍ଟିଭା, ଡିଓ, ଆକ୍ଟିଭା ୧୨୫ ଏବଂ ଡିଓ ୧୨୫। ସେହିଭଳି ମୋଟରସାଇକେଲ ସେଗମେଣ୍ଟରେ କମ୍ପାନି ୯ ମଡେଲ ରହିଛି- ସାଇନ୍‌ ୧୦୦, ସିଡି ୧୧୦ ଡ୍ରିମ ଡିଲକ୍ସ, ଲିଭୋ, ସାଇନ୍ ୧୨୫, ଏସପି ୧୨୫, ୟୁନିକର୍ନ, ଏସପି ୧୬୦, ହର୍ନେଟ ୨.୦ ଏବଂ ସିପି୨୦୦ଏକ୍ସ ରହିଛି।

ସେହିଭଳି କମ୍ପାନିର ପ୍ରିମିୟମ ମୋଟରସାଇକେଲ ରେଞ୍ଜ୍‌ରେ ସିବି୩୫୦, ହାଇନେସ୍‌ ସିବି୩୫୦, ସିବି୩୫୦ଆରଏସ, ସିବି୩୦୦ଏଫ୍‌, ସିବି୩୦୦ଆର, ଏନଏକ୍ସ୫୦୦, ଏକ୍ସଏଲ୭୫୦ ଟ୍ରାନ୍ସଆଲ୍ପ, ଆଫ୍ରିକା ଟ୍ବିନ୍‌ ଏବଂ ଗୋଲ୍ଡ ଓ୍ବିଙ୍ଗ୍‌ ଟୁର ରହିଛି।ହଣ୍ଡା ମୋଟର ସାଇକେଲ ଇଣ୍ଡିଆର ମାଇଲଷ୍ଟୋନ, ଭାରତରେ ଦୁଇ ଚକିଆ ଯାନ ବିକ୍ରିରେ ରେକର୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.