News7 Logo

କମିଲା ହୋଣ୍ଡା ମୋଟରସାଇକେଲ ଦାମ୍: ମଡେଲ ଉପରେ ହ୍ରାସ ହେଲା ପାଖାପାଖି ୧୯ ହଜାର ଟଙ୍କା

NEWS7
Honda Motorcycle and Scooter India announced price cuts

ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ ପରେ ଅନ୍ୟ ମୋଟରସାଇକେଲ କମ୍ପାନୀ ପରି ହୋଣ୍ଡା ମୋଟର ଆଣ୍ଡ୍ ସ୍କୁଟର ଇଣ୍ଡିଆ(ଏଚଏମଏସଆଇ) ବି ଏହାର ଦୁଇ ଚକିଆ ସେଗ୍‌ମେଣ୍ଟରେ ଦର ହ୍ରାସ କରିଛି। ମଡେଲ ଅନୁସାରେ ଏଥିରେ ୧୮,୮୮୭ ଟଙ୍କା(ଏକ୍ସ-ଶୋରୁମ୍ ମୂଲ୍ୟ) ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ହୋଇଛି। ଆକ୍ଟିଭା ଏବଂ ଡିଓ ପରି ଲୋକପ୍ରିୟ ସ୍କୁଟର ଏବଂ ସାଇନ୍, ୟୁନିକର୍ଣ୍ଣ ଏବଂ CB350 ସିରିଜ୍ ସମେତ ମୋଟରସାଇକେଲ୍ ସମସ୍ତ ମଡେଲ ଉପରେ ଗ୍ରାହକ ଜିଏସ୍‌ଟି ହ୍ରାସ ଲାଭ ପାଇପାରିବେ। ହୋଣ୍ଡା ମୋଟର ଇଣ୍ଡିଆର ନିର୍ଦ୍ଦେଶକ ୟୋଗେଶ ମାଥୁର କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହିତ ଗାଡ଼ି ଦର କିଣିଲେ ଏହା ବିକ୍ରି ବଢ଼ାଇବ ଓ ଅର୍ଥନୀତିକୁ ଗତି ଦେବ ବୋଲି କହିଛନ୍ତି।

୩୫୦ ସିସି ପର୍ଯ୍ୟନ୍ତ ବାଇକ ଗୁଡ଼ିକ ଉପରେ ଯଦିଓ କମ୍ପାନୀ ମୂଲ୍ୟ ହ୍ରାସ କରିବାକୁ ଯାଉଛି, ତେବେ ତଦୁର୍ଦ୍ଧ ପାୱାରର ଇଞ୍ଜିନ ଉପରେ ଲଗାଯାଇଥିବା ୪୦ ପ୍ରତିଶତ ଜିଏସ୍‌ଟିର କଣ ପ୍ରଭାବ ପଡ଼ିବ ଏଚଏମଏସଆଇ ଏହାର ଆକଳନ କରୁଛି। ୨୨ ସେପ୍ଟେମ୍ବର, ୨୦୨୫ ଠାରୁ ଛୋଟ କାର, ୩୫୦ ସିସି ପର୍ଯ୍ୟନ୍ତ ଦୁଇ ଚକିଆ ଯାନ, ତିନି ଚକିଆ ଯାନ, ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଉପରେ ସାମଗ୍ରୀ ଏବଂ ସେବା କର (GST) ୨୮% ରୁ ୧୮% କୁ ହ୍ରାସ ପାଇବ।

 ଏହି ଟିକସ ହ୍ରାସ ଦ୍ୱାରା ମାରୁତି ସୁଜୁକି ଅଲ୍ଟୋ, ହୁଣ୍ଡାଇ ଗ୍ରାଣ୍ଡ୍ ଆଇ୧୦ ଏବଂ ଟାଟା ଟିଆଗୋ ଭଳି ଲୋକପ୍ରିୟ ବଜେଟ୍ କାରର ମୂଲ୍ୟ ପ୍ରାୟ ୧୦% ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସେହିପରି, ହୋଣ୍ଡା ସାଇନ୍, ବଜାଜ୍ ପଲସର, ହୋଣ୍ଡା ଆକ୍ଟିଭା ଏବଂ ହିରୋ ସ୍ପ୍ଲେଣ୍ଡର ଭଳି ମାସ୍-ମାର୍କେଟ୍ ମୋଟରସାଇକେଲ୍ ଏବଂ ସ୍କୁଟରର ମୂଲ୍ୟ ମଧ୍ୟ ଉଲ୍ଲେଖନୀୟ ହ୍ରାସ ପାଇବ।

ତେବେ ହୋଣ୍ଡାର କେଉଁ ସ୍କୁଟର ଓ ବାଇକର ଦାମ କେତେ କମିବ ଜାଣନ୍ତୁ।

ମଡେଲ

ଦାମ କମିବ

(ଏକ୍ସ-ଶୋରୁମ ମୂଲ୍ୟ ଦିଲ୍ଲୀ)

Activa 110

୭,୮୭ ୪ ଟଙ୍କା କମିବ

Dio 110

,୧୫୭ ଟଙ୍କା କମିବ

Activa 125

,୨୫୯ ଟଙ୍କା କମିବ

Dio 125

,୦୪୨ଟଙ୍କା କମିବ

Shine 100

,୬୭୨ ଟଙ୍କା କମିବ

Shine 100 DX

,୨୫୬ ଟଙ୍କା କମିବ

Livo 110

,୧୬୫ ଟଙ୍କା କମିବ

Shine 125

,୪୪୩ ଟଙ୍କା କମିବ

SP125

,୪୪୭ ଟଙ୍କା କମିବ

CB125 Hornet

,୨୨୯ ଟଙ୍କା କମିବ

Unicorn

,୯୪୮ ଟଙ୍କା କମିବ

SP160

୧୦,୬୩୫ ଟଙ୍କା କମିବ

Hornet 2.0

୧୩,୦୨୬ ଟଙ୍କା କମିବ

NX200

୧୩,୯୭୮ ଟଙ୍କା କମିବ

CB350 H'ness

୧୮,୫୯୮ ଟଙ୍କା କମିବ

CB350RS

୧୮,୮୫୭ ଟଙ୍କା କମିବ

CB350

୧୮,୮୮୭ ଟଙ୍କା କମିବ