LIVE TV

ରବିବାର ପବିତ୍ର ମହାଳୟା ଅମାବାସ୍ୟା, ପିଣ୍ତଦାନ କରୁଛନ୍ତି ଶହ ଶହ ଶ୍ରଦ୍ଧାଳୁ

NEWS7
mahalaya

ପୁରୀ ୨୧।୦୯ : ଆଜି ପବିତ୍ର ମହାଳୟା ଅମାବାସ୍ୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ପିତୃପୁରୁଷଙ୍କୁ ଆଜି ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ପରମ୍ପରା ରହିଛି। ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ବିଶେଷ କରି ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ତଦାନ ସହ ତର୍ପଣ କରାଯାଉଥିବାରୁ ପୁରୀରେ ପିଣ୍ତଦାନ କରୁଛନ୍ତି ଶହ ଶହ ଶ୍ରଦ୍ଧାଳୁ। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ବରର ପବିତ୍ର ବିନ୍ଦୁସାଗରରେ ମଧ୍ୟ ମହାଳୟା ଶ୍ରାଦ୍ଧ ଅବସରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।