News7 Logo

AIIMSରେ ପ୍ରଥମ ଥର ହେଲା ଭ୍ରୁଣ ଦାନ, ଜୈନ ଦମ୍ପତି ଦେଖାଇଲେ ସାହସ ... ଗବେଷଣାକୁ ମିଳିବ ନୂଆ ଦିଗ

NEWS7

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଐତିହାସିକ ପ୍ରୟାସ କରାଯାଇଛି। ଏମ୍ସକୁ ପ୍ରଥମ ଥର ଭ୍ରୁଣ ଦାନ ମିଳିଛି। ଏହି ପଦକ୍ଷେପ ଏକ ପରିବାରର ଯନ୍ତ୍ରଣାକୁ ସମାଜ ଓ ବିଜ୍ଞାନର ଶକ୍ତିରେ ବଦଳାଇବାର ଉଦାହରଣ । ୩୨ ବର୍ଷୀୟା ବନ୍ଦନା ଜୈନଙ୍କ ପାଞ୍ଚ ମାସରେ ଗର୍ଭପାତ ହୋଇ ଯାଇଥିଲା। ଏହି ମୁସ୍କିଲ ସମୟରେ ପରିବାର ଭ୍ରୁଣକୁ ଗବେଷଣା ଓ ଶିକ୍ଷା ପାଇଁ ଏମ୍ସକୁ ଦାନ କରିବାକୁ ନିଷ୍ପତ୍ତି ନେଲେ।

ବନ୍ଦନା ଜୈନଙ୍କ ପରିବାରର ସକାଳ ୮ଟା ସମୟରେ ଦଧୀଚି ଦେହଦାନ ସମିତି ସହ ସଂପର୍କ ହୋଇଥିଲା। ସମିତିର ସଂରକ୍ଷକ ସୁଧୀର ଗୁପ୍ତା ଓ ସମନ୍ୱୟକ ଜି.ପି ତାୟଲ ତୁରନ୍ତ ପ୍ରୟାସ ପୂର୍ବକ ଏମ୍ସର ଆନାଟମି ବିଭାଗର ପ୍ରମୁଖ ଡାକ୍ତର ଏମ.ବି.ରାୟ ଓ ତାଙ୍କ ଟିମ୍‌ ସହ କଥାବାର୍ତ୍ତା ହୋଇଥିଲେ। ଟିମ୍‌ର ସହଯୋଗରେ ସାରାଦିନ କାଗଜପତ୍ର ଆଦି ଔପଚାରିକତା ପୂରା କରିବା ପରେ ସନ୍ଧ୍ୟା ୭ ଟା ସମୟରେ ଏମ୍ସ ନିଜର ପ୍ରଥମ ଭ୍ରୁଣ ଦାନ ପ୍ରାପ୍ତ କରିଥିଲା।

ଭ୍ରୁଣ ଦାନରେ କଣ ହେବ ଲାଭ –

ଭ୍ରୁଣ ଦାନ କେବଳ ଏକ ମେଡିକାଲ ପ୍ରୋସେସ୍‌ ନୁହେଁ ,ବରଂ ଏହା ଆଗାମୀ ସମୟ ପାଇଁ ଗବେଷଣା ଓ ଶିକ୍ଷାର ଏକ ବଡ଼ ଆଧାର ହେବ। ଏମ୍ସରେ ଆନାଟମି ବିଭାଗର ପ୍ରଫେସର ଡାକ୍ତର ସୁବ୍ରତ ବାସୁ ଆଜତକ୍‌ ଡଟ୍ ଇନ୍‌କୁ କହିଛନ୍ତି ଯେ, ମାନବ ଶରୀରର ବିକାଶକୁ ବୁଝିବା ପାଇଁ ଭ୍ରୃଣ ଅଧ୍ୟୟନ ନିହାତି ଜରୁରୀ।ରିସର୍ଚ୍ଚ ଓ ଟିଚିଂରେ ଆମକୁ ଏହା ଦେଖିବାକୁ ସୁଯୋଗ ମିଳିଥାଏ ଯେ , କେଉଁ ଭଳି ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଭିନ୍ନ ଭିନ୍ନ ସମୟରେ ବିକଶିତ ହୋଇଥାଏ। ଯେପରି ଶିଶୁଟିଏ ଯେବେ ଜନ୍ମ ହୁଏ , ସ୍ନାୟୁ ପ୍ରଣାଳୀ( ନର୍ଭ ସିଷ୍ଟମ) ସଂପୂର୍ଣ୍ଣ ବିକଶିତ ହୋଇ ନଥାଏ। ସେ ଧିରେ ଧିରେ ଦୁଇ ବର୍ଷ ପରେ ବିକଶିତ ହୋଇଥାଏ । ଏମିତି ମାମଲାରେ ଅଧ୍ୟୟନ ମେଡିକାଲ ଛାତ୍ରଛାତ୍ରୀ ଓ ବୈଜ୍ଞାନିକଙ୍କୁ ଗଭୀର ଭାବେ ବୁଝିବାକୁ ସୁଯୋଗ ଦେଇଥାଏ।  

ଡାକ୍ତର ବାସୁଙ୍କ କହିବାନୁସାରେ , ଏହି ଗବେଷଣା ବୟସ ବୃଦ୍ଧି (ଏଜିଂ) ପ୍ରକ୍ରିୟାକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିବ। ଭ୍ରୁଣରେ ଟିସୁ ଲଗାତାର ବଢି ଥାଏ , ଅନ୍ୟପଟେ ବୃଦ୍ଧାବସ୍ଥାରେ ଟିସୁ ନଷ୍ଟ ହେବାକୁ ଲାଗେ।  ଯଦି ଆମେ ଏହା ବୁଝି ପାରିବା ଯେ କେଉଁ ଫ୍ୟାକ୍ଟର ଟିସୁକୁ ବଢାଇ ଥାଏ ଏବଂ କେଉଁଥିରୁ ଏହାକୁ ନଷ୍ଟ କରେ , ତ ଭବିଷ୍ୟତରେ ବୟସ ଜଡ଼ିତ ଅନେକ ରୋଗକୁ ସମାଧାନ କରିବାରେ ସାହାଯ୍ୟ ମିଳିବ।

ସେ ଆଉ ଏକ ପ୍ରମୁଖ କଥା କହିଛନ୍ତି ଯେ, ଶିଶୁ ଠାରେ ଏନେସ୍ଥିସିଆର ବ୍ୟବହାର ଏକ ବଡ଼ ଚ୍ୟାଲେଞ୍ଜ। ଛୋଟ ଶିଶୁ କହି ପାରନ୍ତି ନାହିଁ , ତାଙ୍କୁ କେତେ ଡୋଜ୍‌ ଦେବାର ଅଛି ଏହା ସଠିକ୍‌ ଭାବେ ଜାଣିବା ଜରୁରୀ ହୋଇଥାଏ। ଭ୍ରୁଣ ଅଧ୍ୟୟନରେ ଆମକୁ ଏହା ବୁଝିବାରେ ସାହାଯ୍ୟ ମିଳିବ ଯେ, କେଉଁ ଅବସ୍ଥାରେ  ଶିଶୁର କେଉଁ କେଉଁ ଅଙ୍ଗ କେତେ ବିକଶିତ ହୁଏ ଏବଂ ତାକୁ କେଉଁ ପ୍ରକାରରେ ସୁରକ୍ଷିତ ଉପାୟରେ ଟ୍ରିଟ୍‌ କରାଯାଇ ପାରିବ।

ଜୈନ ପରିବାରର ଏହି ପ୍ରୟାସ ସମାଜରେ ଏକ ଅନନ୍ୟ ଉଦାହରଣ ପାଲଟିଛି। ସେ ନିଜର ବ୍ୟକ୍ତିଗତ ଦୁଃଖକୁ ମାନବତା ଓ ବିଜ୍ଞାନ ପାଇଁ ଅମୂଲ୍ୟ ଯୋଗଦାନରେ ବଦଳାଇ ଦେଇଛନ୍ତି।