News7 Logo

ପଙ୍କରେ ପୋତି ହେଲାଣି ହୀରାକୁଦ ଜଳଭଣ୍ଡାର, ହୋଇଯିବ ଜଳଶୁନ୍ୟ...

NEWS7
hirakud

ସମ୍ବଲପୁର ୧୪।୦୯ : ପଙ୍କରେ ପୋତି ହେଲାଣି ହୀରାକୁଦ ଜଳଭଣ୍ଡାର।  ୩୪% ହ୍ରାସ ପାଇଲାଣି ଜଳଭଣ୍ଡାରର ଦଳଧାରଣ କ୍ଷମତା। ୨୧୧୦ ବେଳକୁ ଜଳଶୂନ୍ୟ ହୋଇଯିବା ଆଶଙ୍କା ଉପୁଜିଲାଣି ।  

ହୀରାକୁଦ ଡ୍ୟାମ ଶେଷ ହେବା ପରେ ୧୯୫୭ ମସିହାରେ ନିଷ୍କାସନ ଆରମ୍ଭ ହୋଇଥିଲା। ଏବେ ହେଲାଣି ୨୦୨୫ । ବିଭିନ୍ନ ସମୟରେ ଡ୍ୟାମର ଦୁଃସ୍ଥିତି ବିଭିନ୍ନ କମିଟି ରିପୋର୍ଟ ଦେଉଛନ୍ତି । ଏହା ଅନୁଯାୟୀ  ଡ୍ୟାମର ଜଳଧାରଣ କ୍ଷମତା ୩୪ ପ୍ରତିଶତ ହ୍ରାସ ପାଇ ସାରିଲାଣି। ୨୦୫୭ ମସିହାକୁ ବେଳକୁ ଜଳଧାର କ୍ଷମତା ୫୮ ପ୍ରତିଶତ ହ୍ରାସ ପାଇସାରିଥିବ। ଆଶଙ୍କା ରହିଛି, ୨୧୧୦ ମସିହା ବେଳକୁ ଡ୍ୟାମର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଯିବ। ଜଳଧାରଣ କ୍ଷମତା ଶତ ପ୍ରତିଶତ ହ୍ରାସ ପାଇଯିବ। ପ୍ରତିବର୍ଷ ଡ୍ୟାମରେ ନିମ୍ନ ଭାଗରୁ ପଙ୍କର ଆସ୍ତରଣ ବଢ଼ିବଢ଼ି ଚାଲିଛି ଏବଂ ଉପରୁ ଜଳଧାରଣ ସ୍ତର ହ୍ରାସ ପାଇଚାଲିଛି। ଯାହାକି ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଜନଜୀବନ ହାନିର କାରଣ ହେଉଛି । ରେଙ୍ଗାଳି ଡ୍ୟାମର ସ୍ଥିତି ମଧ୍ୟ ସମାନ। ବର୍ତ୍ତମାନ ସ୍ଥିତିରେ ଏହାର ଜଳଧାରଣ କ୍ଷମତା କେବଳ ୫୦ ପ୍ରତିଶତରେ ସୀମିତ ରହିଛି। ଏହାର ଓଡ଼ିଶାର ସର୍ବବୃହତ ଡ୍ୟାମର  ସ୍ଥିତି। ଦେଶବ୍ୟାପୀ ମଧ୍ଯ  ସମାନ କଥା କଥା । । ଡ୍ୟାମ୍ ତଥା ଜଳଭଣ୍ଡାରଗୁଡ଼ିକ ଡ଼ିକର ଅବସ୍ଥା ଶୋଚନୀୟ। ଜଳସ୍ତର ଯେତିକି ଦର୍ଶାଯାଉଛି ପ୍ରକୃତ ପକ୍ଷେ ଏହା ତା'ଠାରୁ ବହୁ ମାତ୍ରାରେ କମ୍ । ଅସଲ କଥା ହେଉଛି ଜଳଭଣ୍ଡାରଗୁଡ଼ିକରେ ତଳଆଡୁ ପଙ୍କର ମୋଟା ପରସ୍ତ ତିଆରି ହୋଇଚାଲିଛି। ଢାଞ୍ଚାରେ ତ୍ରୁଟି ଯୋଗୁ ବନ୍ୟା ସମୟରେ ଉପରମୁଣ୍ଡରୁ ପାଣି ସହିତ ପ୍ରଚୁର ମାତ୍ରାରେ ପଟୁମାଟି ଏବଂ  କାଦୁଅ ଡ୍ୟାମ୍  ଗୁଡ଼ିକରେ ଧସେଇ ପଶୁଛି । ଏଗୁଡ଼ିକ ଜମି ରହିବା ସହିତ ସମୟ କ୍ରମେ ତଳଆଡୁ ମାଟିର ଏକ ମୋଟା ପରସ୍ତ ବନିଗଲାଣି । ଏହି ପରସ୍ତ ଦିନକୁ ଦିନ ବଢ଼ିଚାଲିଛି। ଫଳରେ ଜଳଧରଣ କ୍ଷମତା କମି ଚାଲିଛି । ଡ୍ୟାମ୍ ଗୁଡିକ ଧୀରେ ଧୀରେ ନୀବର ମୃତ୍ୟୁ ଆଡ଼କୁ ବଢି ଚାଲିଛନ୍ତି ।