କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 05, 2025 IST

କୋରାପୁଟ ୦୫।୦୬ : କୋରାପୁଟ ମେଡିକାଲରେ ଭୁଲ୍‌ ଇଞ୍ଜେକ୍ସନ ନେଇ ୬ ରୋଗୀଙ୍କ ମୃତ୍ୟୁ ଘଟଣା । ସ୍ଥିତି ଅନୁଧ୍ୟାନ ପାଇଁ କୋରାପୁଟ ମେଡିକାଲରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । 

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ୍‌ ଇଞ୍ଜେକ୍ସନ ନେଇ ୬ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସ୍ୱାସ୍ଥ୍ୟ ବିଭାଗ । ତୁରନ୍ତ ଟିମ୍‌ ଗଠନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗ । ଆଉ ଏବେ ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ଆସି କୋରାପୁଟ ମେଡିକାଲରେ ପହଞ୍ଚିଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଆଉ ସମୀକ୍ଷା ଶେଷ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରିପୋର୍ଟକୁ ଅପେକ୍ଷା କରାଯାଇଛି । କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.