News7 Logo

ଏସିଆ କପ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ ହେଲା, ଅଚାନକ୍ ବଦଲିଗଲା ଲୁକ୍

NEWS7
hardik

ମୁମ୍ୱାଇ ୦୬/୦୯: ଏସିଆ କପ୍ ୨୦୨୫ କାଉଣ୍ଟଡାଉନ୍ । ଦୁବାଇରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଦୁବାଇରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବି ଭାରତୀୟ ଟିମ୍‌ର ଅଂଶ ଅଛନ୍ତି । ହାର୍ଦ୍ଦିକ ଗୁରୁବାର ଅପରାହ୍ନରେ ଦୁବାଇ ପହଞ୍ଚିଛନ୍ତି ।

ଏସିଆ କପ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ହେୟାର ଷ୍ଟାଇଲ୍ ଚେଞ୍ଜ କରିଛନ୍ତି । ଖାଲି ଷ୍ଟାଇଲ୍ ଚେଞ୍ଜ କରିନାହାଁନ୍ତି ତ ହେୟାର କଲର ବି ଚେଞ୍ଜ ହୋଇଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଚୁଟି ସବୁ ଛୋଟ ଛୋଟ କରିଦେଇଛନ୍ତି । ସେ ତାଙ୍କ ଚୁଟି କଲର ସୈଣ୍ଡି ବ୍ଲଣ୍ଡ କଲର ଡାଇ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ପଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ଲେଖିଛନ୍ତି ନୟା ମୈଁ । ହାର୍ଦ୍ଦିକଙ୍କ ଏ ହେୟାର ଷ୍ଟାଇଲ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଫ୍ୟାନ୍ସ ତାଙ୍କର ତୁଳନା ଇଂଲଣ୍ଡର ଟେଷ୍ଟ କ୍ୟାପଟେନ୍ ବେନ ଷ୍ଟୋକସ୍ ଏବଂ ଓ୍ୱେଷ୍ଟଇଣ୍ଡିଜ୍ ପୂର୍ବ କ୍ୟାପଟେନ୍ ନିକଲସ ପୋରନଙ୍କ ସହ ତୁଳନା କରୁଛନ୍ତି । ହାର୍ଦ୍ଦିକ ଶେଷ ଥର ଭାରତ ପାଇଁ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିଥିଲେ । ଯେଉଁଠି ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଜିତିଥିଲା ଇତିହାସ । ହାର୍ଦ୍ଦିକ ପାଣ୍ଡ୍ୟାକୁ ରୋହିତ ଶର୍ମାଙ୍କ ପରେ ଟିମ୍ ଇଣ୍ଡିଆର ଆଗାମୀ କ୍ୟାପଟେନ୍ ହେବା ଲାଗୁଥିଲା । ହେଲେ ଏବେ ସେ ଲିଡରଶିପ୍ ଗ୍ରୁପର ଭାଗିଦାରୀ ନାହାଁନ୍ତି ।