୧୨ ତାରିଖରେ ଭୁବନେଶ୍ବରରେ ହାଫ୍‌ ଡେ ଛୁଟି, ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି

Published By : Prameya-News7 Bureau | June 10, 2024 IST

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ଶପଥ ନେବାକୁ ଯାଉଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଏଥିପାଇଁ ବିଜେପି ଏବଂ ପ୍ରଶାସନ ତରଫରୁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ। ଅବଶ୍ୟ କେବଳ ବାକି ରହିଛି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା। ସେପଟେ ରାଜସ୍ବ ବିଭାଗ ପକ୍ଷରୁ ୧୨ ତାରିଖରେ ବିଏମସି ଅଞ୍ଚଳରେ ହାପ୍‌ ଡେ ଛୁଟି ଘୋଷଣା କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ବୁଧବାର ଦିନ ଗୋଟାଏ ପରେ ଛୁଟି ରହିବ ବିଏମସି ଅଞ୍ଚଳରେ ଥିବା ସରକାରୀ ଅନୁଷ୍ଠାଡ଼ ଏବଂ ଅଫିସ୍‌। 

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ସାଧାରଣରେ ବଢ଼ୁଛି ଉତ୍କଣ୍ଠା । ଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଓ ସମୟ ଧାର୍ଯ୍ୟ ହୋଇସାରିଥିଲେ ହେଁ, ଏଯାଏଁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ । ଏହାରି ଭିତରେ ବିଜେପି ସଂସଦୀୟ ବୋର୍ଡ଼ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ  ଓଡ଼ିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଆସନ୍ତାକାଲି  ଏହି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶା ଆସିବେ । ଆଉ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବେ । ସେଠାରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.