News7 Logo

ଗୁଜରାଟରେ ବଡ଼ ଦୁର୍ଘଟଣା : କାର୍ଗୋ ରୋପୱେ ଛିଣ୍ଡି ୬ ମୃତ୍ୟୁ , ଉଦ୍ଧାର କାର୍ଯ୍ୟ ଜାରି

NEWS7
-

ଗୁଜରାଟ : ଗୁଜରାଟର ପଞ୍ଚମହଲ ଜିଲ୍ଲାର ପାବାଗଡ଼ ପାହାଡ଼ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ଦିନ ଏକ କାର୍ଗୋ ରୋପ୍‌ୱେର କେବୁଲ ଛିଣ୍ଡି ପଡ଼ିବାରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ପୋଲିସ ଅଧିକାରୀ ହରେଶ ଦୁଧାତ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରି କହିଛନ୍ତି , ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି। ପିଟିଆଇ ରିପୋର୍ଟ ଅନୁସାରେ , ଏହା ଜାଣିବାକୁ ମିଳିଛି। ଏହି ଦୁର୍ଘଟଣା ସମୟ ଅପରାହ୍ନ ୩ଟା ପାଖାପାଖି ଘଟିଥିବା ଅଫିସିଆଲି ଭାବେ କୁହାଯାଇଛି।  

ପ୍ରାୟ ୮୦୦ ମିଟର ଉଚ୍ଚତାରେ ଅବସ୍ଥିତ ପାବାଗଡ଼ ପାହାଡ଼ ମନ୍ଦିର ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଥାଏ। ଶ୍ରଦ୍ଧାଳୁମାନେ ସାଧାରଣତଃ ଶିଖରରେ ପହଞ୍ଚିବା ପାଇଁ ପ୍ରାୟ ଦୁଇ ହଜାର ପାହାଚ ଚଢ଼ିଥାନ୍ତି ,ଅନ୍ୟପଟେ କେବୁଲ କାରରେ ଯାଇଥାନ୍ତି।

#WATCH | Gandhinagar | On Panchmahal ropeway accident, Gujarat Minister Rushikesh Patel says, "...In Pavagadh, one ropeway is for passengers and the other is to transport goods. According to primary information, near tower no. 1, the wire of a bogie carrying six labourers broke,… https://t.co/dKdWfGI16A pic.twitter.com/ALijOcTUxu

— ANI (@ANI) September 6, 2025

ପଞ୍ଚମହଲ କଲେକ୍ଟର ଅଜୟ ଦାହିଆ କହିଛନ୍ତି , ଏହି ଦୁର୍ଘଟଣା କାର୍ଗୋ ରୋପୱେରେ ହୋଇଛି। ଯାହାକି ବ୍ୟବହାର ସାମଗ୍ରୀ ବହନ କରିବା ପାଇଁ ତିଆରି ହୋଇଛି। ସେ କହିଛନ୍ତି ,ବିଭିନ୍ନ ସାମଗ୍ରୀକୁ ନେଇଯିବା ପାଇଁ ନିର୍ମିତ ଏହି ରୋପୱେ , ଛଅ ଲୋକଙ୍କୁ ନେଇ ତଳ ଆଡ଼କୁ ଯାଉ ଥିଲା , ସେତେବେଳେ ଏହି ଦୁର୍ଘଟଣା ଘଟିଛି। ହେଲେ , ଅଧିକାରୀମାନେ କହିଛନ୍ତି ଯେ, ଖରାପ ପାଗ ଯୋଗୁଁ ଶନିବାର ସକାଳେ ଯାତ୍ରୀବାହୀ ରୋପ୍‌ୱେ ବନ୍ଦ ରହି ଥିଲା। ପାବାଗଡ଼ ପାହାଡ଼, ଯାହା ଚମ୍ପାନେରରୁ ତିନୋଟି ପର୍ଯ୍ୟାୟରେ ବାହାରିଛି ଏବଂ ପ୍ରାୟ ୧,୪୭୧ ଫୁଟ ଉଚ୍ଚତାରେ ଏକ ମାଳଭୂମି ରହିଛି, ଏଠାରେ ଦେବୀ କାଳୀଙ୍କ ମନ୍ଦିର ଅବସ୍ଥିତ, ଯାହା ଗୁଜରାଟର ସର୍ବାଧିକ ପରିଦର୍ଶନ କରାଯାଉଥିବା ମନ୍ଦିର ମଧ୍ୟରୁ ଗୋଟିଏ, ବାର୍ଷିକ ପ୍ରାୟ ୨.୫ ନିୟୁତ ଭକ୍ତଙ୍କ ଦର୍ଶନ ପାଇଁ ଏଠାକୁ ଆସନ୍ତି।