ଭୁବନେଶ୍ୱର ୨୭।୦୮ : ଭିଜିଲାନ୍ସ ଜାଲରେ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ । ବେକରୀ ସପ୍ ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ (ଓଏଫଏସ୍-୧) । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ତାଙ୍କ ଘରେ ଚଢ଼ଉ କରାଯାଇ କିଛି କାଗଜପତ୍ର ଜବତ କରିଛି ଭିଜିଲାନ୍ସ।
ସେହିପରି ଭୁବନେଶ୍ୱର ସ୍ଥିତ ଭଡା ଘରେ ବୁଧବାର ସକାଳ ପର୍ଯ୍ୟନ୍ତ ଚଢାଉ କରାଯାଇଥିଲା । ଏହି ଚଢାଉରେ ନଗଦ ୧.୪୫ ଲକ୍ଷ ଟଙ୍କା, ୨୨୨ ଗ୍ରାମ ସୁନା, ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍, ଅଳଙ୍କାର ବିଲ୍ ଏବଂ ଭୁବନେଶ୍ୱରରେ ରହିଥିବା ସମ୍ପତ୍ତି ସହ ଜଡିତ ଡକ୍ୟୁମେଣ୍ଟ ଇତ୍ୟାଦି ଠାବ କରାଯାଇଛି । ଆଜି ସରିତା ବାରିକଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟକୁ ପଠାଯିବ।