LIVE TV

ଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ବେଳେ ଗଣ୍ଡଗୋଳ, ଉଭୟ ଗୋଷ୍ଠୀର ୫ ଗୁରୁତର

NEWS7
nimapada

କୋଣାର୍କ ୧୩।୧୦ : ଲକ୍ଷ୍ମୀ ପୂଜା ମୂର୍ତ୍ତି ବିସର୍ଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ୫ ଜଣରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଲକ୍ଷ୍ମୀ ପୂଜା ମୂର୍ତ୍ତି ବିସର୍ଜନକୁ ନେଇ ବିବାଦ ହୋଇଥିଲା । ବିଳମ୍ବିତ ରାତିରେ ନିମାପଡ଼ା ଅଞ୍ଚଳର କିଛି ଯୁବକ ଓ କୋଣାର୍କ ଥାନା ଜୁଣେଇ ଛକ ଅଞ୍ଚଳର କିଛି ଯୁବକ ମଧ୍ୟରେ ଚନ୍ଦ୍ରଭାଗାରେ ଲକ୍ଷ୍ମୀ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ୫ ଜଣରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ଗୁରୁତର ଯୁବକମାନଙ୍କୁ ପ୍ରଥମେ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କିଛି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ​​